Types Of Out In Cricket: ଆପଣ ବିରୋଧୀ ଦଳର ଖେଳାଳିମାନେ ଆଉଟ ହେବାରୁ ଖୁସି ହୁଅନ୍ତି ଓ ସମସ୍ତେ ବୋଲର ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିବାକୁ ଚାହାଁନ୍ତି । କିନ୍ତୁ ଆପଣ ଜାଣନ୍ତି କି ବ୍ୟାଟ୍ସମ୍ୟାନ୍ କେବଳ ବୋଲରଙ୍କ ଭଲ ବଲ ନୁହେଁ ବରଂ ତାଙ୍କ ଭୁଲ ଯୋଗୁଁ ମଧ୍ୟ ଆଉଟ ହୋଇପାରନ୍ତି । କ୍ରିକେଟ୍ ନିୟମ (Cricket Rules) ଅନୁଯାୟୀ, ୧୧ଟି ଉପାୟ ଅଛି ଯେଉଁଥିରେ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରାଯାଇପାରିବ ଓ ଏଥିରେ ବ୍ୟାଟ୍ସମ୍ୟାନଙ୍କ ଆଚରଣ ଓ ତ୍ରୁଟି ମଧ୍ୟ ସାମିଲ ରହିଛି । ଏଭଳି ପରିସ୍ଥିତିରେ ବ୍ୟାଟ୍ସମ୍ୟାନ୍ କେଉଁ ଉପାୟରେ ଆଉଟ ହୋଇପାରିବେ, ତାହା ଆସନ୍ତୁ ଜାଣିବା...


COMMERCIAL BREAK
SCROLL TO CONTINUE READING

୧. ବୋଲ୍ଡ (Bowled)


ଯେତେବେଳେ ବୋଲରଙ୍କ ଦ୍ୱାରା ଫିଙ୍ଗାଯାଇଥିବା ବଲ ୱିକେଟ୍ ଉପରେ ଆଘାତ କରେ, ଏହାକୁ ବୋଲ୍ଡ କୁହାଯାଏ । ଏପରି ପରିସ୍ଥିତିରେ ଯଦି ଏହି ବଲ୍ ବ୍ୟାଟ୍, ପ୍ୟାଡ୍ କିମ୍ବା ଶରୀରକୁ ଲାଗିବା ପରେ ମଧ୍ୟ ୱିକେଟକୁ ଯାଇ ଲାଗିଥାଏ, ତେବେ ଏହାକୁ ବି ଆଉଟ ମନେ କରାଯାଏ ।


୨. କ୍ୟାଚ୍ ଆଉଟ (Caught Out)


ଯଦି ବୋଲରଙ୍କ ବଲ୍ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟ୍ ବା ବ୍ୟାଟ୍ ଧରିଥିବା ହାତକୁ ଲାଗି ପରେ  ହାୱାରେ ବାଉନ୍ସ ହୁଏ ଓ ତଳେ ପଡ଼ିବା ପୂର୍ବରୁ ବିରୋଧୀ ଦଳର ଖେଳାଳି ଧରନ୍ତି, ତେବେ ବ୍ୟାଟ୍ସମ୍ୟାନ୍ ଆଉଟ୍ ଘୋଷିତ ହେବେ । କ୍ୟାଚ୍ ଆଉଟ୍ ୱିକେଟ୍ କିପର, ଫିଲ୍ଡର, ବୋଲରଙ୍କ ଦ୍ୱାରା ମଧ୍ୟ ଧରାଯାଇପାରିବ ।


୩. ଲେଗ୍ ବିଫର ୱିକେଟ୍ (LBW) 


ଯଦି ବୋଲରଙ୍କ ଦ୍ୱାରା ପକାଯାଇଥିବା ବଲ୍ ବ୍ୟାଟରେ ନ ଲାଗି ବ୍ୟାଟ୍ସମ୍ୟାନଙ୍କ ପ୍ୟାଡକୁ ଆଘାତ କରେ, ଆଉ ଏହି ବଲଟି ସିଧା ୱିକେଟକୁ ହିଟ୍ କରିଥାଏ, ତେବେ ବ୍ୟାଟ୍ସମ୍ୟାନଙ୍କୁ ଲେଗ୍ ବିଫର୍ ଆଉଟ୍ (LBW) ଦିଆଯାଇଥାଏ ।


୪. ଷ୍ଟମ୍ପିଂ (Stumping)


ଯେତେବେଳେ ବୋଲର ବଲ୍ ବୋଲିଂ କରନ୍ତି ଓ ୱିକେଟ୍ କିପର ବଲକୁ ୱିକେଟର ବାଡ଼ିକୁ ଖସାଇ ଦେଇଥାଏ ଏବଂ ବ୍ୟାଟ୍ସମ୍ୟାନ୍ କିମ୍ବା ତାଙ୍କ ବ୍ୟାଟ୍ ସେହି ସମୟରେ କ୍ରିଜରେ ନଥାଏ, ତେବେ ବ୍ୟାଟ୍ସମ୍ୟାନଙ୍କୁ ଆଉଟ ବୋଲି ଧରି ନିଆଯିବ । ଏହାକୁ ଷ୍ଟମ୍ପ୍ ଆଉଟ୍ କୁହାଯାଏ ।


୫. ରନ୍ ଆଉଟ୍ (Run Out)


ଯେତେବେଳେ ବ୍ୟାଟ୍ସମ୍ୟାନ୍ ଏକ ରନ୍ ନେବାକୁ ଦୌଡ଼ନ୍ତି ଓ ସେହି ମଝିରେ ବିପକ୍ଷ ଦଳର ଫିଲ୍ଡର, ବ୍ୟାଟ୍ସମ୍ୟାନ୍ କିମ୍ବା ତାଙ୍କ ବ୍ୟାଟ୍ ୱିକେଟ୍ କ୍ରିଜରେ ପହଞ୍ଚିବା ପୂର୍ବରୁ ୱିକେଟ ବାଡ଼ିକୁ ଖସାଇ ଦିଅନ୍ତି, ତେବେ ଏହାକୁ ଆଉଟ ଧରାଯାଏ ।


୬. ଦୁଇଥର ବଲ୍ ମାରିବା (Hitting The Ball Twice)


ଯଦି ଜଣେ ବ୍ୟାଟ୍ସମ୍ୟାନ୍ ନିଜ ୱିକେଟ୍ ବଞ୍ଚାଇବାର ଏକମାତ୍ର ଉଦ୍ଦେଶ୍ୟରେ କିମ୍ବା ବିରୋଧୀ ଦଳର ସହମତି ବିନା ଦୁଇଥର ବଲ୍ ମାରନ୍ତି, ତେବେ ତାଙ୍କୁ ଆଉଟ୍ ଘୋଷିତ କରାଯାଇଥାଏ । ଯଦିଓ ଅନେକ ରିପୋର୍ଟ ଦାବି କରିଛି ଯେ ଅନ୍ତର୍ଜାତୀୟ କ୍ରିକେଟରେ ଏହିପରି କାହାକୁ ଆଉଟ୍ କରାଯାଇ ନାହିଁ ।


୭. ହିଟ୍ ୱିକେଟ୍ (Hit Wicket)


ତେବେଳେ ବ୍ୟାଟ୍ସମ୍ୟାନ୍ ସଟ୍ ମାରିବା ସମୟରେ ନିଜ ବ୍ୟାଟ୍ ସାହାଯ୍ୟରେ ଭୁଲବଶତଃ ୱିକେଟକୁ ହିଟ୍ କରନ୍ତି, ସେତେବେଳେ ସେ ହିଟ୍ ୱିକେଟ୍ ମାଧ୍ୟମରେ ଆଉଟ୍ ବୋଲି ଧରାଯାଏ ।


୮. ଫିଲ୍ଡକୁ ବାଧା ସୃଷ୍ଟି କରିବା (Obstructing The Field) 


ଯଦି ଜଣେ ବ୍ୟାଟ୍ସମ୍ୟାନ୍ ଜାଣିଶୁଣି ଫିଲ୍ଡରଙ୍କୁ ବାଧା ପହଞ୍ଚାଇଥାଏ ତ ତାଙ୍କୁ ଆଉଟ ଦିଆାଇଥାଏ, ଯେଉଁଥରେ ଫିଲ୍ଡର ଦ୍ୱାରା ଥ୍ରୋର କରାଯାଇଥିବା ବଲକୁ ରୋକିବା ମଧ୍ୟ ସାମିଲ ରହିଛି ।


୯. ଟାଇମ୍ ଆଉଟ୍ (Time Out)


ଯଦି କୌଣସି ବ୍ୟାଟ୍ସମ୍ୟାନ ନିଜ ପାଳି ଆସିବା ସମୟରେ ଟେଷ୍ଟ ଓ ଦିନିକିଆ ମ୍ୟାଚରେ ୩ ​​ମିନିଟ୍ ମଧ୍ୟରେ ଗ୍ରାଉଣ୍ଡକୁ ଆସନ୍ତି ନାହିଁ, ତା’ହେଲେ ତାଙ୍କୁ ଆଉଟ୍ ଘୋଷିତ କରାଯାଇପାରେ । ଟି-20 ମ୍ୟାଚରେ ଯଦି ବ୍ୟାଟ୍ସମ୍ୟାନ ୨ ମିନିଟ୍ ମଧ୍ୟରେ ଗ୍ରାଉଣ୍ଡରେ ନଆସନ୍ତି ତେବେ ତାଙ୍କୁ ଟାଇମ୍ ଆଉଟ୍ ଅନ୍ତର୍ଗତ ଆଉଟ୍ ଦିଆଯିବ ।


ଅଧିକ ପଢ଼ନ୍ତୁ:-କେଏଲ୍ ରାହୁଲଙ୍କୁ ଉପ-ଅଧିନାୟକ ପଦରୁ ହଟାଇବା ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଲେ ରୋହିତ ଶର୍ମା, ଜାଣନ୍ତୁ କ'ଣ କହିଲେ


ଅଧିକ ପଢ଼ନ୍ତୁ:-ପୁରୁଣା ପେନସନ ଲାଗୁ କରିବାକୁ ନେଇ ବଡ଼ ଅପଡେଟ୍, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଲେ ଏହି ଘୋଷଣା


ଅଧିକ ପଢ଼ନ୍ତୁ:-BCCI ଦେଲା ବଡ଼ ଅପଡେଟ୍, ଏହି ବିପଜ୍ଜନକ ଖେଳାଳି ଆହତ କାରଣରୁ ଦଳରୁ ହେଲେ ବାହାର


 


୧୦. ମାନକାଡିଂ ଆଉଟ୍ (Mankading Out)


ଯେତେବେଳେ ବୋଲର ଅନୁଭବ କରନ୍ତି ଯେ ସେ ବଲ୍ କରିବା ପୂର୍ବରୁ ବ୍ୟାଟ୍ସମ୍ୟାନ୍  ନନ୍-ଷ୍ଟ୍ରାଇକର କ୍ରିଜରୁ ବହୁତ ଦୂରରେ ବାହାରି ସାରିଛନ୍ତି, ସେତେବେଳେ ସେ ନନ୍-ଷ୍ଟ୍ରାଇକର ପାଶ୍ୱରେ ଥିବା ୱିକେଟ ବାଡ଼ିକୁ ଖସାଇ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିପାରିବେ । ଏହି ଘଟଣାରେ ବଲ୍ ରେକର୍ଡ ହୋଇ ନଥାଏ କିନ୍ତୁ ୱିକେଟ୍ ଖସିଥାଏ ।


୧୧. ହ୍ୟାଣ୍ଡଲ ଦି ବଲ୍ (Handled The Ball)


ଯଦି ଜଣେ ବ୍ୟାଟ୍ସମ୍ୟାନ୍ ବିପକ୍ଷ ଦଳର ଖେଳାଳିଙ୍କ ବିନା ଅନୁମତିରେ ନିଜ ହାତରେ ବଲକୁ ସ୍ପର୍ଶ କରନ୍ତି, ତେବେ ତାଙ୍କୁ ଫିଲ୍ଡରେ ବାଧା ଦେବା ନିୟମ ଅନୁଯାୟୀ ଆଉଟ୍ ଦିଆଯାଇପାରେ ।