Cricket News: ଲେଜେଣ୍ଡ ଲିଗ୍ କ୍ରିକେଟରେ ସାମିଲ ହେଲା ଓଡ଼ିଶା। 'Konark Suryas' ନାମରେ ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ଟିମର ଖେଳାଳିଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି। ଟିମ ଲଞ୍ଚ ଅବଶରରେ ଖେଳାଳିଙ୍କ ନାଁ ଘୋଷଣା କରାଯାଇଛି ଯେଉଁମାନେ ଦଳରେ ଖେଳିବେ। ଏହି ଅବାବସରେ ଦଳରେ ଇରଫାନ ପଠାନଙ୍କୁ ଅଧିନାୟକତ୍ବ ଦାୟିତ୍ୱ ଦିଆଯାଇଥିବା ବେଳେ ଦଳରେ ବିନୟ କୁମାର, ରାଜେଶ ବିସ୍ନୋଇ ଓ ସାହାବାଜ୍ ନଦୀମଙ୍କ ଭଳି ଖେଳାଳିଙ୍କୁ ସାମିଲ କରାଯାଇଛି। ଇରଫାନଙ୍କ ସହ ଅନ୍ୟ ତିନିଜଣ ଖେଳାଳି ଆଜିର ଟିମ ଲଞ୍ଚ କାର୍ଯ୍ୟକ୍ରମରେ ଯୋଗଦେଇ 'Konark Suryas' ଟିମକୁ ଶୀର୍ଷରେ ପହଞ୍ଚେଇବା ସହ ଓଡ଼ିଶା କ୍ରିକେଟକୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ଥରରେ ଏକ ନୂଆ ପରିଚୟ ଦେବାକୁ ମତ ପ୍ରକାଶ କରିଥିଲେ।


COMMERCIAL BREAK
SCROLL TO CONTINUE READING

ଭାରତରେ କ୍ରିକେଟର କ୍ରେଜ ଦିନକୁ ଦିନ ବଢି ଚାଲିଛି ଯାହାପାଇଁ ଅନେକ କ୍ରିକେଟ ଲିଗ୍ ଓ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି। ଏହି ଧାରାରେ ପ୍ରଥମ ଥର ପାଇଁ ଲୋକପ୍ରିୟ ଲେଜେଣ୍ଡସ୍ କ୍ରିକେଟ ଲିଗ୍ ଟିମରେ ଓଡ଼ିଶା ସାମିଲ ହୋଇଛି। 'Konark Suryas' ନାମରେ ଏହି ଟିମ ଆବିର୍ଭାବ ହୋଇଛି । ଲିଜେଣ୍ଡ କ୍ରିକେଟରଙ୍କୁ ନେଇ ଟି-୨୦ ଫର୍ମାଟରେ ଅନୁଷ୍ଠିତ ହେବ । ଏହା ଓଡ଼ିଶା ପାଇଁ ଏକ ଗୌରବମୟ ପଦକ୍ଷେପ ଯାହା ମାଧ୍ୟମରେ ଓଡ଼ିଶାର ସଂସ୍କୃତି, କ୍ରୀଡା ପ୍ରତିଭା ଓ ଦକ୍ଷତାକୁ ଦେଶ ବିଦେଶରେ ଦର୍ଶାଇବ।  ଟିମ୍  'Konark Suryas' ଦଳର କ୍ୟାପଟେନ ଭାବରେ ଭାରତୀୟ କ୍ରିକେଟ୍ ଲେଜେଣ୍ଡ ଇରଫାନ ପଠାନ ନିଯୁକ୍ତ ହୋଇଛନ୍ତି । ଯାହାଙ୍କର ଅଭିଜ୍ଞତା ଓ ନେତୃତ୍ଵ ଓଡ଼ିଶା ପାଇଁ ଖୁବ୍ କାମରେ ଆସିବ। ଇରଫାନଙ୍କ ବ୍ୟତୀତ ଦଳରେ ବିନୟ କୁମାର, ରାଜେଶ ବିସ୍ନୋଇ ଓ ସାହାବାଜ୍ ନଦୀମଙ୍କ ଭଳି ଖେଳାଳିଙ୍କୁ ସାମିଲ କରାଯାଇଛି । ଇରଫାନଙ୍କ ଯୋଗଦାନ ଓଡ଼ିଶା ଦଳ ଓ ଯୁବ ଖେଳାଳିଙ୍କୁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି । 


ଏହି ପ୍ରୟାସରେ ସାନପ୍ରିୟା ଗ୍ରୁପ, ଆସୋଟେକ ସହିତ ମିଳିତ ଭାବରେ ଓଡ଼ିଶାରେ ବିଶ୍ବସ୍ତରୀୟ କ୍ରୀଡା ପ୍ରତିଷ୍ଠାନ ସୃଷ୍ଟି କରିବା ତଥା ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳିଙ୍କୁ ସହାୟତା କରିବାର ଲକ୍ଷ୍ୟ ନେଇଛି। ଅସୋଟେକ୍  ଖେଳାଳିମାନଙ୍କ ପାଇଁ ପ୍ରଶିକ୍ଷଣ ଏବଂ ଉନ୍ନତି ସହିତ ଜଣାଶୁଣା ମାଲ୍ଟି-ସ୍ପୋର୍ଟ୍ସ ସେଣ୍ଟର ଅଫ୍ ଏକ୍ସଲେନ୍ସ ଗଠନ କରିବାକୁ ଯାଉଛି ଯାହା ଭୁବନେଶ୍ୱରରେ ଅସୋଟେକ୍ ୱାର୍ଲ୍ଡ ଟାଉନସିପ୍ରେ ଥିବା ସ୍ପୋର୍ଟ୍ସ ହବରେ ରହିବ।


ଟିମ ଲଞ୍ଚ୍ ହେବା ଅବସରରେ ମୁଖ୍ୟ ଅତିଥି ଭାବେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଯୋଗଦେଇଥିବା ବେଳେ ଅଲିମ୍ପିୟନ ଅନୁରାଧା ବିଶ୍ୱାଳ, ଦୁତିଚାନ୍ଦ,   ପାରା ଅଲିମ୍ପିୟାନ ପ୍ରମୋଦ ଭଗତ, ପୂର୍ବତନ କ୍ରିକେଟର ସତ୍ୟରଞ୍ଜନ ଶତପଥୀ, କଣ୍ଠଶିଳ୍ପୀ କ୍ରିଷ୍ନା ବେହୁରା, ସୁସ୍ମିତା ଦାସ, ଅଭିନେତା ସବ୍ୟସାଚି ଅଭିନେତ୍ରୀ ଅର୍ଚିତା ସାମିଲ ହୋଇଥିଲେ।


Also Read- Grah Gochar 2024: ଷଡାଷ୍ଟକ ଯୋଗ ପ୍ରଭାବ, ୧୧ ସେପ୍ଟେମ୍ୱରରୁ ୩ ରାଶିକୁ ଆର୍ଥିକ ଲାଭ


Also Read- Accident News: ସନ୍ଧ୍ୟା ସମୟରେ ବସ୍ ଦୁର୍ଘଟଣା, ୧୨ ଜଣଙ୍କ ମୃତ୍ୟୁ