Fifa World Cup Prize Money: ଚଳିତ ବର୍ଷ କତାର ଠାରେ ଆୟୋଜିତ ହୋଇଯାଇଛି ଫିଫା ବିଶ୍ୱକପ। ଏଥର ଫୁଟବଲ ମୁହାକୁମ୍ଭରେ ଆର୍ଜେଣ୍ଟିନା ଏବଂ ଗତ ଥରର ବିଜେତା ଫ୍ରାନ୍ସ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଡିସେମ୍ବର ୧୮ ତାରିଖ ରବିବାର ଅନୁଷ୍ଠିତ ହେବାକୁ ଯାଉଛି ଫିଫା ବିଶ୍ୱକପ ୨୦୨୨ ଫାଇନାଲ ମ୍ୟାଚ। 


COMMERCIAL BREAK
SCROLL TO CONTINUE READING

ଫୁଟବଲର ଏହି ମହାକୁମ୍ଭ ଏହାର ମହାନତା ଏବଂ ବିଳାସପୂର୍ଣ୍ଣ ଆୟୋଜନ ପାଇଁ ମଧ୍ୟ ଜଣାଶୁଣା। ଏହି ଟୁର୍ନାମେଣ୍ଟରେ ବିପୁଳ ପରିମାଣର ଅର୍ଥ ପୁରସ୍କାର ରାଶି ଭାବେ ଖର୍ଚ୍ଚ ହୋଇଥାଏ। ଏପରିକି ଫିଫା ବିଶ୍ୱକପରେ ୩୨ ନମ୍ବର ସ୍ଥାନ ଅର୍ଥାତ ସର୍ବନିମ୍ନ ମାନ୍ୟତା ପ୍ରାପ୍ତ ଦଳକୁ ମଧ୍ୟ କୋଟି ଟଙ୍କା ମୂଲ୍ୟର ପୁରସ୍କାର ମିଳିଥାଏ। ଫିଫା ବିଶ୍ୱକପରେ ବିଜେତା, ଉପ ବିଜେତା ଏବଂ ଅନ୍ୟାନ୍ୟ ଦଳକୁ ପୁରସ୍କାର ରାଶି ବାବଦରେ ଯେତେଟଙ୍କା ମିଳିଥାଏ ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। 


ଫିଫା ବିଶ୍ୱକପରେ ମିଳୁଥିବା ପୁରସ୍କାର ରାଶି ବାବଦରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସମଗ୍ର ଟୁର୍ନାମେଣ୍ଟରେ ପୁରସ୍କାର ଭାବରେ ୩.୬ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ବିଜେତା ଦଳକୁ ୩୫୯ ଏବଂ ଉପବିଜେତା ଦଳକୁ ୨୪୫ କୋଟି ଟଙ୍କା ପୁରସ୍କାର ମିଳିଥାଏ। କେବଳ ସେତିକି ନୁହେଁ ତୃତୀୟ ସ୍ଥାନରେ ଥିବା ଦଳକୁ ୨୨୦ ଏବଂ ଚତୁର୍ଥ ସ୍ଥାନରେ ଥିବା ଦଳକୁ ୨୦୪ କୋଟି ଟଙ୍କାର ପୁରସ୍କାର ମିଳିଥାଏ। ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଥିବା ପ୍ରତ୍ୟେକ ଦଳ ଏକ ନିର୍ଦ୍ଦିଷ୍ଟ ପରିମାଣର ପୁରସ୍କାର ରାଶି ପାଇଥାନ୍ତି। ଏପରିକି ଟୁର୍ନାମେଣ୍ଟରେ ସର୍ବନିମ୍ନ ସ୍ଥାନରେ ରହୁଥିବା ଦଳ ମଧ୍ୟ ୭୩ କୋଟି ଟଙ୍କାର ପୁରସ୍କାର ନେଇ ଘରକୁ ଫେରିବ। 


ଯଦି T20 ୱାର୍ଲ୍ଡ କପ୍ ଏବଂ ଆଇପିଏଲ ଭଳି ଟୁର୍ନାମେଣ୍ଟ ସହ ଫିଫା ବିଶ୍ୱକପକୁ ତୁଳନା କରାଯାଏ, ତାହେଲେ ଆକାଶ ପାତାଳ ପାର୍ଥକ୍ୟ ରହିଛି।  T20 ବିଶ୍ୱକପରେ ମିଳୁଥିବା ମୋଟ ପୁରସ୍କାର ରାଶି ହେଉଛି ୪୫.୬୮ କୋଟି ଟଙ୍କା। ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ମିଳୁଥିବା ପୁରସ୍କାର ରାଶି ଫୁଟବଲ ବିଶ୍ୱକପରେ ୩୨ ତମ ମାନ୍ୟତା ଦଳକୁ ମିଳୁଥିବା ପୁରସ୍କାର ରାଶି ଠାରୁ କମ। ଆଇପିଏଲ୍ ଟୁର୍ନାମେଣ୍ଟରେ ମୋଟ ୪୬.୫ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥାଏ। ହେଲେ ଫିଫା ବିଶ୍ୱକପରେ ମୋଟ ପୁରସ୍କାର ରାଶି ହେଉଛି ୩.୬ ହଜାର କୋଟି ଟଙ୍କା। ମୋଟାମୋଟି ଭାବେ କହିବାକୁ ଗଲେ, କ୍ରିକେଟ୍ ବିଶ୍ୱକପ୍ ପୁରସ୍କାର ରାଶି ଠାରୁ ଫିଫା ବିଶ୍ୱକପ୍ ରାଶି ୮୦ ଗୁଣ ଅଧିକ।



ଫିଫା ବିଶ୍ୱକପ୍ ବିଜେତା ୧୯୩୦-୨୦୧୮
-----------------------------


  • ୧୯୩୦: ଉରୁଗୁଏ

  • ୧୯୩୪: ଇଟାଲୀ

  • ୧୯୩୮: ଇଟାଲୀ

  • ୧୯୫୦: ଉରୁଗୁଏ

  • ୧୯୫୪: ଜର୍ମାନୀ

  • ୧୯୫୮: ବ୍ରାଜିଲ

  • ୧୯୬୨: ବ୍ରାଜିଲ 

  • ୧୯୬୬: ଇଂଲଣ୍ଡ

  • ୧୯୭୦: ବ୍ରାଜିଲ

  • ୧୯୭୪: ଜର୍ମାନୀ

  • ୧୯୭୮: ଆର୍ଜେଣ୍ଟିନା

  • ୧୯୮୨: ଇଟାଲୀ

  • ୧୯୮୬: ଆର୍ଜେଣ୍ଟିନା

  • ୧୯୯୦: ଜର୍ମାନୀ

  • ୧୯୯୪:  ବ୍ରାଜିଲ

  • ୧୯୯୮:  ଫ୍ରାନ୍ସ

  • ୨୦୦୨: ବ୍ରାଜିଲ

  • ୨୦୦୬: ଇଟାଲୀ

  • ୨୦୧୦: ସ୍ପେନ

  • ୨୦୧୪: ଜର୍ମାନୀ

  • ୨୦୧୮: ଫାନ୍ସ