IND vs NZ: ଟି-20 ବିଶ୍ୱକପରେ ପରାଜୟ ପରେ ହଠାତ୍ ବଦଳିଲା ଟିମ୍ ଇଣ୍ଡିଆର କୋଚ! ଏହି ଦିଗଜ୍ଜଙ୍କୁ ମିଳିଲା କମାଣ
Advertisement
Article Detail0/zeeodisha/odisha1437010

IND vs NZ: ଟି-20 ବିଶ୍ୱକପରେ ପରାଜୟ ପରେ ହଠାତ୍ ବଦଳିଲା ଟିମ୍ ଇଣ୍ଡିଆର କୋଚ! ଏହି ଦିଗଜ୍ଜଙ୍କୁ ମିଳିଲା କମାଣ

India vs New Zealand Series: ଏଠାରେ କହି ରଖୁଛୁ ଯେ, ଗୁରୁବାର ଅର୍ଥାତ ନଭେମ୍ୱର ୧୦ରେ ଟି-20 ବିଶ୍ୱକପ ୨୦୨୨ର ସେମିଫାଇନାଲରେ ଭାରତୀୟ ଦଳ ଇଂଲଣ୍ଡ ଠାରୁ ୧୦ ୱିକେଟରେ ହାରିଛି । ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଭାରତକୁ ୩ଟି ଟି-20 ଓ ୩ଟି ଏକ ଦିବସୀୟ ମ୍ୟାଚର ସିରିଜ୍ ଖେଳିବାର ଅଛି ।

 

IND vs NZ: ଟି-20 ବିଶ୍ୱକପରେ ପରାଜୟ ପରେ ହଠାତ୍ ବଦଳିଲା ଟିମ୍ ଇଣ୍ଡିଆର କୋଚ! ଏହି ଦିଗଜ୍ଜଙ୍କୁ ମିଳିଲା କମାଣ

India vs New Zealand Series: ଚଳିତ ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ରେ ସେମିଫାଇନାଲରେ ପରାଜୟ ସହ ଭାରତୀୟ ଦଳ (Indian Team) ର ଅଭିଯାନ ଶେଷ ହୋଇଛି । ଟିମ୍ ଇଣ୍ଡିଆ ସେମିଫାଇନାଲରେ ଇଂଲଣ୍ଡ ଠାରୁ ଅତି ଶୋଚନୀୟ ଭାବେ ପରାସ୍ତ ହୋଇଥିଲା । ଯାହା ପରେ ହଠାତ୍ ଟିମ୍ ଇଣ୍ଡିଆର କୋଚ୍ ବଦଳି ଯାଇଛି । ବର୍ତ୍ତମାନ ଭିଭିଏସ୍ ଲକ୍ଷ୍ମଣ (VVS Laxman) ନ୍ୟୁଜିଲ୍ୟାଣ୍ଡର ଆଗାମୀ ଗସ୍ତରେ ଭାରତୀୟ ଦଳର କୋଚ୍ ହେବେ । ରାହୁଲ ଦ୍ରାବିଡ (Rahul Dravid) ଙ୍କ ନେତୃତ୍ୱରେ କୋଚିଂ ଷ୍ଟାଫଙ୍କୁ ଟି-20 ବିଶ୍ୱକପ ପରେ ବ୍ରେକ୍ ଦିଆଯାଇଛି । ଏଠାରେ କହି ରଖୁଛୁ ଯେ, ଗୁରୁବାର ଅର୍ଥାତ ନଭେମ୍ୱର ୧୦ରେ ଟି-20 ବିଶ୍ୱକପ ୨୦୨୨ର ସେମିଫାଇନାଲରେ ଭାରତୀୟ ଦଳ ଇଂଲଣ୍ଡ ଠାରୁ ୧୦ ୱିକେଟରେ ହାରିଛି । ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଭାରତକୁ ୩ଟି ଟି-20 ଓ ୩ଟି ଏକ ଦିବସୀୟ (ODI) ମ୍ୟାଚର ସିରିଜ୍ ଖେଳିବାର ଅଛି ।

ଏଠାରେ ଜଣାଇ ରଖୁଛୁ ଯେ, ଏହି ହ୍ୱାଇଟ୍ ବଲ୍ ସିରିଜ୍ ନଭେମ୍ବର ୧୮ରୁ ୱେଲିଙ୍ଗଟନରେ ଆରମ୍ଭ ହେବ । ନିୟମିତ ଅଧିନାୟକ ରୋହିତ ଶର୍ମା, ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି, ଓପନର୍ କେ.ଏଲ୍ ରାହୁଲ ଏବଂ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ପରି ବରିଷ୍ଠ ଖେଳାଳିଙ୍କୁ ଏହି ଗସ୍ତରୁ ବିଶ୍ରାମ ଦିଆଯାଇଛି । ଏହା ସହିତ ଟି-20 ବିଶ୍ୱକପ ପରେ କୋଚିଂ ଷ୍ଟାଫଙ୍କୁ ମଧ୍ୟ ବ୍ରେକ୍ ପ୍ରଦାନ କରାଯାଇଛି । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ସୂତ୍ର ପିଟିଆଇକୁ କହିଛି ଯେ, ଭିଭିଏସ ଲକ୍ଷ୍ମଣଙ୍କ ନେତୃତ୍ୱରେ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଯିବ, ଯେଉଁଥିରେ ଋଷିକେଶ କାନିଟକର (ବ୍ୟାଟିଂ କୋଚ୍) ଓ ସାଇରାଜ ବହୁତୁଲେ (ବୋଲିଂ କୋଚ୍) ସାମିଲ ଅଛନ୍ତି ।

ଏହା ପ୍ରଥମ ଥର ନୁହେଁ ଯେ ଯେତେବେଳେ ଭାରତୀୟ ଦଳର ଏହି ଦାୟିତ୍ୱ ଭିଭିଏସ୍ ଲକ୍ଷ୍ମଣଙ୍କୁ ଦିଆଯାଇଛି । ଭିଭିଏସ୍ ଲକ୍ଷ୍ମଣ ଜିମ୍ବାୱେ ଓ ଆୟର୍ଲାଣ୍ଡ ଗସ୍ତ ଏବଂ ନିକଟ ଅତୀତରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ଘରୋଇ ସିରିଜରେ ଶେଷ ଥର ପାଇଁ ଦଳକୁ କୋଚିଂ ଦେଇଥିଲେ । ଟି-୨୦ ସିରିଜରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ ନେବେ । ଅନ୍ୟପଟେ ଅଭିଜ୍ଞ ଓପନର୍ ଶିଖର ଧୱନ ଏକଦିବସୀୟ ଦଳର ନେତୃତ୍ୱ ନେବେ । ନିୟମିତ ଅଧିନାୟକ ରୋହିତ ବାଂଲାଦେଶ ଗସ୍ତରେ ଦଳକୁ ଫେରିବେ । ବିରାଟ କୋହଲି ଓ ଆର୍ ଅଶ୍ୱିନ୍ ମଧ୍ୟ ବାଂଲାଦେଶ ଗସ୍ତ ପାଇଁ ଦଳକୁ ଫେରିବେ । ଏହି ଗସ୍ତରେ ଭାରତ ତିନିଟି ଦିନିକିଆ ଓ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ । 

ଭାରତୀୟ ଦଳର ବାଂଲାଦେଶ ଗସ୍ତ ଡିସେମ୍ବର ୪ରୁ ଆରମ୍ଭ ହେବ । ଯେଉଁ ଖେଳାଳିମାନେ ନ୍ୟୁଜିଲାଣ୍ଡ ଗସ୍ତର ଅଂଶ ନୁହଁନ୍ତି, ସେମାନେ ଟି-20 ବିଶ୍ୱକପରୁ ଟିମ୍ ଇଣ୍ଡିଆ ବାହାର ହେବା ପରେ ଗସ୍ତ ଆରମ୍ଭ କରିଛନ୍ତି । କୋହଲି ଆଡିଲେଡ ଛାଡ଼ି ଥିବାବେଳେ ରାହୁଲ ଓ ରୋହିତ ମଧ୍ୟ ଖୁବ୍ ଶୀଘ୍ର ସେଠାରୁ ବାହାରିବେ ବୋଲି ଆଶା କରାଯାଉଛି । ଦଳର ଅନେକ ଖେଳାଳି ସିଡନୀ ଓ ପର୍ଥରୁ ଯିବେ ।

ଅଧିକ ପଢ଼ନ୍ତୁ:-ଆଜି ସୂର୍ଯ୍ୟଙ୍କ ପରି ଚମକିବ ଏସବୁ ରାଶିର ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର

ଅଧିକ ପଢ଼ନ୍ତୁ:-ବିବାହିତ ପୁରୁଷମାନେ ରାତିରେ ଶୋଇବା ପୂର୍ବରୁ କରନ୍ତୁ କେବଳ ଏହି କାମ, ମିଳିବ ଜବରଦସ୍ତ ଲାଭ

ଅଧିକ ପଢ଼ନ୍ତୁ:-ଆପଣଙ୍କ ଶରୀରରେ ଟାଟୁ ଅଛି ତ ଭାଙ୍ଗିପାରେ ସରକାରୀ ଚାକିରିର ସ୍ୱପ୍ନ, ଜାଣନ୍ତୁ କ'ଣ ରହିଛି କାରଣ

ସୂଚନାଯୋଗ୍ୟ, ଇଂଲଣ୍ଡ ବିପକ୍ଷରେ ୧୦ ୱିକେଟରେ ଟିମ୍ ଇଣ୍ଡିଆକୁ ଶୋଚନୀୟ ଭାବେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ଇଂଲଣ୍ଡକୁ ୧୬୯ ରନର ଟାର୍ଗେଟ ଦେଇଥିଲା । ଏହି ଲକ୍ଷ୍ୟର ପିଛା କରି ଇଂଲଣ୍ଡ ସହଜରେ ୧୬ ଓଭରରେ ବିନା ୱିକେଟ ହରାଇ ମ୍ୟାଚ୍ ଜିତି ନେଇଥିଲା । ଇଂଲଣ୍ଡ ପାଇଁ ଓପନର୍ ଆଲେକ୍ସ ହେଲ୍ସ ଓ ଜୋସ୍ ବଟଲର୍ ନିଜ ଦମରେ ଏହି ମ୍ୟାଚ୍ ଜିତିଛନ୍ତି । ହେଲ୍ସ ୮୬ ରନ୍ ସଂଗ୍ରହ କରିଥିବାବେଳେ ବଟଲରଙ୍କ ବ୍ୟାଟରୁ ୮୦ ରନ୍ ଆସିଥିଲା । ଏହା ସହ ଭାରତର ଆଉ ଏକ ବିଶ୍ୱକପ ଜିତିବାର ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି ।