IPL 2023: ଏମଏସ ଧୋନୀ-ରବୀନ୍ଦ୍ର ଜାଡେଜା ଲଢେଇରେ RR ପାଖରୁ ମ୍ୟାଚ ଜିତି ପାରିଲା ନାହିଁ CSK
CSK vs RR Match: ବୁଧବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ଚେନ୍ନାଇ ଦଳକୁ ୩ ରନ୍ ବ୍ୟବଧାନରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ।
CSK vs RR Match Result: ଅପ୍ରେଲ ୧୨ ତାରିଖ ବୁଧବାର ଚେନ୍ନାଇ ସ୍ଥିତ ଚିଦାମ୍ବରମ୍ ଷ୍ଟାଡିୟମ୍ ଠାରେ ଅନୁଷ୍ଠତ ହୋଇଥିବା ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍ସ, ରାଜସ୍ଥାନ ରୟାଲ୍ସ ପାଖରୁ ୩ ରନ ବ୍ୟବଧାନରେ ପରାସ୍ତ ହୋଇଛି। ବୁଧବାର ବିଜୟ ପରେ ରାଜସ୍ଥାନ ରୟାଲ୍ସ ୨୦୨୩ ଆଇପିଏଲ୍ ସଂସ୍କରଣରେ ତୃତୀୟ ବିଜୟ ପଞ୍ଜୀକରଣ କରିଛି। ଏହା ସହିତ ଦଳ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି। ଚେନ୍ନାଇ ଦଳର ୨୦୦ ତମ ମୁକାବିଲାରେ ଅଧିନାୟକତ୍ୱ କରୁଥିବା ମହେନ୍ଦ୍ର ସିଂହ ଧୋନୀ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରୁଥିବା ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୭୫ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଚେନ୍ନାଇ ଦଳ ମାତ୍ର ୧୭୨ ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା।
ଏହି ମୁକାବିଲାରେ ଚେନ୍ନାଇ ଦଳ ରାଜସ୍ଥାନ ଟିମ ପାଖରୁ ୩ ରନ ବ୍ୟବଧାନରେ ପରାସ୍ତ ହୋଇଛି। ଚଳିତ ୨୦୨୩ ଆଇପିଏଲ ସଂସ୍କରଣରେ ରାଜସ୍ଥାନ, ଚେନ୍ନାଇକୁ ହରାଇ ତୃତୀୟ ବିଜୟ ପଞ୍ଜୀକରଣ କରିଛି। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ୮ ୱିକେଟ୍ ବିନିମୟରେ ୧୭୫ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଚେନ୍ନାଇ ଦଳ ୬ ୱିକେଟ୍ ହରାଇ ୧୭୨ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା। ଏହି ମ୍ୟାଚ୍ରେ ସନ୍ଦୀପ ଶର୍ମାଙ୍କ ବିପକ୍ଷରେ ତିନିଟି ବଲରେ ମହେନ୍ଦ୍ର ସିଂ ଧୋନି ଏବଂ ରବିନ୍ଦ୍ର ଜାଡେଜାଙ୍କ ଯୋଡି ମାତ୍ର ୭ ରନ୍ ସ୍କୋର କରିପାରି ନଥିଲା।
ରାଜସ୍ଥାନ ପାଇଁ ଜୋସ୍ ବଟଲର ୫୨ ଏବଂ ଦେବଦତ୍ତ ପଡ୍ଡୀକଲ ୩୮ ରନ ସ୍କୋର କରିଥିଲେ। ଅଶ୍ୱିନ ଏବଂ ହେଟମିୟର ୩୦-୩୦ ରନ୍ ସ୍କୋର କରିଥିଲେ। ଚେନ୍ନାଇ ପାଇଁ ରବୀନ୍ଦ୍ର ଜାଡେଜା, ଆକାଶ ସିଂହ ଏବଂ ତୁଷାର ଦେଶପାଣ୍ଡେ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ମୋଇନ ଅଲି ଗୋଟିଏ ୱିକେଟ୍ ପାଇଥିଲେ। ଏହା ସହିତ ଚେନ୍ନାଇ ଟିମ ପାଇଁ ଡେଭୋନ୍ କନୱେ ୫୦, ମହେନ୍ଦ୍ର ସିଂହ ଧୋନି ୩୨ ଏବଂ ଅଜିଙ୍କ୍ୟ ରାହାଣେ ୩୧ ରନ ସ୍କୋର କରିଥିଲେ। ୨୫ ରନ୍ ସ୍କୋର କରିବା ପରେ ରବୀଦ୍ରା ଜାଡେଜା ଅପରାଜିତ ରହିଥିଲେ। ରାଜସ୍ଥାନ ରୟାଲ୍ସ ବୋଲର ଆର. ଅଶ୍ୱିନ ଏବଂ ଯୁଜବେନ୍ଦ୍ର ଚହଲ ଦଳ ପାଇଁ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ଜେମ୍ପା ଏବଂ ସନ୍ଦୀପ ଶର୍ମା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମୁକାବିଲାରେ ବିଜୟୀ ହେବା ପରେ ରାଜସ୍ଥାନ ରୟାଲ୍ସ ପଏଣ୍ଟ ତାଲିକା ଶୀର୍ଷରେ ରହିଛି।