Happy Birthday Virat Kohli: ଆଜି ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ (Virat Kohli) ୩୫ତମ ଜନ୍ମଦିନ ଅଟେ। ୧୯୮୮ ମସିହା ଆଜିର ଦିନରେ ରାଜଧାନୀ ଦିଲ୍ଲୀରେ କୋହଲିଙ୍କ ଜନ୍ମ। ବର୍ତ୍ତମାନ ଖାଲି ଭାରତ କାହିଁକି ସାରା ବିଶ୍ବରେ ସେ ଏବେ କିଙ୍ଗ କୋହଲି (king kohli) ଭାବେ ପରିଚିତ । ତେବେ ବିରାଟ କୋହଲିରୁ କିଙ୍ଗ କୋହଲି ବନିବାର ରାସ୍ତା ଏତେ ସହଜ ନଥିଲା । ପ୍ରାରମ୍ଭିକ ଦିନରେ, ଅନ୍ୟ ଖେଳାଳିଙ୍କ ପରି ସେ ମଧ୍ୟ ଭାରତୀୟ ଦଳରେ ଯୋଗଦେବାର ସ୍ୱପ୍ନ ଦେଖୁଥିଲେ। ତାଙ୍କ ଏହି ସ୍ୱପ୍ନ ତାଙ୍କୁ କଠିନ ପରିଶ୍ରମ କରିବାକୁ ପ୍ରେରଣା ଦେଉଥିଲା ।


COMMERCIAL BREAK
SCROLL TO CONTINUE READING

ବିଶ୍ବକପରେ ଧୂଆଁଧାର ପ୍ରଦର୍ଶନ


ଚଳିତ ବିଶ୍ୱକପରେ ବିରାଟ କୋହଲିଙ୍କ ଧୂଆଁଧାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଟୁର୍ଣ୍ଣାମେଣ୍ଟରେ ସେ ଏପର୍ଯ୍ୟନ୍ତ ୭ଟି ମ୍ୟାଚ୍ ଖେଳିଥିବା ବେଳେ ଏଥିରେ ହାରାହାରି ୮୮.୪୦ ସହ ୪୪୨ ରନ୍ ସଂଗ୍ରହ କରିଛନ୍ତି । ବିଶ୍ୱକପ୍ ୨୦୨୩ରେ ସେ ଭାରତୀୟ ଦଳ ପାଇଁ ସର୍ବାଧିକ ରନ୍ କରିଥିବା ବ୍ୟାଟ୍ସମ୍ୟାନ୍ ହୋଇଥିବା ବେଳେ ସମଗ୍ର ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ତୃତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏଥିରେ ଗୋଟିଏ ଶତାବ୍ଦୀ ଓ ଚାରି ଅର୍ଦ୍ଧଶତକ ସାମିଲ ରହିଛି ।


 



ବିରାଟଙ୍କ ଅନ୍ତର୍ଜାତୀୟ କ୍ୟାରିୟର


ବିରାଟ କୋହଲିଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର ବିଷୟରେ କହିବାକୁ ଗଲେ, ସେ ବର୍ତ୍ତମାନ ସୁଦ୍ଧା ଟିମ୍ ଇଣ୍ତିଆ ପାଇଁ ୫୧୪ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ୫୭୦ଟି ଇନିଂସରେ ସେ ୨୬୨୦୯ ରନ୍ ସ୍କୋର କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍ ରେ ତାଙ୍କ ନାମରେ ୮୪ଟି ଶତକ, ୭ଟି ଦ୍ୱିଶତକ ଓ ୧୩୬ ଅର୍ଦ୍ଧଶତକ ରହିଛି ।


କିଙ୍ଗ କୋହଲି ୧୮୭ ଟେଷ୍ଟ ଇନିଂସରେ ହାରାହାରି ୪୯.୩, ୮୬୭୬ ରନ୍  ଓ ୨୭୬ଟି ODI ଇନିଂସରେ ହାରାହାରି ୫୮.୦୫ରେ ୧୩୫୨୫ ରନ୍ ଓ ୧୦୭ ଟି -20ରେ ୫୨.୭୪ ହାରିହାରି ସହ ୪୦୦୮ ରନ୍ ସଂଗ୍ରହ କରିଛନ୍ତି। ବୋଲିଂ ବେଳେ ସେ ଯଥାକ୍ରମେ ODI ଓ T20 ରେ ଚାରିଟି ୱିକେଟ୍ ନେଇଛନ୍ତି।


ଭାଙ୍ଗିପାରନ୍ତି ସଚିନଙ୍କ ରେର୍କଡ଼


ସଚିନ୍ ତେନ୍ଦୁଲକର ଦିନିକିଆରେ (ODI) ସର୍ବାଧିକ ୪୯ଟି ଶତକ ହାସଲ କରିଛନ୍ତି । ତେବେ ଏକଦା ସଚିନଙ୍କ ଏହି ରେର୍କଡ଼ କୌଣସି ଖେଳାଳି ଭାଙ୍ଗି ପାରିବେ ନାହିଁ ବୋଲି ମନେ ହେଉଥିଲା । କିନ୍ତୁ ବିରାଟ ନିଜର ଧମଦାର ପ୍ରଦର୍ଶନ ବଳରେ ଏହି ରେକର୍ଡ଼ ପାଖାପାଖି ପହଁଞ୍ଚିଛନ୍ତି । କୋହଲି ଏପର୍ଯ୍ୟନ୍ତ ଦିନିକିଆ (ODI) ଫର୍ମାଟରେ ମୋଟ ୪୮ଟି ଶତକ ହାସଲ କରିଛନ୍ତି। ଯଦି ସେ ଆଉ ଦୁଇଟି ଶତକ ହାସଲ କରନ୍ତି, ତେବେ ସେ ସଚିନଙ୍କ ଏହି ରେକର୍ଡ ଭାଙ୍ଗିବାକୁ ସକ୍ଷମ ହେବେ।


Also Read-Virat kohli: କୋହଲିଙ୍କ ଜନ୍ମଦିନ ହେବ ବହୁତ ଖାସ୍, ଆସନ୍ତାକାଲି ଇଡେନ ଗାର୍ଡେନରେ...