Vigilance raid: ବେଗୁନିଆପଡା ସିଡିପିଓଙ୍କ କାର୍ଯ୍ୟାଳୟ ଭିତରୁ ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି। ସେହିପରି ଭିଜିଲାନ୍ସ ଟିମ୍ ସିଡିପିଓ କାର୍ଯ୍ୟାଳୟରେ କାଜଗପତ୍ର ଯାଞ୍ଚ କରିବା ସହ ସନ୍ଧ୍ୟାରାଣୀଙ୍କ ବାସଭବନରେ ଚଢଉ କରିଛି। ତେବେ ଚଢ଼ଉ ଜାରି ରହିଥିବା ସୂଚନା ମିଳିଛି।
Trending Photos
ବ୍ରହ୍ମପୁର: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ଗଞ୍ଜାମ ବେଗୁନିଆପଡା ସିଡିପିଓ ଫସିଛନ୍ତି। ଜଣେ ଅଙ୍ଗନବାଡ଼ି ପାଚିକାଙ୍କ ଦରମା ବିଲ୍ କରାଇ ଦେବାକୁ ୧୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ଆଜି ଗିରଫ କରିଛି। ବେଗୁନିଆପଡା ସିଡିପିଓଙ୍କ କାର୍ଯ୍ୟାଳୟ ଭିତରୁ ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି। ସେହିପରି ଭିଜିଲାନ୍ସ ଟିମ୍ ସିଡିପିଓ କାର୍ଯ୍ୟାଳୟରେ କାଜଗପତ୍ର ଯାଞ୍ଚ କରିବା ସହ ସନ୍ଧ୍ୟାରାଣୀଙ୍କ ବାସଭବନରେ ଚଢଉ କରିଛି। ତେବେ ଚଢ଼ଉ ଜାରି ରହିଥିବା ସୂଚନା ମିଳିଛି।
ଅନ୍ୟପଟେ ଭିଜିଲାନ୍ସ ଜାଲରେ କେଉଁଝର ଜୁନିୟର ମାଇନିଂ ଅଫିସର। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜୁନିୟର ମାଇନିଂ ଅଫିସର ପଦ୍ମନାଭ ହୋତାଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଏକକାଳୀନ ୭ଟି ସ୍ଥାନରେ ରେଡ୍ ଚାଲିଛି। ଭୁବନେଶ୍ୱର, କେନ୍ଦୁଝର, ଭବାନୀପାଟଣା ଓ ଯାଜପୁରର ଭଳି ସ୍ଥାନରେ ଚଢଉ ଚାଲିଛି। ଏହି ଚଢଉରେ ୭ଜଣ ଡିଏସ୍ପି, ୫ ଜଣ ଇନ୍ସପେକ୍ଟର, ୮ଜଣ ଏଏସ୍ଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛି। ବର୍ତ୍ତମାନ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି।