World Cup Trophy 2023: ଅକ୍ଟୋବର ୫ ତାରିଖରୁ ଆରମ୍ଭ ହୋଇଯାଇଛି କ୍ରିକେଟ୍ ମହାସମର (World Cup 2023) । ବିଶ୍ବକପ ହାତେଇବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇଛନ୍ତି ବଛା ବଛା ୧୦ଟି ଶକ୍ତିଶାଳୀ ଟିମ୍ । ତେବେ ଟୁର୍ଣ୍ଣାମେଣ୍ଟରେ ବିଜୟୀ ଦଳକୁ ବିଶ୍ବକପ ଟ୍ରଫି ଦିଆଯାଇଥାଏ । ତେବେ କ’ଣ ଆପଣ ଜାଣିଛନ୍ତି କି, ଏହି ୱାର୍ଲକପ୍ ଟ୍ରଫି (world cup 2023 trophy) କେଉଁଥିରେ ନିର୍ମିତ?


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, କ୍ରିକେଟ୍ ବିଶ୍ୱକପ୍ ୨୦୨୩ ଟ୍ରଫିର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସୁନା ଓ ରୂପା ରଙ୍ଗର ଏହି ଟ୍ରଫିକୁ ଲୋକେ ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି | କ୍ରିକେଟ୍ ବିଶ୍ୱକପ୍ ଟ୍ରଫିକୁ ବେଶ ସରଳ ଡିଜାଇନ୍ ରେ ତିଆର କରାଯାଇଛି । ଟ୍ରଫିରେ ଥିବା ଗ୍ଲୋବ କ୍ରିକେଟ୍ ବଲକୁ ଓ ଏହାର ସ୍ତମ୍ଭ ଗୁଡ଼ିକ କ୍ରିକେଟ୍ ର ତିନୋଟି ଦିଗକୁ ପ୍ରତିପାଦିତ କରାଯାଇଥାଏ ।


କେଉଁଥିରେ ତିଆରି ହୋଇଥାଏ ବିଶ୍ବକପ ଟ୍ରଫି ?


ବିଶ୍ୱକପ୍ ଟ୍ରଫି ରୌପ୍ୟ ଓ ସ୍ୱର୍ଣ୍ଣରେ ନିର୍ମିତ ହୋଇଥାଏ । ଟ୍ରଫିରେ ଥିବା ବଲ ସୁନାରେ ଓ ତିନୋଟି ସ୍ତମ୍ଭ ରୂପାରେ ନିର୍ମିତ । ଆଇସିସି କ୍ରିକେଟ୍ ବିଶ୍ୱକପ୍ ଟ୍ରଫି ଦାମୀ ଟ୍ରଫି ତାଲିକାରେ ମଧ୍ୟ ସ୍ଥାନ ପାଇଛି। ବିଶ୍ୱକପ ଟ୍ରଫିର ଆନୁମାନିକ ମୂଲ୍ୟ ୩୦ ହଜାର ଡ଼ଲାର ଅଟେ । ଏହି ଆଇସିସି ଟ୍ରଫି ଦୁନିଆର ଶ୍ରେଷ୍ଠ ୧୦ଟି ଦାମୀ କ୍ରୀଡା ଟ୍ରଫି ମଧ୍ୟରୁ ଅନ୍ୟତମ, ଯାହାର ମୂଲ୍ୟ ପ୍ରାୟ ୨୪,୭୬, ୬୫୦ ଟଙ୍କା ଅଟେ ।


ବିଶ୍ବକପ ଟ୍ରଫିର ଓଜନ କେତେ ?


୧୯୯୯ ମସିହା ପରଠାରୁ ଆଇସିସି ବିଶ୍ୱକପ ଟ୍ରଫିର ଡିଜାଇନ ଆଦୌ ବଦଳିନାହିଁ । ଏହା ଉଚ୍ଚତା ୬୦ ସେ.ମି. ହୋଇଥିବା ବେଳେ ଓଜନ ପ୍ରାୟ ୧୧.୦୫୬୭ କିଲୋଗ୍ରାମ ଅଟେ  ।


Also Read-Asian Games 2023: କ୍ରିକେଟରେ ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ, ଜାଣନ୍ତୁ କିପରି ବିନା ବ୍ୟାଟିଂ କରି ପାଇଲା ପଦକ


Also Read-World Cup 2023: ଅଷ୍ଟ୍ରେଲିଆ ବିପକ୍ଷରେ ଏହା ହେବ ଭାରତର ପ୍ଲେଇଂ 11, ଗିଲଙ୍କ ସମେତ ଏହି ଖେଳାଳି ପଡିବେ ବାଦ୍!


ପ୍ରକାଶ ଥାଉ କି, ଚଳିତ ବିଶ୍ୱକପ୍ ୨୦୨୩ ଭାରତରେ ଆୟୋଜିତ ହୋଇଛି । ଅକ୍ଟୋବର ୫ ତାରିଖରେ ଖେଳାଯାଇଥିବା ବିଶ୍ବକପର ପ୍ରଥମ ମ୍ୟାଚରେ ଗତଥରର ବିଜେତା ଇଂଲଣ୍ଡକୁ ୯ ୱିକେଟ୍‌ରେ ହରାଇ ବିଜୟୀ ସହ ବିଶ୍ବକପରେ ଅଭିଯାନ ଆରମ୍ଭ କରିଛି ନ୍ୟୁଜିଲାଣ୍ଡ । ତେବେ ବିଶ୍ବକପର ଅନ୍ତିମ ମ୍ୟାଚ୍ ୧୯ ନଭେମ୍ବରରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ​