Horoscope Today 12 November 2022: ଆଜି ସୂର୍ଯ୍ୟଙ୍କ ପରି ଚମକିବ ଏସବୁ ରାଶିର ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର
Advertisement

Horoscope Today 12 November 2022: ଆଜି ସୂର୍ଯ୍ୟଙ୍କ ପରି ଚମକିବ ଏସବୁ ରାଶିର ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର

Horoscope Today 12 November 2022: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ନଭେମ୍ବର ୧୨ ହେଉଛି ଶନିବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ....

Horoscope Today 12 November 2022: ଆଜି ସୂର୍ଯ୍ୟଙ୍କ ପରି ଚମକିବ ଏସବୁ ରାଶିର ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର

Horoscope Today 12 November 2022: ମେଷ- ମନ ପ୍ରଫୁଲ୍ଲ ରହିବ । କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ । ପରିବାରରେ ହସ ଖୁସିର ଲହରୀ ଲାଗି ରହିବ । ସୁସମ୍ବାଦ ପ୍ରାପ୍ତ ହେବ । ନୂତନ ବ୍ୟବସାୟ ପାଇଁ ଯୋଜନା ପ୍ରସ୍ତୁତ କରିବେ ।

ବୃଷ-  ମନ ପ୍ରସନ୍ନ ରହିବ । ଦାୟିତ୍ୱର ସହ କାର୍ଯ୍ୟ ନିର୍ବାହ କରିବେ । ସନ୍ତାନଙ୍କ ପଢାପଢିରେ ଅଧିକ ଖର୍ଚ୍ଚ କରିବେ । ପରିବାରରେ ବୁଝାମଣା ଭଲ ରହିବ ।

ମିଥୁନ- ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ । କୃତକାର୍ଯ୍ୟ ହେବେ । କର୍ମ କ୍ଷେତ୍ର ସହଜ,ସରଳ ଓ ଆନନ୍ଦଦାୟକ ହେବ । ଆୟ ଅବ୍ୟାହତ ରହିବ । ପଡୋଶୀଙ୍କ ସହ ସମ୍ପର୍କରେ ମଧୁରତା ଆସିବ ।

କର୍କଟ- କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଅସହଯୋଗ ଅଶାନ୍ତିର କାରଣ ହେବ । ସନ୍ତାନଙ୍କ ପଢାପଢି ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ । କୋର୍ଟ କଚେରୀ ସମ୍ପର୍କିତ ରାୟ ଆପଣଙ୍କ ବିପକ୍ଷରେ ଯିବ ।

ସିଂହ- ଆଳସ୍ୟ ପରାୟଣ ହେବେ । କର୍ମ କ୍ଷେତ୍ରରେ କାର୍ଯ୍ୟ ନିର୍ବାହରେ ବିଳମ୍ବ କରିବେ । ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେବ । ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ । ଦୂରଯାତ୍ରା ଅସଫଳ ହେବ ।  

କନ୍ୟା- ଦେହ ଓ ମନ ଭଲ ରହିବ । କର୍ତ୍ତବ୍ୟ  ପରାୟଣ ହେବେ । ସାଂସାରିକ ଜୀବନ ସୁଖପ୍ରଦ ହେବ । ବିଦ୍ୟାର୍ଥୀମାନେ ପଢାପଢିରେ ମନୋନିବେଶ କରିବେ । ଗୃହଣୀମାନେ ସୁସ୍ୱାଦୁ ଭୋଜନ ପ୍ରସ୍ତୁତ କରିବେ ।

ଅଧିକ ପଢ଼ନ୍ତୁ:-ବିବାହିତ ପୁରୁଷମାନେ ରାତିରେ ଶୋଇବା ପୂର୍ବରୁ କରନ୍ତୁ କେବଳ ଏହି କାମ, ମିଳିବ ଜବରଦସ୍ତ ଲାଭ

ଅଧିକ ପଢ଼ନ୍ତୁ:-ଆପଣଙ୍କ ଶରୀରରେ ଟାଟୁ ଅଛି ତ ଭାଙ୍ଗିପାରେ ସରକାରୀ ଚାକିରିର ସ୍ୱପ୍ନ, ଜାଣନ୍ତୁ କ'ଣ ରହିଛି କାରଣ

ଅଧିକ ପଢ଼ନ୍ତୁ:-ଆମ ମନରେ ଆପଣଙ୍କ ପ୍ରତି ସମ୍ମାନ ଆହୁରି ବଢ଼ିଯାଇଛି... ଋଷଭ ପନ୍ତଙ୍କ ଏହି 'ବଳିଦାନ'କୁ ପ୍ରଶଂସା କରୁଛନ୍ତି ଫ୍ୟାନ୍ସ

 

ତୁଳା- ଶରୀର ଆରୋଗ୍ୟ ରହିବ । ଯୋଜନା ମୁତାବକ ସମସ୍ତ କାର୍ଯ୍ୟ ନିର୍ବାହ କରିବେ । ବ୍ୟବସାୟର ଅଭିବୃଦ୍ଧି ପାଇଁ  ଚେଷ୍ଟିତ ହେବେ । ଦୂର ସମ୍ପର୍କୀୟଙ୍କ ଠାରୁ ସୁସମ୍ବାଦ ପ୍ରାପ୍ତି ହେବ ।

ବିଛା- ଶାରୀରିକ ସୁସ୍ଥତା ବୋଧ ହେବ । କାର୍ଯ୍ୟାଳୟରେ ଦାୟିତ୍ୱର ସହ ସମସ୍ତ ନ୍ୟସ୍ତ କାର୍ଯ୍ୟ ନିର୍ବାହ କରିବେ । ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବ । ପରିବାରରେ ଗୁରୁଜନଙ୍କ ସ୍ନେହଶ୍ରଦ୍ଧା ତଥା ଆଶୀର୍ବାଦ ପ୍ରାପ୍ତ ହେବ ।

ଧନୁ- ନିଜର ଦକ୍ଷତା ପ୍ରତିପାଦନ କରିବାରେ ସକ୍ଷମ ହେବେ । କର୍ମ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମକର- ଶରିରୀକ  ଅସୁସ୍ଥତା ବୋଧ ହେବ । କାର୍ଯ୍ୟ  ସମ୍ପନ୍ନ କରିବାରେ ବିଳମ୍ବ ହେବ । କର୍ମକ୍ଷେତ୍ର ଅସହଜ ବୋଧ ହେବ । ପାରିବାରିକ ଅଶାନ୍ତି ଉପୁଜିବ । ବ୍ୟବସାୟ ପାଇଁ  ପୁଞ୍ଜିର ଆବଶ୍ୟକତା ହୋଇପାରେ । 

କୁମ୍ଭ- ଦିନଟିରେ  ଆପଣ ସକଳ କାର୍ଯ୍ୟରେ ସଫଳ ହେବେ । ଆମୋଦ ପ୍ରମୋଦରେ ଦିନ କାଟିବେ । ନୂତନ ବସ୍ତ୍ରାଦି କ୍ରୟ କରିବେ । ପାରିବାରିକ ସୁଖଶାନ୍ତି ଲାଭ  କରିବେ ।

ମୀନ- ସୌଭାଗ୍ୟ ବନ୍ତ ହେବେ । ସମସ୍ତ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବେ । ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୂକୁଳ ଅଟେ ।