Gujarat Weather: ବର୍ଷାରେ ଧୋଇଯିବ IPL ର ପ୍ରଥମ ମ୍ୟାଚ୍, ପାଣିପାଗ ବିଭାଗ ଦେଲା ଏହି ସୂଚନା !
Gujarat Weather News In Odia: ଆଇପିଏଲ୍ ୨୦୨୩ର ଓପନିଂ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏବଂ ଗୁଜୁରାଟ ଟାଇଟାନ୍ସ (ଜିଟି) ମଧ୍ୟରେ ଖେଳାଯିବ। ଗତ ସିଜିନର ଡିଫେଣ୍ଡିଂ ଚାମ୍ପିଅନ୍ ଦଳ ଗୁଜୁରାଟ (GT) ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଗୁଜୁରାଟ ଟାଇଟାନ୍ସ (GT ଆଇପିଏଲ୍ 2022 ଚାମ୍ପିଅନ୍) ପ୍ରଥମ ମ୍ୟାଚରେ ଆଇପିଏଲର ୪ଥର ଚାମ୍ପିଅନ୍ ଚେନ୍ନାଇ (CSK) ସହିତ ମୁହାଁମୁହିଁ ହେବ।
Gujarat Weather News In Odia: ଆଇପିଏଲର ୧୬ ତମ ସିଜିନର ପ୍ରଥମ ମ୍ୟାଚ୍ ପାଇଁ ଉତ୍ସାହ ଚରମ ସୀମାରେ ପହଞ୍ଚିଛି। ହେଲେ ଫ୍ୟାନ୍ସ ମାନଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସୁଛି। କାରଣ ଉତ୍ତର ଏବଂ ପଶ୍ଚିମ ଭାରତର କିଛି ଅଂଶରେ ଅଦିନିଆ ବର୍ଷା ମଧ୍ୟ ଏକ ଭୟ ସୃଷ୍ଟି କରିଛି । ବାସ୍ତବରେ, ଏହି ଋତୁରେ ଉଦଘାଟନୀ ମ୍ୟାଚ୍ ଭାରତର ପଶ୍ଚିମ ଭାଗ ଅହମ୍ମଦାବାଦରେ ଖେଳାଯିବ ଏବଂ ଗୁରୁବାର ଏଠାରେ ବର୍ଷା ହୋଇଛି । ଅହମ୍ମଦାବାଦରେ ବର୍ଷା ହେତୁ ପ୍ରଥମ ମ୍ୟାଚ୍ରେ ସଂଘର୍ଷ କରୁଥିବା ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଗୁଜୁରାଟ ଟାଇଟାନ୍ସର (Chennai Super Kings VS Gujarat Titans) ଦଳର ଅଭ୍ୟାସ ମ୍ୟାଚ୍ ମଧ୍ୟ ବ୍ୟାହାତ ହୋଇଥିଲା। ଯାହାର ଏକ ଭିଡିଓ ଗୁଜରାଟ ଟାଇଟନ୍ସ ନିଜର ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଥିଲେ।
ତେବେ ପାଣିପାଗ ବିଭାଗର ଲାଟେଷ୍ଟ ଅପଡେଟ (Weather Latest Update) କ୍ରିକେଟ୍ ପ୍ରଶଂସକଙ୍କ ମୁହଁରେ ହସ ଫୁଟାଇବାକୁ ଯାଉଛି। ବର୍ତ୍ତମାନର ତଥ୍ୟ ଅନୁଯାୟୀ ଆଜି ଅହମ୍ମଦାବାଦର ପାଗ ଖୋଲିବାକୁ ଯାଉଛି ଅର୍ଥାତ୍ ପାଗ ଭଲ ରହିବ ବୋଲି ଅନୁମାନ କରାଯାଇଛି। ଏଠାରେ ବର୍ଷା ହେବାର ସମ୍ଭାବନା ନାହିଁ। ଏହାର ଅର୍ଥ ଆଇପିଏଲ ପ୍ରଶଂସକମାନେ କୌଣସି ବାଧା ବିଘ୍ନ ବିନା ସମଗ୍ର ମ୍ୟାଚ୍ ଉପଭୋଗ କରିବାକୁ ସମର୍ଥ ହେବେ।
ଆଜି ଅହମ୍ମଦାବାଦରେ ସର୍ବାଧିକ ତାପମାତ୍ରା ୩୩ ଡିଗ୍ରୀ ସେଲସିୟସ ରହିପାରେ, ସର୍ବନିମ୍ନ ତାପମାତ୍ରା ୨୨ ଡିଗ୍ରୀ ପର୍ଯ୍ୟନ୍ତ ଯାଇପାରେ । ମ୍ୟାଚ୍ ସମୟରେ ତାପମାତ୍ରା ପ୍ରାୟ ୨୯ ଡିଗ୍ରୀ ରହିପାରେ । ଚେନ୍ନାଇ ଏବଂ ଗୁଜୁରାଟ (Chennai VS Gujarat Match) ମଧ୍ୟରେ ହୋଇଥିବା ମ୍ୟାଚ୍ ସମୟରେ ଘଣ୍ଟା ପ୍ରତି ୧୩ ରୁ ୧୮ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି, ଯାହା ସ୍ୱାଭାବିକ ଥିବାବେଳେ ଆର୍ଦ୍ରତା ମଧ୍ୟ ୫୦ ରୁ ୫୫ ପ୍ରତିଶତ ମଧ୍ୟରେ ରହିପାରେ।
ଅହମ୍ମଦବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରଥମ ମ୍ୟାଚ
ଆଇପିଏଲ ୨୦୨୩ ର ଉଦଘାଟନୀ ସମାରୋହ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ (Narendra Modi Stadium) ଅନୁଷ୍ଠିତ ହେବ । ଏହିଠାରେ ପ୍ରଥମ ମ୍ୟାଚ୍ ଖେଳାଯିବ । ମ୍ୟାଚ୍ ଆରମ୍ଭ ହେବାର ଠିକ୍ ଦେଢଘଣ୍ଟା ପୂର୍ବରୁ ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ। ଉଦଘାଟନୀ ସମାରୋହ ୬ ଟାରୁ ଆରମ୍ଭ ହେବ, ଯାହା ୪୫ ମିନିଟ୍ ପର୍ଯ୍ୟନ୍ତ ଚାଲିବ । ଏହା ପରେ, ସନ୍ଧ୍ୟା ୭ଟାରେ ଟସ୍ (IPL Toss) ପଡ଼ିବ ଏବଂ ମ୍ୟାଚର ପ୍ରଥମ ବଲ୍ ସନ୍ଧ୍ୟା ୭ ଟା ୩୦ ରେ ଖେଳାଯିବ ।ଚାରିଚାରି ଥରର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମ ମ୍ୟାଚ୍ ରେ ଗୁଜୁରାଟ ଟାଇଟନ୍ସ ସହିତ ମୁହାଁମୁହିଁ ଲଢେଇ କରିବାକୁ ଯାଉଛି ।
ଚେନ୍ନାଇ ସୁପର କିଙ୍ଗସ: ଋତୁରାଜ ଗାଏକ୍ୱାଡ଼, ଡେଭନ ବ୍ରାଭୋ, ବେନ ଷ୍ଟୋକସ, ଅମ୍ବାତି ରାୟୁଡ଼ୁ, ମୋଇନ ଅଲ୍ଲୀ, ରବିନ୍ଦ୍ର ଜାଡ଼େଜା, ମୋଇନ ଅଲ୍ଲୀ, ରବିନ୍ଦ୍ର ଜାଡ଼େଜା, ଶିବମ ଦୁବେ, ମହେନ୍ଦ୍ର ସିଂହ ଧୋନୀ (ଓ୍ୱିକେଟ କିପର), ଡେଭନ ପ୍ରିଟୋରିୟସ, ଦୀପକ ଚହର, ସିମରଜିତ ସିଂହ
ଗୁଜରାଟ ଟାଇଟନ୍ସ: ଶୁଭମନ ଗିଲ, କେନ ଓ୍ୱିଲିୟମସ, ଶ୍ରିକର ଭାରତ, ହାର୍ଦ୍ଦିକ ପାଣ୍ଡ୍ୟା, ମାଥ୍ୟୁ ଓ୍ୱେଡ, ରାହୁଲ ତେଓ୍ୱତିୟା, ଆର ସାଇ କିଶୋର, ରଶିଦ ଖାନ, ୟଶ ଦୟାଲ, ଅଲ୍ଜାରୀ ଜୋସେଫ, ମହମ୍ମଦ ସାମୀ
Also Read: IPL 2023: ଉଦଘାଟନୀ ମ୍ୟାଚରେ ଗୁଜୁରାଟ-ଚେନ୍ନାଇ ମୁହାଁମୁହିଁ, ଏପରି ରହିଛି ଉଭୟ ଟିମର ପ୍ଲେଇଂ ଏକାଦଶ
Also Read: IPL 2023: ଆଜି ଠୁ ଆରମ୍ଭ ହେବ ଫଟାଫଟ କ୍ରିକେଟର ମହାକୁମ୍ଭ, ଦେଖିବାକୁ ମିଳିବ ଅନେକ ନୂଆ ନିୟମ