ODI World Cup 2023 IND vs NZ: ବିଶ୍ୱକପର (World Cup 2023) ପରବର୍ତ୍ତୀ ମ୍ୟାଚ୍ ରେ ମୁହାଁମୁହିଁ ହେବ ଭାରତ- ନ୍ୟୁଜିଲ୍ୟାଣ୍ଡ (IND vs NZ )। ତେବେ ଏହି ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ (Team India) ଲାଗିଛି ବଡ଼ ଝଟକା । ବାଲାଂଦେଶ ସହ ମ୍ୟାଚ୍ ବେଳେ ଆହତ ହୋଇଥିଲେ ଦଳର ଅଲରାଉଣ୍ତର ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) । ଆହତ କାରଣରୁ ପାଣ୍ଡ୍ୟା ଏହି ମ୍ୟାଚ୍ ଖେଳି ପାରିବେ ନାହିଁ। ବର୍ତ୍ତମାନ, ହାର୍ଦ୍ଦିକଙ୍କ ସ୍ଥାନରେ ଦଳରେ କେଉଁ ଖେଳାଳିଙ୍କୁ ସାମିଲ କରାଯିବ ତାହା ଅଧିନାୟକ ରୋହିତ ଶର୍ମାଙ୍କ (Rohit Sharma) ପାଇଁ ଏକ ବଡ଼ ଚାଲେଞ୍ଜ ସୃଷ୍ଟି କରିଛି । ତେବେ ଅନେକ ଭେଟେରାନ ଏ ସମ୍ପର୍କରେ ନିଜର ମତାମତ ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଅଧିକାଂଶ କ୍ରିକେଟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ରୋହିତ ଶର୍ମା ବର୍ତ୍ତମାନ ପ୍ଲେଇଙ୍ଗ୍ ଇଲେଭେନରେ (India playing 11) ଦୁଇଟି ପରିବର୍ତ୍ତନ କରିବା ଉଚିତ୍। ପ୍ରଥମତଃ, ହାର୍ଦ୍ଦିକଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଓ ଦ୍ୱିତୀୟରେ ମହମ୍ମଦ ଶାମୀଙ୍କୁ ଶାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ଦଳରେ ସାମିଲ କରିବା ଉଚିତ୍ । ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଦଳରୁ ବାଦ ପଡ଼ିବା ଭାରତୀୟ ଟିମ୍ (Team India)  କୁ ସମସ୍ୟାରେ ପକାଇପାରେ । ତେବେ ହାର୍ଦ୍ଦିକଙ୍କୁ ବାଦ ଦେଇ ପ୍ଲେଇଙ୍ଗ୍ ଇଲେଭେନ ବାଛିବା ରୋହିତ ଶର୍ମାଙ୍କ ପାଇଁ କାଠିକର ପାଠ ହେବେ । ସୂଚନା ଅନୁଯାୟୀ ଏନେଇ ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ତଥା ବର୍ତ୍ତମାନର ସମୀକ୍ଷକ ଆକାଶ ଚୋପ୍ରା (Akash Chopra ) ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି, ଦଳରେ ଉଭୟ ବୋଲିଂ ଓ ବ୍ୟାଟିଂ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ, ତେଣୁ ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କୁ (Suryakumar Yadav) ଦଳରେ ସାମିଲ କରାଯିବା ଉଚିତ୍ । ସେହିପରି ଶାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ମହମ୍ମଦ ଶାମୀଙ୍କୁ ଦଳରେ ସାମିଲ କରାଯିବା ଉଚିତ୍ ।


Also Read-Cricket in Olympics: ଅଲମ୍ପିକରେ କ୍ରିକେଟ୍ ସାମିଲ ହେବା ନେଇ ଏହି ଖେଳାଳିଙ୍କୁ ଶ୍ରେୟ ଦେଲା IOC


ପ୍ରକାଶ ଥାଉ କି, ଅକ୍ଟୋବର ୨୨ ତାରିଖରେ ଧର୍ମଶାଳାରେ ନ୍ୟୁଜିଲ୍ୟାଣ୍ତ ଓ ଭାରତ (ODI World Cup 2023 IND vs NZ) ମଧ୍ୟରେ ଖେଳାଯିବ ହାଇଭେଲଟେଜ ମ୍ୟାଚ୍ । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ବର୍ତ୍ତମାନ ସୁଦ୍ଧା ଗୋଟିଏ ବି ମ୍ୟାଚ୍ ହାରି ନାହାଁନ୍ତି। ଏଭଳି ପରିସ୍ଥିତିରେ ଏହି ମ୍ୟାଚ୍ ରୋମାଞ୍ଚକର ହେବାକୁ ଯାଉଛି । ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ପାଇଁ ଏହି ଦୁଇ ଦଳ ମଧ୍ୟରେ ଜୋରଦାର ମୁକାବିଲା ଦେଖିବାକୁ ମିଳିବ । ବର୍ତ୍ତମାନ ଉଭୟ ଦଳର ୮-୮ ପଏଣ୍ଟ ରହିଥିବା ବେଳେ ରନ୍ ରେଟ୍ ଅନୁଯାୟୀ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଓ ଟିମ୍ ଇଣ୍ଡିଆ ଦ୍ୱିତୀୟ ସ୍ଥାନରେ ରହିଛି।