ଟିମ୍ ଇଣ୍ଡିଆରେ ହଠାତ୍ କରାଗଲା ବଡ଼ ପରିବର୍ତ୍ତନ, ଶେଷ ଦିନିକିଆରେ ଏହି ଘାତକ ଖେଳାଳିଙ୍କୁ କରାଗଲା ଦଳରେ ସାମିଲ
Advertisement

ଟିମ୍ ଇଣ୍ଡିଆରେ ହଠାତ୍ କରାଗଲା ବଡ଼ ପରିବର୍ତ୍ତନ, ଶେଷ ଦିନିକିଆରେ ଏହି ଘାତକ ଖେଳାଳିଙ୍କୁ କରାଗଲା ଦଳରେ ସାମିଲ

IND vs BAN 3rd ODI Team India Playing 11: ତୃତୀୟ ଦିନିକିଆ ମ୍ୟାଚ ବାଂଲାଦେଶର ଚଟ୍ଟଗ୍ରାମ ସ୍ଥିତ ଜହୁର ଅହମ୍ମଦ ଚୌଧୁରୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ କେବଳ ଔପଚାରିକତା ରହିଯାଇଛି । କାରଣ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ବାଂଲାଦେଶ ଅପରାଜିତ ୨-୦ରେ ଆଗୁଆ ରହିଛି । ଅର୍ଥାତ ଟିମ୍ ଇଣ୍ଡିଆ ଏହି ସିରିଜରେ ପରାଜୟର ସାମ୍ନା କରିବାକୁ ପଡ଼ିଛି । 

ଟିମ୍ ଇଣ୍ଡିଆରେ ହଠାତ୍ କରାଗଲା ବଡ଼ ପରିବର୍ତ୍ତନ, ଶେଷ ଦିନିକିଆରେ ଏହି ଘାତକ ଖେଳାଳିଙ୍କୁ କରାଗଲା ଦଳରେ ସାମିଲ

India vs Bangladesh 3rd ODI: ଭାରତ ଓ ବାଂଲାଦେଶ ମଧ୍ୟରେ ତୃତୀୟ ତଥା ଶେଷ ଦିନିକଆ (IND vs BAN 3rd ODI) ଆସନ୍ତାକାଲି (ଶନିବାର) ଅର୍ଥାତ ଡିସେମ୍ୱର ୧୦ରେ ଖେଳାଯିବ । ଏହି ମ୍ୟାଚ ବାଂଲାଦେଶର ଚଟ୍ଟଗ୍ରାମ ସ୍ଥିତ ଜହୁର ଅହମ୍ମଦ ଚୌଧୁରୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ କେବଳ ଔପଚାରିକତା ରହିଯାଇଛି । କାରଣ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ବାଂଲାଦେଶ (Bangladesh Team) ଅପରାଜିତ ୨-୦ରେ ଆଗୁଆ ରହିଛି । ଅର୍ଥାତ ଟିମ୍ ଇଣ୍ଡିଆ (Team India) ଏହି ସିରିଜରେ ପରାଜୟର ସାମ୍ନା କରିବାକୁ ପଡ଼ିଛି । ତୃତୀୟ ଦିନିକିଆ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି । 

ଶେଷ ତଥା ତୃତୀୟ ଦିନିକିଆ (India vs Bangladesh Third ODI Match) ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଟିମ୍ ଇଣ୍ଡିଆ (Team India) ରେ ଜଣେ ମ୍ୟାଜିକାଲ୍ ବୋଲରଙ୍କୁ ସାମିଲ କରିଛି । ଏହି ଖେଳାଳି କୁଲଦୀପ ଯାଦବ (Kuldeep Yadav) ଙ୍କ ବ୍ୟତୀତ ଅନ୍ୟ କେହି ନୁହଁନ୍ତି । ବାଂଲାଦେଶ ବିପକ୍ଷରେ ଖେଳାଯିବାକୁ ଥିବା ଶେଷ ମ୍ୟାଚ୍ ପାଇଁ ବିସିସିଆଇ କୁଲଦୀପ ଯାଦବଙ୍କୁ ଟିମ୍ ଇଣ୍ଡିଆ ଦଳରେ ସାମିଲ କରିଛି । ଟିମ୍ ଇଣ୍ଡିଆ ବର୍ତ୍ତମାନ ଅନେକ ଖେଳାଳିଙ୍କ ଆଘାତ ସହ ସଂଘର୍ଷ କରୁଛି, ଯେଉଁ କାରଣରୁ ବିସିସିଆଇ ଏହି ବଡ଼ ନିଷ୍ପତ୍ତି ନେଇଛି । 

ଏଠାରେ କହି ରଖୁଛୁ ଯେ, ଟି-୨୦ ବିଶ୍ୱକପ ୨୦୨୨ (T20 World Cup 2022) ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ ଇଣ୍ଡିଆ (Team India) ପାଇଁ କୁଲଦୀପ ଯାଦବ  (Kuldeep Yadav) ତାଙ୍କର ଶେଷ ODI ମ୍ୟାଚ୍ ଖେଳିଥିଲେ । ଆହତ କାରଣରୁ ଟିମ୍ ଇଣ୍ଡିଆର ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma), ଷ୍ଟାର୍ ଫାଷ୍ଟ ବୋଲର ଦୀପକ ଚହର (Deepak Chahar) ଏବଂ ୨୬ ବର୍ଷୀୟ ପେସର କୁଲଦୀପ ସେନ (Kuldeep Sen) ଙ୍କୁ ଏହି ସିରିଜରୁ ବାହାର ହୋଇଯାଇଛି । ରୋହିତ ଶର୍ମା ତାଙ୍କ ଆଙ୍ଗୁଠିରେ ଗଭୀର ଆଘାତ ପାଇଛନ୍ତି । ଦୀପକ ଚହର ମଧ୍ୟ ନିଜର ହାମଷ୍ଟ୍ରିଂ ଅଭିଯୋଗ ଯୋଗୁଁ ଦ୍ୱିତୀୟ ଦିନିକିଆରେ ପଡ଼ିଆ ଛାଡିଥିଲେ । ଏଥି ସହିତ କୁଲଦୀପ ସେନ୍ ପିଠିରେ ଆଘାତ ସହ ସଂଘର୍ଷ କରୁଛନ୍ତି ।

ସେପଟେ ଟିମ୍ ଇଣ୍ଡିଆ (Team India) ଏକ ନୂଆ ଅଧିନାୟକ ସହିତ ତୃତୀୟ ODI ରେ ମଇଦାନରେ ଓହ୍ଲାଇବ । ଦ୍ୱିତୀୟ ଦିନିକିଆରେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ କେଏଲ ରାହୁଲ (KL Rahul) ଟିମ୍ ଇଣ୍ଡିଆର କମାଣ ସମ୍ଭାଳି ଥିଲେ । ଏଭଳି ପରିସ୍ଥିତିରେ ଆସନ୍ତା ମ୍ୟାଚରେ କେ.ଏଲ୍ ରାହୁଲ ଅଧିନାୟକ ରହିବେ । କେଏଲ ରାହୁଲ ଏପର୍ଯ୍ୟନ୍ତ ଗୋଟିଏ ଟେଷ୍ଟ ମ୍ୟାଚ, ୬ଟି ODI ଏବଂ ଗୋଟିଏ ଟି-20 ମ୍ୟାଚରେ ଟିମ ଇଣ୍ଡିଆର ଅଧିନାୟକତ୍ୱ କରିଛନ୍ତି ।

ଏହା ବି ପଢ଼ନ୍ତୁ:-ପୁଟିନ କେବେ ୟୁକ୍ରେନ ଉପରେ କରିବେ ପରମାଣୁ ଆକ୍ରମଣ; ମିଟିଂରେ ସମସ୍ତଙ୍କ ସାମ୍ନାରେ କହିଲେ

ଏହା ବି ପଢ଼ନ୍ତୁ:-ଭାରତ-ବାଂଲାଦେଶ ତୃତୀୟ ଦିନିକିଆ ହେବ ବାତିଲ? ଜାଣନ୍ତୁ କେମିତି ରହିବ ଚଟ୍ଟଗ୍ରାମର ପାଣିପାଗ

ଏହା ବି ପଢ଼ନ୍ତୁ:-ହିମାଚଳରେ କଂଗ୍ରେସର ବିଜୟ ପରେ ରାହୁଲ ଗାନ୍ଧୀଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, ଗୁଜୁରାଟରେ ପରାଜୟକୁ ନେଇ ବି କହିଲେ ଏପରି କିଛି

 

ତୃତୀୟ ODI ପାଇଁ ଟିମ୍ ଇଣ୍ଡିଆ 

କେ.ଏଲ୍ ରାହୁଲ (ଅଧିନାୟକ), ଶିଖର ଧାୱନ, ବିରାଟ କୋହଲି, ରଜତ ପାଟିଦାର, ଶ୍ରେୟସ୍ ଆୟର, ରାହୁଲ ତ୍ରିପାଠୀ, ଇଶାନ କିଶନ (ୱିକେଟ୍ କିପର), ଶାହାବାଜ ଅହମ୍ମଦ, ଅକ୍ସର ପଟେଲ, ୱାଶିଂଟନ୍ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ଉମ୍ରାନ ମଲିକ, କୁଲଦୀପ ଯାଦବ

ବାଂଲାଦେଶ ବିପକ୍ଷ ODI ସିରିଜ୍ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ ଅଧିନାୟକ), ଦୀପକ ଚହର, ଶିଖର ଧାୱନ, ଇଶାନ କିଶନ, ଶ୍ରେୟସ ଆୟର, ବିରାଟ କୋହଲି, ମହମ୍ମଦ ସିରାଜ, ଋଷଭ ପନ୍ତ, ଅକ୍ସର ପଟେଲ, ରଜତ ପାଟିଦାର, କୁଲଦୀପ ସେନ, ଶାହବାଜ ଅହମ୍ମଦ, ଉମ୍ରାନ ମଲିକ, ଶାର୍ଦ୍ଦୁଲ ଠାକୁର, ରାହୁଲ ତ୍ରିପାଠୀ, ୱାଶିଂଟନ୍ ସୁନ୍ଦର ।