୧୪ ଲକ୍ଷରେ କିଡନି ବିକ୍ରି ନେଇ ମୂଲଚାଲ, SCBରେ ଅଟକ ହେଲେ ଦମ୍ପତ୍ତି
Advertisement
Article Detail0/zeeodisha/odisha2021309

୧୪ ଲକ୍ଷରେ କିଡନି ବିକ୍ରି ନେଇ ମୂଲଚାଲ, SCBରେ ଅଟକ ହେଲେ ଦମ୍ପତ୍ତି

୧୩ଲକ୍ଷ ୫୦ ହଜାର ଟଙ୍କାରେ ମୁଲଚାଲ ହେବା ଖବର ମିଳିବା ପରେ ମଙ୍ଗଳବାଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନୁଗୋଳର ପତି, ପତ୍ନୀ ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣା ପଡିଛି । 

୧୪ ଲକ୍ଷରେ କିଡନି ବିକ୍ରି ନେଇ ମୂଲଚାଲ, SCBରେ ଅଟକ ହେଲେ ଦମ୍ପତ୍ତି

କଟକ: କିଡନି କିଣାବିକା ନେଇ କଟକ ଏସସିବି (Cuttack SCB)ରେ ଦେଖିବାକୁ ମିଳିଛି ହଙ୍ଗାମା । ୧୩ଲକ୍ଷ ୫୦ ହଜାର ଟଙ୍କାରେ ମୁଲଚାଲ ହେବା ଖବର ମିଳିବା ପରେ ମଙ୍ଗଳବାଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନୁଗୋଳର ପତି, ପତ୍ନୀ ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣା ପଡିଛି । କିଡନି କିଣିବାକୁ ଆଗୁଆ ୯ ଲକ୍ଷ ୫୦ ହଜାର ଟଙ୍କା ଦିଆଯାଇଥିବା ସୂଚନା ମିଳିଛି । ସୂଚନା ମୁତାବକ ଆଡଭାନ୍ସ ଟଙ୍କା ନେବା ପରେ ମଧ୍ୟ ଡୋନର କିଡନି ଦେଇନଥିଲେ ଏହି କାରଣରୁ ଉଭୟ କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ଯାହାଫଳରେ ରାଣୀହାଟ ଓ ମଙ୍ଗଳାବାଗରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରି ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଖବର ମୁତାବକ, କେନ୍ଦୁଝରରୁ ନିୟମିତ ଭାବେ ଏସସିବି ଆସି ଚିକିତ୍ସିତ ହେଉଥିଲେ କୁଟଲ ମାଝି । ତାଙ୍କର ଦୁଇଟି ଯାକ କିଡନି ଜନିତ ସଂକ୍ରମଣ ହୋଇଥିବାରୁ ସେ ଖୁବ ଚିନ୍ତିତ ଥିଲେ । କୁଟଲଙ୍କ ୨ଟି ଯାକ କିଡନି ପ୍ରତିରୋପଣ ହେବା ନେଇ ଡାକ୍ତର ପରାମର୍ଶ ଦେଇଥିଲେ । ତେବେ ଏହା ମଧ୍ୟରେ ମାର୍କଣ୍ଡ ନାଥଙ୍କ ସହିତ କୁଟଲଙ୍କର ଦେଖା ହୋଇଥିଲା । ମାର୍କଣ୍ଡ ମଧ୍ୟ ନିଜ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଏସସିବି ଆସୁଥିଲେ । ମାର୍କଣ୍ଡଙ୍କ ସହିତ କୁଟଲଙ୍କର ସମ୍ପର୍କ ନିବିଡ ହେବା ପରେ ମାର୍କଣ୍ଡ କୁଟଲଙ୍କ ପାଇଁ କିଡନି ଯୋଗାଡ କରିଦେବେ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ଏଥିପାଇଁ ମୋଟା ଅଙ୍କର ଟଙ୍କା ଦାବି କରିଥିଲେ । ସମୁଦାୟ ୧୩ଲକ୍ଷ ୫୦ ହଜାର ଟଙ୍କା ନେବା ନେଇ ସ୍ଥିର ହୋଇଥିଲା । କୁଟୁଲଙ୍କ ପରିବାର ପକ୍ଷରୁ ମାର୍କଣ୍ଡଙ୍କୁ ପ୍ରଥମେ ୯ଲକ୍ଷ ୫୦ ହଜାର ଟଙ୍କା ଦିଆଯାଇଥିଲା । କିନ୍ତୁ ଏହାବାଦ ଡୋନରଙ୍କ ଚିକିତ୍ସା ଖର୍ଚ୍ଚ ମାସକୁ ୩୦ ହଜାର ଟଙ୍କା ଦେବା ନେଇ ମାର୍କଣ୍ଡ ଦାବି କରିଥିଲେ । କୁଟଲଙ୍କ ପତ୍ନୀ ଏଥିରେ ରାଜିହୋଇ ତାଙ୍କୁ ଉକ୍ତ ଟଙ୍କା ଦେବା ନେଇ ରାଜି ହୋଇଥିଲେ । କିନ୍ତୁ ପ୍ରତିରୋପଣ ପୂର୍ବରୁ ମାର୍କଣ୍ଡ ଚିକିତ୍ସା ଖର୍ଚ୍ଚ ନେବା ଆରମ୍ଭ କରିନେଇଥିଲେ ଏଥିସହ ପ୍ରତିରୋପଣ ପାଇଁ ଦିନ ଗଡାଇ ଚାଲିଥିଲେ । ଏକ ବର୍ଷ ମଧ୍ୟରେ ଲକ୍ଷାଧିକ ଟଙ୍କା ଚିକିତ୍ସା ବାବଦକୁ ନେଇଥିଲେ ମଧ୍ୟ ପ୍ରତ୍ୟାରୋପଣ ହୋଇନଥିଲା ।

ତେବେ କୁଟୁଲ ଏବଂ ତାଙ୍କ ପତ୍ନୀ ଦୁଲାରୀଙ୍କ ଠାରୁ ଟଙ୍କା ନେବାପରେ ଆଉ ଧରାଛୁଆଁ ଦେଉନଥିଲେ ମାର୍କଣ୍ଡ ଓ ତାଙ୍କ ପତ୍ନୀ । ତେବେ କୁଟଲ ଓ ଦୁଲାରୀ ଦୁହେଁ ମାର୍କଣ୍ଡକୁ ଖୁବ ଖୋଜାଖୋଜି କରିବା ପରେ ସୂଚନା ପାଇଥିଲେ ଯେ, ସେମାନେ କଟକ ରାଣୀହାଟ ନିକଟରେ ରହୁଛନ୍ତି । କୁଟଲଙ୍କ ପତ୍ନୀ ସୂଚନା ମୁତାବକ ଘଟଣାସ୍ଥଳରେ ପହଞ୍ଚିବା ପରେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ମଙ୍ଗଳାବାଗ ଥାନାକୁ ଏ ସମ୍ପର୍କରେ ଖବର ଦିଆଯିବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାର୍କଣ୍ଡ ଓ ତା ପତ୍ନୀଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ।

Also Read- Goddess Lakshmi: ଶୁକ୍ରବାର ଭୁଲରେ କରନ୍ତୁନି ଏହି କାମ, କ୍ରୋଧିତ ହେବେ ମାଆ ଲକ୍ଷ୍ମୀ

Also Read- Dunki promotion ପାଇଁ ଦୁବାଇରେ ପହଞ୍ଚିଲେ ଶାହାରୁଖ ଖାନ, କମ୍ପିଲା ପୁରା ଷ୍ଟାଡିୟମ