DC vs GT match Result: ମେ ୨ ତାରିଖ ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ରୋମାଞ୍ଚକର ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ପାଖରୁ ୫ ରନ ବ୍ୟବଧାନରେ ପରାସ୍ତ ହୋଇଛି ଗୁଜୁରାଟ ଟାଇଟନ୍ସ। ଏହା ସହିତ ଦଳର ପ୍ଲେ ଅଫ୍ ଯିବାର ଦଳର ଆଶା ମଧ୍ୟ ଉଜ୍ଜଳ ହୋଇଉଠିଛି। ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ଦିଲ୍ଲୀ ଟିମ ଅଧିନାୟକ ଡେଭିଡ ୱାର୍ନର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୩୦ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଗୁଜୁରାଟ ଟାଇଟାନ୍ସ ଦଳ ଧାର୍ଯ୍ୟ ୨୦ ଓଭରରେ ୬ ୱିକେଟ୍ ହରାଇ ୧୨୫ ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା। 


COMMERCIAL BREAK
SCROLL TO CONTINUE READING

ପ୍ରଥମେ ବ୍ୟାଟିଂ କରିବାକୁ ବାହାରିଥିବା ଦିଲ୍ଲୀ କ୍ୟାପିଟାଲ ଦଳର ଆରମ୍ଭ ବହୁତ ଖରାପ ଥିଲା। ୨୩ ରନ୍ ସ୍କୋର ବେଳକୁ ଦଳର ଅର୍ଦ୍ଧେକ ପ୍ୟାଭିଲିୟନ ଫେରି ଯାଇଥିଲେ। ଏହା ପରେ ଅକ୍ଷର ପଟେଲ ଏବଂ ଅମନ ହାକିମ ଖାନଙ୍କ ମଧ୍ୟରେ ଷଷ୍ଠ ୱିକେଟ୍ ପାଇଁ ୫୦ ରନ୍ ଭାଗିଦାରୀ ହୋଇଥିଲା। ୨୭ ରନ୍ ସ୍କୋର କରିବା ପରେ ଅକ୍ଷର ପଟେଲ ଆଉଟ୍ ହୋଇଯାଇଥିଲେ। ବ୍ୟାଟିଂ କରିବାକୁ ଆସିଥିବା ରିପଲ୍ ପଟେଲ ହାକିମ ଖାନଙ୍କ ସହ ସପ୍ତମ ୱିକେଟ୍ ପାଇଁ ୫୩ ରନ୍ ଭାଗିଦାରୀ ବାଣ୍ଟିଥିଲେ। ୧୨୬ ରନ୍ ସ୍କୋର ସମୟରେ ଦଳର ସପ୍ତମ ୱିକେଟ୍ ହାକିମ ଖାନ ଆକାରରେ ପଡିଥିଲା। ସେ ଦିଲ୍ଲୀ ପକ୍ଷରୁ ଇନିଂସ ପରିଚାଳନା କରି ଏକ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୫୧ ରନ୍ ସଂଗ୍ରହ କରିଥିଲେ। ଏହା ପରେ ରିପଲ୍ ପଟେଲ ମଧ୍ୟ ୨୩ ରନ୍ ସ୍କୋର କରିବା ପରେ ଆଉଟ ହୋଇଯାଇଥିଲେ। ଏପରି ଭାବରେ ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୩୦ ରନ୍ ସଂଗ୍ରହ କରିଥିଲା।


ଏହି ମୁକାବିଲାରେ ଗୁଜୁରାଟ ପକ୍ଷରୁ ଦ୍ରୁତ ବୋଲର ମହମ୍ମଦ ଶାମି ଭଲ ବୋଲିଂ କରିଥିଲେ। ସେ ଇନିଂସ ଆରମ୍ଭରୁ ଦିଲ୍ଲୀ ଦଳର ବ୍ୟାଟିଂ ଲାଇନ ବିପର୍ଯ୍ୟସ୍ତ କରିଦେଇଥିଲେ। ମ୍ୟାଚ୍ ର ପ୍ରଥମ ବଲରେ ଶାମି ଫିଲିପ ସଲ୍ଟ (୦) କୁ ପ୍ୟାଭିଲିୟନ ରାସ୍ତା ଦେଖାଇଥିଲେ। ଏହା ପରେ ୧୬ ରନ ସ୍କୋର ବେଳକୁ ରାଇଲ ଋଷୋ (୦) ଙ୍କୁ ୱିକେଟ୍ କିପର ହାତରେ କ୍ୟାଚ ଆଉଟ କରାଇ ଦେଇଥିଲେ। ମହମ୍ମଦ ଶାମି ତୃତୀୟ ୱିକେଟ ଭାବରେ ୪ ରନ ସ୍କୋର କରିଥିବା ମନୀଷ ପାଣ୍ଡେଙ୍କୁ ଶୀକାର କରିଥିଲେ। ତାଙ୍କର କ୍ୟାଟ ୱିକେଟ୍ କିପର ଝାମ୍ପି ନେଇଥିଲେ। ଏହା ପରେ ମ୍ୟାଚ୍‌ର ଶେଷ ୱିକେଟ୍ ଭାବରେ ୧୦ ରନ ସ୍କୋର କରିଥିବା ପ୍ରିୟମ୍ ଗର୍ଗ (୧୦) କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ୪ ଓଭର ବୋଲିଂ ୧୧ ରନ୍ ବ୍ୟୟରେ ୪ ୱିକେଟ୍ ନେଇଥିଲେ ମହମ୍ମଦ ଶାମି। ସେମାନଙ୍କ ବ୍ୟତୀତ ମୋହିତ ଶର୍ମା ୨ ୱିକେଟ ନେଇଥିବା ବେଳେ ରସିଦ ଖାନ ୧ ୱିକେଟ୍ ନେଇଥିଲେ। 


ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ମିଳିଥିବା ୧୩୧ ରନ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଗୁଜୁରାଟ ଟାଇଟାନ୍ସ ଇନିଂସ ମଧ୍ୟ ଆରମ୍ଭରୁ ବିଫଳ ହୋଇଥିଲା। ଦଳ ୩୨ ରନ୍ ସ୍କୋର କରିବା ବେଳକୁ ୪ ୱିକେଟ୍ ହରାଇଥିଲା। ଏହା ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଇନିଂସ ପରିଚାଳନା କରୁଥିବା ବେଳେ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୫୯ ସ୍କୋର କରିନଥିଲେ। ହେଲେ ତଥାପି ଗୁଜୁରାଟ ଟିମ ଜିତିପାରି ନଥିଲା। ସେମାନଙ୍କ ବ୍ୟତୀତ ରାହୁଲ ତେୱାଟିୟା ୧୯ ତମ ଓଭରର ଶେଷ ତିନୋଟି ବଲରେ ଛକା ମାରି ମ୍ୟାଚ୍ ଜିତିବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ। ହେଲେ ସେ ୨୦ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଯାଇଥିଲେ। ସେମାନଙ୍କ ବ୍ୟତୀତ ଅଭିନାଭ ମନୋହର ୨୬ ରନ ସ୍କୋର କରିଥିଲେ। ବାକି ଦଳର କୌଣସି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରିନଥିଲେ। 


ମ୍ୟାତ ଜିତିବା ପାଇଁ ଗୁଜରାଟ ଦଳକୁ ଶେଷ ଓଭରରେ ୧୨ ରନ୍ ଆବଶ୍ୟକତା ଥିଲା। ହେଲେ ଦିଲ୍ଲୀ ଟିମ ଦ୍ରୁତ ବୋଲର ଇଶାନ୍ତ ଶର୍ମା ଏହି ଓଭରରେ ମାତ୍ର ୬ ରନ୍ ବ୍ୟୟ କରିଥିଲେ। ଦିଲ୍ଲୀ ପାଇଁ ଇଶାନ୍ତ ଶର୍ମା ଏବଂ ଖଲିଲ ଅହମ୍ମଦ ୨-୨ ୱିକେଟ୍ ନେଇଥିବାବେଳେ ଏନରିକ୍ ନୋର୍ଖିଆ ଏବଂ କୁଲଦୀପ ଯାଦବ ୧-୧ ଲେଖାଁଏ ୱିକେଟ୍ ନେଇଥିଲେ।