Chetan Sharma On Rohit Sharma T20 Career: ବିସିସିଆଇର ଚୟନ କମିଟିର ଅଧ୍ୟକ୍ଷ (BCCI Chief Selector) ଚେତନ ଶର୍ମା (Chetan Sharma) ଙ୍କ ଉପରେ ଜୀ ନ୍ୟୁଜ୍ ଏକ ଷ୍ଟିଙ୍ଗ୍ ଅପରେସନ୍ (Zee News Sting Operation) କରିଛି । ଚେତନ ଶର୍ମା ZEE ମିଡିଆର ଗୁଇନ୍ଦା କ୍ୟାମେରା ଆଗରେ ଏଭଳି ସତ ଖୁଲାସା କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏବେ ଟି-20 କ୍ରିକେଟରେ ରୋହିତ ଶର୍ମା (Rohit Sharma T20 Careers) ଙ୍କ ଭବିଷ୍ୟତ କ’ଣ ହେବ ଓ ରୋହିତ ଶର୍ମା (Rohit Sharma) ଙ୍କ ଟି-20 ଅଧିନାୟକତ୍ୱର ଯାତ୍ରା ଶେଷ ହୋଇଛି କି ନାହିଁ, ଚେତନ ଶର୍ମା ଏହି ସମସ୍ତ ପ୍ରଶ୍ନ ଉପରେ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଚେତନ ଶର୍ମା (Chetan Sharma) କହିଛନ୍ତି ଯେ, "ମୁଁ ଟିମ୍ ଇଣ୍ଡିଆ (Team India) ରେ ସୂର୍ଯ୍ୟକୁମାର ଯାଦବ (Suryakumar Yadav), ଇଶାନ କିଶନ (Ishaan Kishan), ଦୀପକ ହୁଡା (Deepak Hooda), ଶୁଭମାନ ଗିଲ (Shubman Gill) ଏବଂ ଅନ୍ୟ ୧୫-୨୦ ଖେଳାଳିଙ୍କୁ ଆଣିଛି ।" ଚେତନ ଶର୍ମା ଖୁଲାସା କରିଛନ୍ତି ଯେ, ରୋହିତ ଶର୍ମା ଆଉ ଟି-20 ଦଳର ଅଂଶ ହେବେ ନାହିଁ । ଚେତନ ଶର୍ମା କହିଛନ୍ତି ଯେ, "ରୋହିତ ଶର୍ମା (Rohit Sharma) ଆଉ ଟି-20 ଦଳରେ ଦେଖାଯିବେ ନାହିଁ ଓ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଅଧିନାୟକ ଦାୟିତ୍ୱ ସମ୍ଭାଳିବେ । ଟି-20 ଆନ୍ତର୍ଜାତୀୟ ଫର୍ମାଟରେ ଶୁଭମାନ ଗିଲଙ୍କୁ ସୁଯୋଗ ଦେବା ପାଇଁ ବିରାଟ କୋହଲି (Virat Kohli) ଓ ରୋହିତ ଶର୍ମାଙ୍କ ପରି ଭେଟେରାନ ଖେଳାଳିଙ୍କୁ 'ବିଶ୍ରାମ' ଦିଆଯାଇଛି ।" 


ଅଧିକ ପଢ଼ନ୍ତୁ:-ଚେତନ ଶର୍ମା କରିଦେଲେ ବହୁତ ବଡ଼ ଭୁଲ; ବର୍ତ୍ତମାନ କୋଟି କୋଟି ଟଙ୍କାର ହେବ କ୍ଷତି, ଜାଣନ୍ତୁ ତାଙ୍କୁ କେତେ ମିଳିଥାଏ ଦରମା


ଅଧିକ ପଢ଼ନ୍ତୁ:-କେବେ ହେବ ଆପଣଙ୍କ ମୃତ୍ୟୁ? ମରିବାର ସଠିକ୍ ସମୟ ଜାଣିପାରିବେ ସମସ୍ତେ, ଡାକ୍ତର କଲେ ନୂଆ ଆବିଷ୍କାର!


ଅଧିକ ପଢ଼ନ୍ତୁ:-ଚେତନ ଶର୍ମାଙ୍କ ଆଶ୍ଚର୍ଯ୍ୟଜନକ ଖୁଲାସାରୁ ଦୋହଲିଲା BCCI; ଅଲଆଉଟ୍ ଆକ୍ସନର ପ୍ରସ୍ତୁତି, ବର୍ତ୍ତମାନ ମୁଖ୍ୟ ଚୟନକର୍ତ୍ତାଙ୍କ ହେବ ଛୁଟି!


ଷ୍ଟିଙ୍ଗ ଅପରେସନରେ ଚେତନ ଶର୍ମା ଅଭିଯୋଗ କରିଛନ୍ତି ଯେ, ଖେଳାଳି ୮୦ରୁ ୮୫ ପ୍ରତିଶତ ଫିଟ୍ ହୋଇଥିଲେ ମଧ୍ୟ ପ୍ରୋଫେଶନାଲ କ୍ରିକେଟକୁ ଶୀଘ୍ର ଫେରିବା ପାଇଁ ଇଞ୍ଜେକ୍ସନ ନିଅନ୍ତି । ପୂର୍ବତନ ଭାରତୀୟ ଦ୍ରୁତ ବୋଲର ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ ଜସପ୍ରୀତ ବୁମ୍ରାଙ୍କ ପ୍ରତ୍ୟାବର୍ତ୍ତନ ନେଇ ତାଙ୍କର ଓ ଟିମ୍ ମ୍ୟାନେଜମେଣ୍ଟ ସହ ମତଭେଦ ରହିଛି । ବୁମ୍ରା ବର୍ତ୍ତମାନ ଦଳ ବାହାରେ ଓ ଅଷ୍ଟ୍ରେଲିଆ ବିପକ୍ଷ ଚାରି ଟେଷ୍ଟ ବର୍ଡର ଗାଭାସ୍କର ଟ୍ରଫି ଏବଂ ପରବର୍ତ୍ତୀ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜରେ ସ୍ଥାନ ପାଇବା ସମ୍ଭାବନା ନାହିଁ । ଶର୍ମା ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ଇଗୋର ଲଢ଼େଇ ଥିଲା ।


ସୂଚନାନୁସାରେ, ଚେତନ ଶର୍ମାଙ୍କ ମାମଲାରେ ଖୁବ ଶୀଘ୍ର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ (BCCI) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ । ଟିମ୍ ଇଣ୍ଡିଆର ଏହି ପୂର୍ବତନ ବୋଲରଙ୍କ ମୁଖ୍ୟ ଚୟନକର୍ତ୍ତାର ଗାଦି ମଧ୍ୟ ଚାଲିଯାଇପାରେ ବୋଲି ଖବର ରହିଛି ।