Rishabh Pant: ନିଜ ଜୀବନ ବଞ୍ଚାଇଥିବା ଲୋକଙ୍କୁ ଭୁଲିନାହାଁନ୍ତି ଋଷଭ ପନ୍ତ, ଦୁଇଜଣଙ୍କୁ ଦେଲେ ଏହି ଉପହାର
Rishabh Pant: ଏହି ଦୁଇ ଜଣଙ୍କ ନାମ ରଜତ ଏବଂ ନିଶୁ, ଯେଉଁମାନେ ପନ୍ତଙ୍କୁ କାର୍ ରୁ ବାହାର କରି ଆମ୍ବୁଲାନ୍ସରେ ଡାକ୍ତରଖାନା ନେଇଥିଲେ। ଦୁର୍ଘଟଣାରୁ ବର୍ତ୍ତିବା ପରେ ଋଷଭ ପନ୍ତ ଏହି ଦୁଇଜଣଙ୍କୁ କ`ଣ ଉପହାର ଦେଇଥିଲେ ତାହା ଏବେ ସାମ୍ନାକୁ ଆସିଛି। ଏହାକୁ ନେଇ ଅଷ୍ଟ୍ରେଲିଆ ଗଣମାଧ୍ୟମ ଏକ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରିଛି।
Rishabh Pant: ଡିସେମ୍ବର ୩୦, ୨୦୨୨... ଏହି ତାରିଖକୁ କୌଣସି ଭାରତୀୟ ପ୍ରଶଂସକ ଭୁଲି ପାରିବେ ନାହିଁ। ଏହା ସେହି କଳା ଦିନ ଯେତେବେଳେ ଋଷଭ ପନ୍ତ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ଦିଲ୍ଲୀ-ଡେରାଡୁନ୍ ରାଜପଥରେ ତାଙ୍କ କାର୍ ଡିଭାଇଡର ସହ ଧକ୍କା ହେବା ପରେ ସେଥିରେ ନିଆଁ ଲାଗିଯାଇଥିଲା। କିନ୍ତୁ ଋଷଭ ପନ୍ତ ଏତେ ଗମ୍ଭୀର ଦୁର୍ଘଟଣା ସତ୍ତ୍ୱେ ମୃତ୍ୟୁକୁ ମାତ୍ ଦେଇଥିଲେ ଏବଂ ଚିନି କଳରେ କାମ କରୁଥିବା ଦୁଇ ଜଣ ବ୍ୟକ୍ତି ତାଙ୍କ ପାଇଁ ଦେବଦୂତ ସାଜିଥିଲେ। ଏହି ଦୁଇ ଜଣଙ୍କ ନାମ ରଜତ ଏବଂ ନିଶୁ, ଯେଉଁମାନେ ପନ୍ତଙ୍କୁ କାର୍ ରୁ ବାହାର କରି ଆମ୍ବୁଲାନ୍ସରେ ଡାକ୍ତରଖାନା ନେଇଥିଲେ। ଦୁର୍ଘଟଣାରୁ ବର୍ତ୍ତିବା ପରେ ଋଷଭ ପନ୍ତ ଏହି ଦୁଇଜଣଙ୍କୁ କ'ଣ ଉପହାର ଦେଇଥିଲେ ତାହା ଏବେ ସାମ୍ନାକୁ ଆସିଛି। ଏହାକୁ ନେଇ ଅଷ୍ଟ୍ରେଲିଆ ଗଣମାଧ୍ୟମ ଏକ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରିଛି।
ଋଷଭ ପନ୍ତ ଦେଲେ ଏହି ସ୍ୱତନ୍ତ୍ର ଉପହାର
ଋଷଭ ପନ୍ତ (Rishabh Pant)ସୁସ୍ଥ ହେବା ପରେ ପ୍ରଥମେ ରଜତ ଓ ନିଶୁଙ୍କୁ ଭେଟିଥିଲେ। ଉଭୟଙ୍କ ସ୍କୁଟିରେ ଋଷଭ ପନ୍ତ ଲେଖା ଯାଇଛି। ପନ୍ତ ଏବେ ବି ଦୁହିଁଙ୍କ ନିକଟରେ କୃତଜ୍ଞ ଅନୁଭବ କରୁଛନ୍ତି, ସେମାନଙ୍କ ପାଇଁ ତାଙ୍କ ଜୀବନ ବଞ୍ଚିଯାଇଛି ଏବଂ ସେ କ୍ରିକେଟକୁ ଫେରିବାରେ ସକ୍ଷମ ହୋଇଛନ୍ତି। ପନ୍ତ ବର୍ତ୍ତମାନ ଅଷ୍ଟ୍ରେଲିଆରେ ଅଛନ୍ତି ଏବଂ ସେ ପୁଣି ଥରେ ଗତ ଗସ୍ତର ଚମତ୍କାର ପୁନରାବୃତ୍ତି କରିବେ ବୋଲି ଆଶା କରାଯାଉଛି।
ଲୋକେ ପନ୍ତଙ୍କ କୃତଜ୍ଞତାକୁ ସଲାମ କରୁଛନ୍ତି
ଋଷଭ ପନ୍ତଙ୍କ ସହ ଜଡିତ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ(Social Media Viral) ଭାଇରାଲ ହେବାରେ ଲାଗିଛି । ଋଷଭ ପନ୍ତଙ୍କ ପ୍ରଶଂସକ, ତାଙ୍କ ପ୍ରିୟଜନ ରଜତ ଓ ନିଶୁଙ୍କୁ ଆଶୀର୍ବାଦ ଦେଉଛନ୍ତି। ଯଦି ଦୁହେଁ ସେଠାରେ ନଥାନ୍ତେ, ତେବେ ସେଦିନ ଏକ ବଡ଼ ଅପ୍ରୀତିକର ଘଟଣା ଘଟିଥାନ୍ତା। ତେବେ ଦୁର୍ଘଟଣାରୁ ବର୍ତ୍ତିବା ପରେ ପନ୍ତ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। କିନ୍ତୁ ପନ୍ତ ଏହା ହେବାକୁ ଦେଇନଥିଲେ। ଭଲ ଡାକ୍ତରଙ୍କ ଠାରୁ ଚିକିତ୍ସା କରାଇବା ସହ ସୁସ୍ଥ ହେବା ପାଇଁ ଦିନରାତି ପରିଶ୍ରମ କରିଥିଲେ। ପନ୍ତ ଆଇପିଏଲରୁ ପ୍ରତ୍ୟାବର୍ତ୍ତନ କରି ଚମତ୍କାର ପ୍ରଦର୍ଶନ କରିଥିଲେ। ଏହାପରେ ସେ ଟେଷ୍ଟ କ୍ରିକେଟରେ ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ସେ ଟି-୨୦ ବିଶ୍ୱ ବିଜେତା ମଧ୍ୟ ହୋଇଥିଲେ। ଏବେ ଅଷ୍ଟ୍ରେଲିଆରେ ମଧ୍ୟ ସେ ଦେଶର ବିଜୟ ପତାକା ଉତ୍ତୋଳନ କରିବେ ବୋଲି ଆଶା କରାଯାଉଛି।
Also Read: Shani Gochar: ୨୦୨୫ ରେ ଶନିଙ୍କ ପଡ଼ିବ କୋପ, ସାଢେ ସାତ ବର୍ଷ ଧରି ସମସ୍ୟା ଭୋଗିବେ ଏହି ୩ରାଶି
Also Read: Lung Detox Tips: ଶୀତଦିନେ ପ୍ରଦୂଷଣର ଭୟ, ଏଇ ସହଜ ଉପାୟରେ ରଖନ୍ତୁ ନିଜ ଫୁସଫୁସକୁ ସୁସ୍ଥ