Rahul Dravid Son: ଏବେ ଦେଶରେ ବିସିସିଆଇ ଦ୍ୱାରା କୁଚ୍ ବେହାର ଟ୍ରଫି ଖେଳାଯାଉଛି । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ କୋଚ ରାହୁଲ ଦ୍ରାବିଡଙ୍କ ପୁଅ ସମିତଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । କାରଣ ଉକ୍ତ ମ୍ୟାଚରେ ରାହୁଲଙ୍କ ପୁଅ ସମିତ ଦ୍ରାବିଡ ୯୮ ରନ ସଂଗ୍ରହ କରିଥିଲେ । ମାତ୍ର ୨ରନ କାରଣରୁ ଶତକ କରିବାରୁ ବଞ୍ଚିତ ହୋଇଥିଲେ ମଧ୍ୟ ତାଙ୍କ ପ୍ରଦର୍ଶନ ଦେଖି ସମସ୍ତେ ରାହୁଲଙ୍କ ଷ୍ଟାଇଲକୁ ମନେ ପକାଇଥିଲେ । ଅବିକଳ ବାପାଙ୍କ ପରି ଖେଳିଥିବା ଚର୍ଚ୍ଚା କରିଥିଲେ ଦେଖଣାହାରୀ ।


COMMERCIAL BREAK
SCROLL TO CONTINUE READING

ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ସମିତ ଦ୍ରାବିଡ କୁଚ ବେହାର ଟ୍ରଫିରେ କର୍ଣ୍ଣାଟକ ପାଇଁ ଖେଳୁଛନ୍ତି । ନିକଟରେ ଜାମୁକଶ୍ମୀର ବିପକ୍ଷରେ କର୍ଣ୍ଣାଟକର ମ୍ୟାଚ ଅନୁଷ୍ଠିତ ହୋଇଥିଲା । ସେହି ମ୍ୟାଚରେ ସମିତ ୧୩ଟି ଚୌକା ମାରିଥିଲେ । ଏହି ମ୍ୟାଚରେ ଜାମୁକଶ୍ମୀର ଟିମ ପ୍ରଥମ ଇନିଂସରେ ୧୭୦ ରନ ସଂଗ୍ରହ କରିଥିଲା । କର୍ଣ୍ଣାଟକ ସମୁଦାୟ ୪୮୦ ରନ୍ ସଂଗ୍ରହ କରିଥିଲା ଯେଉଁଥିରେ ସମିତ ୯୮ ରନ ସଂଗ୍ରହ କରିଥିଲେ । ଏହି ମ୍ୟାଚରେ କର୍ଣ୍ଣାଟକର ୫ଟି ୱିକେଟ ପତନ ଘଟିଥିଲା । ଚର୍ଚ୍ଚା ହେଉଛି ଯେ, ଯଦି ସମିତ ଦ୍ରାବିଡ୍ ଏହିପରି ଭାବରେ ବ୍ୟାଟିଂ ଜାରି ରଖିବେ ତେବେ ସେ ଭବିଷ୍ୟତରେ ନିଶ୍ଚିତଭାବରେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇବେ ।


Also Read- ୧୪ ଲକ୍ଷରେ କିଡନି ବିକ୍ରି ନେଇ ମୂଲଚାଲ, SCBରେ ଅଟକ ହେଲେ ଦମ୍ପତ୍ତି


Also Read- Dunki promotion ପାଇଁ ଦୁବାଇରେ ପହଞ୍ଚିଲେ ଶାହାରୁଖ ଖାନ, କମ୍ପିଲା ପୁରା ଷ୍ଟାଡିୟମ