Advertisement
Photo Details/zeeodisha/odisha2417916
photoDetails0hindi

Grah Gochar 2024: ଷଡାଷ୍ଟକ ଯୋଗ ପ୍ରଭାବ, ୧୧ ସେପ୍ଟେମ୍ୱରରୁ ୩ ରାଶିକୁ ଆର୍ଥିକ ଲାଭ

Grah Gochar 2024: ଶୁକ୍ର ଏବଂ ଶନି ଦୁଇ ଗ୍ରହଙ୍କ ପ୍ରଭାବ ଖୁବ ଅଧିକ ବୋଲି ବିଶ୍ୱାସ କରାଯାଏ । ଏହି ୨ ଗ୍ରହ ୧୧ ସେପ୍ଟେମ୍ବର ୨୦୨୪ରେ ଷଡାଷ୍ଟକ ଯୋଗ ଗଠନ କରୁଛନ୍ତି। ଏହି ଯୋଗଟି ବିଶେଷ କରି ୩ଟି ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ସକରାତ୍ମକ ପ୍ରଭାବ ପକାଇବାର ସମ୍ଭାବନା ରହିଛି ।

1/5

2/5

ଷଡାଷ୍ଟକ ଯୋଗ କ’ଣ?

ଯେତେବେଳେ କୌଣସି ଦୁଇଟି ଗ୍ରହ ପରସ୍ପରଠାରୁ 150 ° ରେ ଉପସ୍ଥିତ ଥାଆନ୍ତି ସେହି ସମୟରେ ଷଡାଷ୍ଟକ ଯୋଗ ଗଠନ ହୋଇଥାଏ । ଜ୍ୟୋତିଷଙ୍କ ମତରେ ଏହା ଏକ ସ୍ୱତନ୍ତ୍ର ଯୋଗ । ଏହି ଯୋଗ ସ୍ୱଳ୍ପ ସମୟ ପାଇଁ ଗଠିତ ହୋଇଥାଏ କିନ୍ତୁ ଏହାର ପ୍ରଭାବ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ ବୋଲି ଜ୍ୟୋତିର୍ବିଦ ମତ ଦିଅନ୍ତି ।

3/5

ମେଷ ରାଶି

ଷଡାଷ୍ଟକ ଯୋଗ ପ୍ରଭାବରୁ ଆପଣ ଆତ୍ମବିଶ୍ୱାସୀ ଏବଂ ସାହସୀ ଅନୁଭବ କରିବେ । ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେବାକୁ ଆପଣ ପ୍ରସ୍ତୁତ ରହିବେ । ଆପଣଙ୍କ ପାଇଁ ଆୟର ନୂତନ ଉତ୍ସ ଖୋଲିବ । ହଠାତ୍ ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି । ଚାକିରି କ୍ଷେତ୍ରରେ ଶୁଭଫଳ ମିଳିବ । ବ୍ୟବସାୟକୁ ବିସ୍ତାର କରିବାରେ ସକ୍ଷମ ହେବେ । ବିଭିନ୍ନ ଉପାୟରେ ଆପଣଙ୍କ ନିକଟକୁ ଟଙ୍କା ଆସିବ । ଛାତ୍ରମାନେ ଅଧ୍ୟୟନରେ ଆଗ୍ରହୀ ହେବା ସହ ପରୀକ୍ଷାରେ ଭଲ ଫଳାଫଳ ପାଇବେ । ପାରିବାରିକ ସମ୍ପର୍କ ସୁଦୃଢ ହେବ । ପ୍ରେମ ଜୀବନରେ ଖୁସି ପାଇବେ ।

4/5

କନ୍ୟା ରାଶି

ଷଡାଷ୍ଟକ ଯୋଗ କାରଣରୁ ଆପଣ ବିତର୍କରେ ଜିତିବାର ସୌଭାଗ୍ୟ ପାଇବେ । ସହଜରେ ସମସ୍ୟାର ସମାଧାନର ରାସ୍ତା ପାଇବେ । ଲେଖାଲେଖି, ଯୋଗାଯୋଗ ଜନିତ ବ୍ୟବସାୟ ସହ ଜଡିତ ଥିବା ବ୍ୟକ୍ତି ଭଲ ଆୟ ଉପାର୍ଜନ କରିବେ । ଚାକିରି କ୍ଷେତ୍ରରେ ଆପଣଙ୍କୁ ନୂତନ ସୁଯୋଗ ମିଳିବ । ବ୍ୟବସାୟରେ ବୃଦ୍ଧି ଘଟିବ । ନୂତନ ଗ୍ରାହକ ଯୋଡିହେବେ । ଅଧ୍ୟୟନ ପାଇଁ ଛାତ୍ରମାନଙ୍କର ଆଗ୍ରହ ବୃଦ୍ଧି ପାଇବ । ଭାଇ ଓ ଭଉଣୀମାନଙ୍କ ସହିତ ସମ୍ପର୍କ ମଜବୁତ ହେବ । ପ୍ରେମ ଜୀବନରେ ପାରସ୍ପରିକ ବିଶ୍ୱାସ ବୃଦ୍ଧି ପାଇବ । ଅବିବାହିତ ବ୍ୟକ୍ତିଙ୍କ ପାଇଁ ଭଲ ପ୍ରସ୍ତାବ ଆସିବ ।

5/5

ମକର ରାଶି

ଏହି ସମୟରେ ଆପଣ ବହୁତ ଶୃଙ୍ଖଳିତ ହୋଇପାରନ୍ତି । ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ଆପଣ କଠିନ ପରିଶ୍ରମ କରିବେ । ପୈତୃକ ସମ୍ପତ୍ତିରୁ ଭଲ ଲାଭ ପାଇବେ । ଆୟ ବୃଦ୍ଧି ପାଇବ । ଚାକିରି କ୍ଷେତ୍ରରେ ଭଲ କାମ କରିବା କାରଣରୁ ପଦୋନ୍ନତି ହେବାର ସମ୍ଭାବନା ରହିଛି । ବ୍ୟବସାୟରେ ଲାଭ ଅଧିକ ହେବ । ଛାତ୍ରଛାତ୍ରୀମାନେ  ଉଚ୍ଚଶିକ୍ଷା ପାଇଁ ଭଲ ସୁଯୋଗ ପାଇବେ । ବୈବାହିକ ଜୀବନରେ ସୁଖୀ ହେବେ ।

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।