IND vs AUS: ନୂଆଦିଲ୍ଲୀ: ରବିନ୍ଦ୍ର ଜାଡ଼େଜା (Ravindra Jadeja) ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ (Ravichandran Ashwin) ଶୃଙ୍ଖଳିତ ତଥା ଘାତକ ବୋଲିଂରେ ଧରାଶାୟୀ ହୋଇଛି ଭ୍ରମଣକାରୀ ଅଷ୍ଟ୍ରେଲିଆ (Australia)। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡ଼ିୟମରେ (Arun Jaitley stadium) ଖେଳାଯାଉଥିବା ବର୍ଡ଼ର ଗାଭାସ୍କର ଟ୍ରଫିର (border gavaskar trophy) ଦ୍ୱିତୀୟ ଟେଷ୍ଟ (2nd test match) ମ୍ୟାଚରେ ଘରୋଇ ଭାରତକୁ (India) ୧୧୫ ରନର ବିଜୟ ଲକ୍ଷ୍ୟ ଦେଇଛି ଅଷ୍ଟ୍ରେଲିଆ (Australia)। ଦ୍ୱିତୀୟ ଇନିଂସରେ ମାତ୍ର ୧୧୩ ରନ କରି ଅଲଆଉଟ ହୋଇଯାଇଛି ଭ୍ରମଣକାରୀ ଦଳ। 


COMMERCIAL BREAK
SCROLL TO CONTINUE READING

ଭାରତର ରବିନ୍ଦ୍ର ଜାଡ଼େଜା ୭ଟି ଓ୍ୱିକେଟ ନେଇଥିବା ବେଳେ ଅଶ୍ୱିନଙ୍କୁ ୩ ଓ୍ୱିକେଟ ମିଳିଛି। ଦ୍ୱିତୀୟ ଇନିଂସରେ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି ଅଷ୍ଟ୍ରେଲିଆ। ଭ୍ରମଣକାରୀ ଦଳର ଟ୍ରାଭିସ ହେଡ଼ (୪୩) ଓ ମାର୍ନସ ଲାବୁସ ଚେଞ୍ଜ (୩୫)ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଭାରତ ତାର ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଛି। ଦଳ ୩ ଓଭରରେ ଗୋଟିଏ ଓ୍ୱିକେଟ ହରାଇ ୧୨ ରନରେ ଖେଳ ଜାରି ରଖିଛି। 


ଅଷ୍ଟ୍ରେଲିଆ ଅପରାଜିତ ଦ୍ୱିତୀୟ ଇନିଂସରୁ ତୃତୀୟ ଦିନର ଖେଳ ଆରମ୍ଭ ହୋଇଥିଲା। ଅଷ୍ଟ୍ରେଲିଆ ତାର ଅସମାପ୍ତ ଦ୍ୱିତୀୟ ଇନିଂସ ୬୧/୧ରୁ ଖେଳ ଆରମ୍ଭ କରିଥିଲା। ତେବେ ତୃତୀୟ ଦିନର ପ୍ରଥମ ସେସନରେ ହିଁ ତାର ସମସ୍ତ ଓ୍ୱିକେଟ ହରାଇଥିଲା। ଦଳୀୟ ସ୍କୋର ମାତ୍ର ୧୧୩ ରନରେ ଅଲ ଆଉଟ ହୋଇଯାଇଥିଲା। ରବିନ୍ଦ୍ର ଜାଡ଼େଜା ସର୍ବାଧିକ ୭ଟି ଓ୍ୱିକେଟ ନେଇଥିଲେ। ବେଶ ଶାଣିତ ତଥା ଶୃଙ୍ଖଳିତ ବୋଲିଂ କରି ଭ୍ରମଣକାରୀ ଦଳର ବ୍ୟାଟି ବିଭାଗକୁ ଭୁଶୁଡ଼ାଇ ପକାଇଥିଲେ। ତେବେ ଜାଡ଼େଜାଙ୍କ ବ୍ୟତୀତ ରବିଚନ୍ଦ୍ରନ ଅଶ୍ୱିନୀ ମୋଟ ୩ଟି ଓ୍ୱିକେଟ ହାତେଇଥିଲେ। ଭ୍ରମଣକାରୀ ଦଳର ଟ୍ରାଭିସ ହେଡ଼ (୪୩) ଓ ମାର୍ନସ ଲାବୁସ ଚେଞ୍ଜ (୩୫)ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ।


Also Read: Mahendra Singh Dhoni: ଧୋନୀ ଖେଳିବେ ଶେଷ ମ୍ୟାଚ !


Also Read: ODI World Cup 2023: ଟିମ୍ ଇଣ୍ଡିଆ ପାଇଁ ବହୁତ ବଡ଼ ଖରାପ ଖବର, ବିଶ୍ୱକପ ୨୦୨୩ରୁ ବାହାର ହେଲେ ଭାରତର ଏହି ବଡ ମ୍ୟାଚ୍ ୱିନର୍