ODI World Cup 2023: ବିଶ୍ୱକପ୍ ୨୦୨୩ ରେ ଇଂଲଣ୍ଡ ଓ ପାକିସ୍ତାନ ଯାତ୍ରା ସମାପ୍ତ ହୋଇଛି । ଟୁର୍ଣ୍ଣାମେଣ୍ଟର ୪୪ ତମ ମ୍ୟାଚ୍ ଶନିବାର ଦିନ (୧୧ ନଭେମ୍ବର) ଇଡେନ୍ ଗାର୍ଡେନ୍ ଷ୍ଟାଡିୟମରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା । ପାକିସ୍ତାନ ବିପକ୍ଷରେ ଇଂଲଣ୍ଡ ଦଳ ଏହି ମ୍ୟାଚକୁ ୯୩ ରନରେ ଜିତି ନେଇଥିଲା, କିନ୍ତୁ ଉଭୟ ଦଳ ସେମିଫାଇନାଲ ପାଇଁ ରେସରୁ ବାଦ ପଡ଼ିଛନ୍ତି । ପାକିସ୍ତାନ ଟୁର୍ଣ୍ଣାମେଣ୍ଟକୁ ପଞ୍ଚମ ସ୍ଥାନରେ ଶେଷ କରିଛି । ଯେତେବେଳେ କି ଇଂଲଣ୍ଡ ଦଳ ୨୦୨୩ ବିଶ୍ୱକପରେ ସପ୍ତମ ସ୍ଥାନରେ ରହିଥିଲା ​। ପାକିସ୍ତାନ ବିପକ୍ଷରେ ବିଜୟ ସହ ଇଂଲଣ୍ଡ ମଧ୍ୟ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ସଫଳ ହୋଇଛି ।


COMMERCIAL BREAK
SCROLL TO CONTINUE READING

୨୪୪ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା ପାକିସ୍ତାନ:
ଇଂଲଣ୍ଡ ଦେଇଥିବା ୩୩୮ ରନର ଲକ୍ଷ୍ୟକୁ ପିଛାକରି ପକାଇ ପାକିସ୍ତାନ ଦଳ ୪୩.୩ ଓଭରରେ ୨୪୪ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଦଳ ପାଇଁ ଷଷ୍ଠ ସ୍ଥାନରେ ବ୍ୟାଟିଂ କରି ଆଗା ସଲମାନ ସର୍ବାଧିକ ୫୧ ରନ୍ ସଂଗ୍ରହ କରିଥିଲେ । ଏହି ସମୟରେ ସେ ୪୫ ବଲରେ ସମ୍ମୁଖୀନ ହୋଇଥିଲେ ଓ ୬ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ତାଙ୍କ ବ୍ୟତୀତ କ୍ୟାପଟେନ ବାବର ଆଜାମ ୪୫ ବଲରେ ୩୮ ରନ ଓ ମହମ୍ମଦ ରିଜୱାନ ୫୧ ବଲରେ ୩୬ ରନ ସ୍କୋର କରିଥିଲେ ।


ଡେଭିଡ ୱିଲି ନେଇଥିଲେ ତିନୋଟି ୱିକେଟ୍
ପାକିସ୍ତାନ ବିପକ୍ଷରେ ଇଂଲଣ୍ଡ ପାଇଁ ଡେଭିଡ ୱିଲି ସବୁଠାରୁ ସଫଳ ବୋଲର ଥିଲେ । ସେ ନିଜ ଦଳ ପାଇଁ ସାତ ଓଭର ବୋଲିଂ କରି ୩୦ ରନ୍ ଦେଇ ସର୍ବାଧିକ ତିନି ୱିକେଟ୍ ହାସଲ କରିଥିଲେ । ତାଙ୍କ ବ୍ୟତୀତ ଆଦିଲ ରସିଦ ଓ ମୋଇନ ଅଲି ଯଥାକ୍ରମେ ଦୁଇଟି ଲେଖାଁଏ ସଫଳତା ହାସଲ କରିଥିଲେ । ଏହି ବୋଲରଙ୍କ ବ୍ୟତୀତ ଗୁସ୍ ଆଟକିନ୍ସନ୍ ଗୋଟିଏ ୱିକେଟ୍ ନେଇଥିଲେ ।


ଇଂଲଣ୍ଡ ୩୩୭ ରନ୍ ସ୍କୋର କରିବାରେ ସଫଳ ହୋଇଥିଲା:
ଏହାପୂର୍ବରୁ କୋଲକାତାରେ ଟସ୍ ଜିତି ଓ ବ୍ୟାଟିଂ କରିଥିବା ଇଂଲଣ୍ଡ ଦଳ ନିର୍ଦ୍ଧାରିତ ଓଭରରେ ନଅ ୱିକେଟ୍ ହରାଇ ୧୯୨ ରନ୍ ସ୍କୋର କରିବାରେ ସଫଳ ହୋଇଥିଲା । ଦଳ ପାଇଁ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରି ବେନ୍ ଷ୍ଟୋକ୍ସ ୭୬ ବଲରେ ସର୍ବାଧିକ ୮୪ ରନ୍ ସ୍କୋର କରିବାରେ ସଫଳ ହୋଇଥିଲେ । ତାଙ୍କ ବ୍ୟତୀତ ଜୋ ରୁଟ୍ ୭୨ ବଲରେ ୬୦ ରନ୍ ଓ ଡେଭିଡ ମାଲାନ ୬୧ ବଲରେ ୫୯ ରନ ଯୋଗଦାନ ଦେଇଥିଲେ ।