Danushka Gunathilaka: ଶ୍ରୀଲଙ୍କା କ୍ରିକେଟର ଦନୁଷ୍କା ଗୁନାଥିଲାକା (Danushka Gunathilaka) ବିରୋଧରେ ଅଷ୍ଟ୍ରେଲିଆରେ ଦୁଷ୍କର୍ମ ଅଭିଯୋଗ ସାମ୍ନାକୁ ଆସିଛି । ସେଠାକାର ପୋଲିସ ଦନୁଷ୍କା ଗୁନାଥିଲାକାଙ୍କୁ ଗିରଫ କରିଛି । ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ରେ ନିଜର ଅଭିଯାନ ଶେଷ ହେବା ପରେ ଶ୍ରୀଲଙ୍କା ଦଳ ସ୍ୱଦେଶକୁ ଫେରିଛି । କିନ୍ତୁ ଦନୁଷ୍କା ଗୁନାଥିଲାକା ଅଷ୍ଟ୍ରେଲିଆରେ ଅଛନ୍ତି । ଦନୁଷ୍କା ପୀଡିତାଙ୍କୁ ବାରମ୍ବାର ଗଳା ଚାପିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ପୋଲିସ ଦସ୍ତାବିଜରୁ ମିଳିଥିବା ସୂଚନାକୁ ଆଧାର କରି ଗଣମାଧ୍ୟମ ରିପୋର୍ଟରେ ଏହା କୁହାଯାଇଛି । ପୀଡିତା ଅଭିଯୋଗ କରିଛନ୍ତି ଯେ, ନଭେମ୍ବର ୨ରେ ସିଡନୀର ରୋଜ ବାଇ ସ୍ଥିତ ତାଙ୍କ ଘରେ ତାଙ୍କ ସହ ୪ ଥର ଦୁଷ୍କର୍ମ କରାଯାଇଥିଲା । ଏହି କାରଣରୁ ମହିଳାଙ୍କୁ ବ୍ରେନ୍ ସ୍କାନ ମଧ୍ୟ କରିବାକୁ ପଡ଼ିଛି । ଏଠାରେ କହି ରଖୁଛୁ ଯେ, ଦନୁଷ୍କା ଗୁନାଥିଲାକା ଶ୍ରୀଲଙ୍କା ଦଳ ସହିତ ଟି-20 ବିଶ୍ୱକପ ଖେଳିବାକୁ ଅଷ୍ଟ୍ରେଲିଆ ଆସିଥିଲେ ।


COMMERCIAL BREAK
SCROLL TO CONTINUE READING

ସେଠାକାର ଏକ ସ୍ଥାନୀୟ କୋର୍ଟର ମାଜିଷ୍ଟ୍ରେଟ୍ ରୋବର୍ଟ ୱିଲିୟମ୍ସ ଆଦେଶ ଜାରି କରି ଅଭିଯୁକ୍ତଙ୍କ ଗମ୍ଭୀରତାକୁ କମ୍ କରିବାକୁ ରାଜି ହୋଇଥିଲେ, କିନ୍ତୁ ସେଠାକାର ଗଣମାଧ୍ୟମ ଏହି ଆଦେଶକୁ ଚ୍ୟାଲେଞ୍ଜ କରିଥିଲା । ଏହି କାରଣରୁ ମହିଳାଙ୍କ ପ୍ରତି ହୋଇଥିବା ଆକ୍ରମଣ ସମ୍ପର୍କରେ ଅନେକ ତଥ୍ୟ ଏବେ ବାହାରକୁ ଆସିଛି । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ,  କୋର୍ଟର ଦସ୍ତାବିଜରେ କୁହାଯାଇଛି କି ନଭେମ୍ବର ୨ରେ ସିଡନୀର ଅପେରା ହାଉସ ନିକଟରେ ଥିବା ଏକ ବାରରେ ସାକ୍ଷାତ ହେବା ପୂର୍ବରୁ ଦୁହେଁ ଏକ ଡେଟିଂ ଆପରେ ଯୋଗାଯୋଗ କରିଥିଲେ । ଏହା ପରେ ଦନୁଷ୍କା ଗୁନାଥିଲାକା ଡଙ୍ଗାରେ ପୀଡିତାଙ୍କ ଘରକୁ ଯାଇଥିଲେ । ସେଠାରେ ମଦ ପିଇବା ପରେ ଗୁନାଥିଲାକା ମହିଳାଙ୍କ ସହ ଜରଜବରଦସ୍ତି କରିଥିଲେ ।


ଅଷ୍ଟ୍ରେଲୀୟ ଗଣମାଧ୍ୟମ ରିପୋର୍ଟରେ ପୋଲିସର ଦସ୍ତାବିଜରୁ ମିଳିଥିବା ସୂଚନା ଆଧାରରେ କୁହାଯାଇଛି ଯେ, ପୀଡ଼ିତା ଅଭିଯୁକ୍ତର ହାତ ହଟାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଅଭିଯୁକ୍ତ ତାଙ୍କ ଗଳାକୁ ଜୋରରେ ଦବାଇ ରଖିଥିଲେ । ପୀଡ଼ିତା ତାଙ୍କ ଜୀବନ ପାଇଁ ସଂଘର୍ଷ କରୁଥିଲେ । ସେ ଲଗାତାର ଅଭିଯୁକ୍ତଙ୍କଠାରୁ ଦୂରେଇ ଯିବାକୁ ଚେଷ୍ଟା କରୁଥିଲେ, ଏହାର ସ୍ପଷ୍ଟ ସଂକେତ ଯେ ସେ ସମ୍ମତି ଦେଉ ନଥିଲେ ।


ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୧୨ରେ ସ୍ଥିର ହୋଇଛି । ଏଠାରେ କହି ରଖୁଛୁ ଯେ, ସିଡନୀରେ ଗୁନାଥିଲାକା ଗିରଫ ହେବା ପରେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ତାଙ୍କୁ ସମସ୍ତ ପ୍ରକାର କ୍ରିକେଟ୍ ଫର୍ମାଟରୁ ନିଲମ୍ବିତ କରିଛି । ଗୁନାଟିଲାକାଙ୍କ ବିରୋଧରେ ଏହା ଦ୍ୱିତୀୟ ଥର ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହାପୂର୍ବରୁ ୨୦୧୮ରେ ମଧ୍ୟ ସେ ସମାନ ଘଟଣାରେ ଫସି ଥିଲେ । ସେତେବେଳେ ଶ୍ରୀଲଙ୍କା କ୍ରିକେଟ୍ ମଧ୍ୟ ତାଙ୍କୁ ନିଲମ୍ବିତ କରିଥିଲା । ସେତେବେଳେ ଜଣେ ନରୱେ ମହିଳା ଗୁନାଥିଲାକା ଓ ତାଙ୍କର ଜଣେ ବନ୍ଧୁଙ୍କ ବିରୋଧରେ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ । ତେବେ ତଦନ୍ତ ପରେ ଗୁନାଥିଲାକା ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ତାଙ୍କ ବନ୍ଧୁଙ୍କୁ ଗିରଫ କରାଯାଇଥିଲା ।


ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ପରାଜୟ ପରେ କଟାକ୍ଷ କଲେ ଗମ୍ଭୀର, ଶୁଣି ବରଦାସ୍ତ କରିପାରିବେନି ଅଧିନାୟକ ରୋହିତ!


ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପରେ ପରାଜୟ ପରେ ହଠାତ୍ ବଦଳିଲା ଟିମ୍ ଇଣ୍ଡିଆର କୋଚ! ଏହି ଦିଗଜ୍ଜଙ୍କୁ ମିଳିଲା କମାଣ


ଅଧିକ ପଢ଼ନ୍ତୁ:-ଆଜି ସୂର୍ଯ୍ୟଙ୍କ ପରି ଚମକିବ ଏସବୁ ରାଶିର ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର


 


ସୂଚନାଯୋଗ୍ୟ, ଦନୁଷ୍କା ଗୁନାଥିଲାକାଙ୍କ ବିରୋଧରେ ୨୯ ବର୍ଷୀୟା ମହିଳା ଅଭିଯୋଗ ଆଣିଛନ୍ତି । ସୂଚନା ଅନୁଯାୟୀ, ଅଭିଯୋଗକାରୀ ଜଣେ ୨୯ ବର୍ଷୀୟ ମହିଳା, ଯାହାଙ୍କୁ ସେ ଏକ ଡେଟିଂ ଆପ୍ ମାଧ୍ୟମରେ ଭେଟିଥିଲେ । ଅଷ୍ଟ୍ରେଲିୟା ପୋଲିସର ସୂଚନାନୁସାରେ, ଦନୁଷ୍କା ଗୁନାଥିଲାକା ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ରବିବାର ସକାଳେ ସିଡନୀର ସେଣ୍ଟ୍ରାଲ ବିଜିନେସ୍ ଡିଷ୍ଟ୍ରିକ୍ଟର ଟିମ୍ ହୋଟେଲରୁ ଦନୁଷ୍କା ଗୁନାଥିଲାକାଙ୍କୁ ଗିରଫ କରାଯାଇଥିଲା । ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି । ହାମଷ୍ଟ୍ରିଂ ଆଘାତ ଯୋଗୁଁ ପ୍ରଥମ ରାଉଣ୍ଡରେ ଦନୁଷ୍କା ଗୁନାଥିଲାକା ଟି-20 ବିଶ୍ୱକପରୁ ବାଦ ପଡିଥିଲେ । ତେବେ ସେ ଅଷ୍ଟ୍ରେଲିଆରେ ଦଳ ସହ ରହିଥିଲେ । ନଭେମ୍ବର ୨୦୧୫ରେ ଅନ୍ତର୍ଜାତୀୟ ଡେବ୍ୟୁ କରିବା ପରଠାରୁ ସେ ଶ୍ରୀଲଙ୍କା ପାଇଁ ୮ଟି ଟେଷ୍ଟ, ୪୭ଟି ODI ଏବଂ ୪୬ଟି ଟି-20 ମ୍ୟାଚ୍ ଖେଳିଛନ୍ତି ।