Chetan Sharma Salary: ଚେତନ ଶର୍ମା କରିଦେଲେ ବହୁତ ବଡ଼ ଭୁଲ; ବର୍ତ୍ତମାନ କୋଟି କୋଟି ଟଙ୍କାର ହେବ କ୍ଷତି, ଜାଣନ୍ତୁ ତାଙ୍କୁ କେତେ ମିଳିଥାଏ ଦରମା
Advertisement
Article Detail0/zeeodisha/odisha1572594

Chetan Sharma Salary: ଚେତନ ଶର୍ମା କରିଦେଲେ ବହୁତ ବଡ଼ ଭୁଲ; ବର୍ତ୍ତମାନ କୋଟି କୋଟି ଟଙ୍କାର ହେବ କ୍ଷତି, ଜାଣନ୍ତୁ ତାଙ୍କୁ କେତେ ମିଳିଥାଏ ଦରମା

Chetan Sharma Salary:  ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ମଧ୍ୟରେ ଲଢେଇ, ବିରାଟ କୋହଲିଙ୍କ ଅଧିନାୟକତ୍ୱରୁ ହଟାଇବା ଏବଂ ଜସପ୍ରୀତ ବୁମ୍ରାଙ୍କ ଆଘାତ ଉପରେ ଚେତନ ଶର୍ମା ଏପରି କଥା କହିଛନ୍ତି, ଯାହା ପରେ ସେ ବର୍ତ୍ତମାନ ନିଜ ଗାଦିକୁ ହରାଇପାରନ୍ତି ।

Chetan Sharma Salary: ଚେତନ ଶର୍ମା କରିଦେଲେ ବହୁତ ବଡ଼ ଭୁଲ; ବର୍ତ୍ତମାନ କୋଟି କୋଟି ଟଙ୍କାର ହେବ କ୍ଷତି, ଜାଣନ୍ତୁ ତାଙ୍କୁ କେତେ ମିଳିଥାଏ ଦରମା

Chetan Sharma Sting Operation: ଭାରୀ ମିଷ୍ଟେକ୍ ହୋଇଗଲା ସାର୍, ଏକଦମ୍ ବ୍ଲଣ୍ଡର…ଗଙ୍ଗାଜାଲ୍ ଫିଲ୍ମରେ ଦାରୋଗା ମଙ୍ଗନୀ ରାମଙ୍କ ଏହି ଡାଇଲୋଗ୍ ଚେତନ ଶର୍ମା (Chetan Sharma) ଙ୍କ ଉପରେ ସମ୍ପୂର୍ଣ୍ଣ ଫିଟ୍ ହେବ । ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ବର୍ତ୍ତମାନ ବଡ଼ ଅସୁବିଧାରେ ଅଛନ୍ତି । ପ୍ରକୃତରେ ଚେତନ ଶର୍ମାଙ୍କ ଉପରେ ଏକ ଷ୍ଟିଙ୍ଗ୍ ଅପରେସନ୍ (Zee News Sting Operation) ହୋଇଛି ଯେଉଁଥିରେ ସେ ଟିମ୍ ଇଣ୍ଡିଆ ବିପକ୍ଷରେ ଅନେକ ବିବାଦୀୟ କଥା କହୁଥିବାର ନଜର ଆସିଛନ୍ତି । ବିରାଟ କୋହଲି (Virat Kohli) ଓ ରୋହିତ ଶର୍ମା (Rohit Sharma) ଙ୍କ ମଧ୍ୟରେ ଲଢେଇ, ବିରାଟ କୋହଲିଙ୍କ ଅଧିନାୟକତ୍ୱରୁ ହଟାଇବା ଏବଂ ଜସପ୍ରୀତ ବୁମ୍ରା (Jasprit Bumrah) ଙ୍କ ଆଘାତ ଉପରେ ଚେତନ ଶର୍ମା ଏପରି କଥା କହିଛନ୍ତି, ଯାହା ପରେ ସେ ବର୍ତ୍ତମାନ ନିଜ ଗାଦିକୁ ହରାଇପାରନ୍ତି ।

ସୂଚନାନୁସାରେ, ଚେତନ ଶର୍ମାଙ୍କ ମାମଲାରେ ଖୁବ ଶୀଘ୍ର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ (BCCI) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ । ଟିମ୍ ଇଣ୍ଡିଆର ଏହି ପୂର୍ବତନ ବୋଲରଙ୍କ ମୁଖ୍ୟ ଚୟନକର୍ତ୍ତାର ଗାଦି ମଧ୍ୟ ଚାଲିଯାଇପାରେ ବୋଲି ଖବର ରହିଛି । ବର୍ତ୍ତମାନ ଯଦି ଚେତନ ଶର୍ମା (Chetan Sharma) ଙ୍କ ପଦ ଯାଏ, ତେବେ ଏହି ଖେଳାଳି ଏକ ବଡ଼ କ୍ଷତି ସହିବାକୁ ଯାଉଛନ୍ତି । ବିସିସିଆଇ ଚେତନ ଶର୍ମାଙ୍କୁ ଭଲ ଦରମା ଦେଇଥାଏ । ଆସନ୍ତୁ ଜାଣିବା ମୁଖ୍ୟ ଚୟନକର୍ତ୍ତା ଭାବେ ଚେତନ ଶର୍ମା କେତେ ଟଙ୍କା (Chetan Sharma Salary) ପାଆନ୍ତି?

ବିସିସିଆଇ ଚେତନ ଶର୍ମାଙ୍କୁ ବାର୍ଷିକ ୧ କୋଟି ୨୫ ଲକ୍ଷ ଟଙ୍କା ଦରମା (Chetan Sharma Salary) ପ୍ରଦାନ କରେ । ଦୁନିଆର ଯେକୌଣସି ବୋର୍ଡର ମୁଖ୍ୟ ଚୟନକର୍ତ୍ତାଙ୍କ ପାଇଁ ଏହା ସର୍ବାଧିକ ଦରମା । ତେବେ ଯଦି ତାଙ୍କ ବିରୋଧରେ ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ, ତେବେ ଚେତନ ଶର୍ମାଙ୍କ ହାତରୁ ଏତେ ପରିମାଣର ଅର୍ଥ ଯାଇପାରେ । କେବଳ ଟଙ୍କା ନୁହେଁ, ଭାରତୀୟ ମୁଖ୍ୟ ଚୟନକର୍ତ୍ତାଙ୍କ ହାତରେ ବହୁତ ଶକ୍ତି ଅଛି । ଭାରତୀୟ ଦଳ ଚୟନରେ ତାଙ୍କର ଏକ ବଡ଼ ଭୂମିକା ରହିଛି । ବର୍ତ୍ତମାନ ଏହି ସମସ୍ତ ଶକ୍ତି ଚେତନ ଶର୍ମାଙ୍କଠାରୁ ଛଡ଼ାଯାଇପାରେ ।

ଅଧିକ ପଢ଼ନ୍ତୁ:-କେବେ ହେବ ଆପଣଙ୍କ ମୃତ୍ୟୁ? ମରିବାର ସଠିକ୍ ସମୟ ଜାଣିପାରିବେ ସମସ୍ତେ, ଡାକ୍ତର କଲେ ନୂଆ ଆବିଷ୍କାର!

ଅଧିକ ପଢ଼ନ୍ତୁ:-ଚେତନ ଶର୍ମାଙ୍କ ଆଶ୍ଚର୍ଯ୍ୟଜନକ ଖୁଲାସାରୁ ଦୋହଲିଲା BCCI; ଅଲଆଉଟ୍ ଆକ୍ସନର ପ୍ରସ୍ତୁତି, ବର୍ତ୍ତମାନ ମୁଖ୍ୟ ଚୟନକର୍ତ୍ତାଙ୍କ ହେବ ଛୁଟି!

ଅଧିକ ପଢ଼ନ୍ତୁ:-ଭାଲେଣ୍ଟାଇନ୍ସ ଡେ’ରେ ୨ ଷ୍ଟାର୍ ପୁରୁଷ କ୍ରିକେଟରଙ୍କ 'କିସ୍' କରୁଥିବା ଫଟୋ ଭାଇରାଲ, ଦେଖନ୍ତୁ...

 

ଷ୍ଟିଙ୍ଗ ଅପରେସନରେ ଚେତନ ଶର୍ମା ଅଭିଯୋଗ କରିଛନ୍ତି ଯେ, ଖେଳାଳି ୮୦ରୁ ୮୫ ପ୍ରତିଶତ ଫିଟ୍ ହୋଇଥିଲେ ମଧ୍ୟ ପ୍ରୋଫେଶନାଲ କ୍ରିକେଟକୁ ଶୀଘ୍ର ଫେରିବା ପାଇଁ ଇଞ୍ଜେକ୍ସନ ନିଅନ୍ତି । ପୂର୍ବତନ ଭାରତୀୟ ଦ୍ରୁତ ବୋଲର ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ ଜସପ୍ରୀତ ବୁମ୍ରାଙ୍କ ପ୍ରତ୍ୟାବର୍ତ୍ତନ ନେଇ ତାଙ୍କର ଓ ଟିମ୍ ମ୍ୟାନେଜମେଣ୍ଟ ସହ ମତଭେଦ ରହିଛି । ବୁମ୍ରା ବର୍ତ୍ତମାନ ଦଳ ବାହାରେ ଓ ଅଷ୍ଟ୍ରେଲିଆ ବିପକ୍ଷ ଚାରି ଟେଷ୍ଟ ବର୍ଡର ଗାଭାସ୍କର ଟ୍ରଫି ଏବଂ ପରବର୍ତ୍ତୀ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜରେ ସ୍ଥାନ ପାଇବା ସମ୍ଭାବନା ନାହିଁ । ଶର୍ମା ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ଇଗୋର ଲଢ଼େଇ ଥିଲା ।