'ଭାରତୀୟ ବୋଲରମାନଙ୍କୁ ICC ଓ BCCI ଦେଉଛି ସ୍ୱତନ୍ତ୍ର ବଲ୍...', ପାକିସ୍ତାନର ପୂର୍ବତନ ଖେଳାଳିଙ୍କ ବିସ୍ଫୋରକ ବୟାନ
Advertisement
Article Detail0/zeeodisha/odisha1942963

'ଭାରତୀୟ ବୋଲରମାନଙ୍କୁ ICC ଓ BCCI ଦେଉଛି ସ୍ୱତନ୍ତ୍ର ବଲ୍...', ପାକିସ୍ତାନର ପୂର୍ବତନ ଖେଳାଳିଙ୍କ ବିସ୍ଫୋରକ ବୟାନ

World Cup 2023: ପାକିସ୍ତାନର ପୂର୍ବତନ ଖେଳାଳି ହାସନ ରଜା (Hasan Raza) ଆଇସିସି ଓ ବିସିସିଆଇକୁ ଭାରତୀୟ ବୋଲରମାନଙ୍କୁ ସ୍ୱତନ୍ତ୍ର ବଲ ଦେଇଥିବା ଅଭିଯୋଗ କରିଛନ୍ତି ।

 

Pakistan batsman Hasan Raza On Indian Bowlers

Pakistan batsman Hasan Raza On Indian Bowlers: ଗତ ଗୁରୁବାର ଦିନ (୨ ନଭେମ୍ବର) ବିଶ୍ୱକପ୍ ୨୦୨୩ ରେ ଭାରତ ଶ୍ରୀଲଙ୍କାକୁ ୩୨୦ ରନରେ ପରାସ୍ତ କରି ୪୮ ବର୍ଷ ପୁରୁଣା ଟୁର୍ଣ୍ଣାମେଣ୍ଟରେ ରନ୍ ଦୃଷ୍ଟିରୁ ଦ୍ୱିତୀୟ ବୃହତ୍ତମ ବିଜୟ ପଞ୍ଜିକରଣ କରିଛି । ଭାରତ ପ୍ରଥମେ ବ୍ୟାଟିଂ କରି ୩୫୭/୮ ରନ୍ ସ୍କୋର କରିଥିଲା । ଟାର୍ଗେଟକୁ ପିଛାକରି ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ମାନେ ଭାରତୀୟ ବୋଲରଙ୍କ ଆଗରେ ଆଣ୍ଠୁ ମାଡିଥିେ ଓ ମାତ୍ର ୫୫ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲେ । ବର୍ତ୍ତମାନ ପାକିସ୍ତାନର ପୂର୍ବତନ ଖେଳାଳି ହାସନ ରଜା ରୋହିତ ବ୍ରିଗେଡର ଏହି ଧରାଶାୟୀ ବୋଲିଂ ଉପରେ ଅଭିଯୋଗ ଆଣି କହିଛନ୍ତି ଯେ ଭାରତୀୟ ବୋଲରମାନଙ୍କୁ ସ୍ୱତନ୍ତ୍ର ବଲ ଦିଆଯାଉଛି ।

ଦ୍ୱିତୀୟ ଇନିଂସରେ ଭାରତ ପାଇଁ ବଲ ପରିବର୍ତ୍ତନ ହୋଇଛି ବୋଲି ସେ କହିଛନ୍ତି । ପାକିସ୍ତାନର ପୂର୍ବତନ ଖେଳାଳି ବିଶ୍ୱାସ କରନ୍ତି ଯେ ଆଇସିସି ଓ ବିସିସିଆଇ ଭାରତୀୟ ବୋଲରମାନଙ୍କୁ ସ୍ୱତନ୍ତ୍ର ବଲ ଦେଉଛନ୍ତି, ଯାହା ସେମାନଙ୍କୁ ଏତେ ଚମତ୍କାର ବୋଲିଂ କରିବାରେ ସାହାଯ୍ୟ କରୁଛି । ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ ‘ଏବିଏନ୍’ରେ ହାସନ ରଜା ଏହି ବିଷୟରେ କହିଥିଲେ ।

ଶୋ’ର ଆଙ୍କର୍ ପୂର୍ବତନ ପାକିସ୍ତାନୀ ଖେଳାଳିଙ୍କୁ ଏକ ପ୍ରଶ୍ନ ପଚାରି କହିଲା, “ଏହା ସମ୍ଭବ କି ଭାରତୀୟ ବୋଲରମାନଙ୍କୁ ଭିନ୍ନ ବଲ ଦିଆଯାଉଛି? ଭାରତୀୟ ବୋଲରମାନେ ଯେଉଁ ପ୍ରକାରର ସିମ୍ ଓ ସୁଇଙ୍ଗ୍ କରୁଛନ୍ତି ତାହା ଦେଖିଲେ ଲାଗୁଛି ଯେପରି ଭାରତୀୟ ବୋଲରମାନେ ଏକ ଅଲଗା ବୋଲିଂ ୱିକେଟ୍ ଉପରେ ବୋଲିଂ କରୁଛନ୍ତି । ଅଜବ ସିମ୍ ଏବଂ ସୁଇଙ୍ଗ୍... ।”

ଆଙ୍କର ପ୍ରଶ୍ନର ଉତ୍ତର ଦେବାବେଳେ ହାସନ ରଜା ପ୍ରଥମେ କହିଥିଲେ ଯେ ଆମେ ଦେଖିଛୁ ଯେ ଭାରତର ବୋଲିଂ ସମୟରେ କିଛି DRS ନିଷ୍ପତ୍ତି ମଧ୍ୟ ଭାରତ ସପକ୍ଷରେ ଯାଇଛି । ସେ ବଲ ବିଷୟରେ ଆହୁରି କହିଛନ୍ତି, “ବୋଧହୁଏ ବଲ ଦ୍ୱିତୀୟ ଇନିଂସରେ ପରିବର୍ତ୍ତନ ହୋଇଥାଇପାରେ । ଆଇସିସି ଯେଉଁଭଳି ଭାବେ ଦେଉଛି, କିମ୍ବା ତୃତୀୟ ଅମ୍ପାୟର ପ୍ୟାନେଲ୍ ଦେଉଛି, କିମ୍ବା ବିସିସିଆଇ ଦେଉଛି… ଏହାର ଯାଞ୍ଚ କରାଯାଉ ।”