Hardik Pandya: ବିଶ୍ବକପ (World cup 2023) ମଝିରେ ଟିମ୍ ଇଣ୍ତିଆକୁ (Team India) ବଡ଼ ଝଟକା । ଆଇସିସି ବିଶ୍ବକପ ୨୦୨୩ରୁ (ICC world cup 2023) ବାଦ ପଡ଼ିଲେ ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya)। ବାଂଲାଦେଶ ବିପକ୍ଷ ମ୍ୟାଚ୍ ରେ ସେ ଆହତ ହୋଇଥିଲେ, ସେବେଠାରୁ କ୍ରମାଗତ ଭାବେ ଖେଳାଯାଇଥିବା ସମସ୍ତ ମ୍ୟାଚ୍ ରୁ ସେ ବାଦ ପଡ଼ିଥିଲେ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ବିଶ୍ବକପ ୨୦୨୩ରେ ବାଂଲାଦେଶ(IND vs BAN) ବିପକ୍ଷ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଆହତ ହୋଇଥିଲେ । ଫଳରେ ମ୍ୟାଚ୍ ଅଧାରୁ ତାଙ୍କୁ ପଡ଼ିଆ ଛାଡ଼ି ଯିବାକୁ ପଡ଼ିଥିଲା । ଗୋଇଠିରେ ଆଘାତ ଲାଗିବା ପରେ ଚିକିତ୍ସିତ ହେଉଥିଲେ ପାଣ୍ଡ୍ୟା । ଅଧିକ ଚିକିତ୍ସା ପାଇଁ ତାଙ୍କୁ ବାଙ୍ଗାଲୋର ପଠାଯାଇଥିଲା । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଥିବାରୁ ତାଙ୍କୁ ନ୍ୟୁଜଲାଣ୍ତ, ଇଂଲଣ୍ତ ଓ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରୁ ବିଶ୍ରାମ ଦିଆଯାଇଥିଲା । ପାଣ୍ତ୍ୟାଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ଏକ ସ୍ବତନ୍ତ୍ର ଡ଼ାକ୍ତରୀ ଦଳ ନଜର ରଖିଥିଲେ । ତେବେ ଆହତ ସମସ୍ୟାରେ ସୁଧାର ନ ଆସିବା କାରଣରୁ ପାଣ୍ଡ୍ୟାଙ୍କୁ ବିଶ୍ୱକପରୁ ବାଦ୍ ଦିଆଯାଇଛି । ତାଙ୍କ ବଦଳରେ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଦଳରେ ସାମିଲ କରାଯାଇଛି । ଗତ ୩ଟି ମ୍ୟାଚରୁ ବାଦ ପଡ଼ିଥିବା ଏହି ଷ୍ଟାର ଖେଳାଳି ସେମିଫାଇନାଲରେ (world cup semi final 2023) ଦଳକୁ ଫେରିବେ ବୋଲି କଳ୍ପନାଜଳ୍ପନା କରାଯାଉଥିଲା । କିନ୍ତୁ ବିଶ୍ବକପ ଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ବେଳେ ପାଣ୍ଡ୍ୟା ଦଳରୁ ଆଉଟ ହେବା ଦଳ ପାଇଁ ଏକ ଝଟକା ଅଟେ । ତେବେ ହାର୍ଦ୍ଦିକ ସ୍ଥାନରେ ଦଳରେ ସାମିଲ ହୋଇଥିବା ପ୍ରସିଦ୍ଧ କ୍ରିଷ୍ଣାଙ୍କୁ (Prasidh Krishna) ଟିମ୍ ଙ୍କୁ କେତେ ଫାଇଦା ଦେବ ତାହା ଦେଖିବାକୁ ବାକି ରହିଲା । ଦକ୍ଷିଣ ଆଫ୍ରିକା ସହ ଖେଳାଯିବାକୁ ଥିବା ଆଗାମୀ ମ୍ୟାଚ୍ ରେ ଦଳ ସହ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ମୈଦାନକୁ ଓହ୍ଳାଇବ ଏକ ପ୍ରକାର ନିଶ୍ଚିତ ହୋଇଛି ।




Also Read-'ଭାରତୀୟ ବୋଲରମାନଙ୍କୁ ICC ଓ BCCI ଦେଉଛି ସ୍ୱତନ୍ତ୍ର ବଲ୍...', ପାକିସ୍ତାନର ପୂର୍ବତନ ଖେଳାଳିଙ୍କ ବିସ୍ଫୋରକ ବୟାନ


ପ୍ରକାଶ ଥାଉ କି, ବାଂଲାଦେଶ ବିପକ୍ଷ ମ୍ୟାଚରେ (ind vs ban) ବୋଲିଂ କରୁଥିବା ବେଳେ ପାଣ୍ଡ୍ୟା ଆହତ ହୋଇଥିଲେ । ଫଳରେ ପାଣ୍ଡ୍ୟାଙ୍କ ବଦଳରେ ବିରାଟ କୋହଲି (virat kohli) ଅବିଶିଷ୍ଟ ବଲ ପକାଇଥିଲେ । ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆ ଏଯାଏଁ ଅପରାଜେୟ ରହି ସେମିଫାଇନାଲରେ ପ୍ରବେଶ କରିଛି । ଆଗକୁ ଦକ୍ଷିଣ ଆଫ୍ରିକା ଓ ନେଦରଲାଣ୍ଡସ ବିପକ୍ଷରେ ମୈଦାନକୁ ଓହ୍ଳାଇବ ଭାରତୀୟ ଦଳ ।