Australia vs West Indies Test: ହସ୍ପିଟାଲରେ ରିକି ପଣ୍ଟିଂ, ପ୍ରଥମ ଟେଷ୍ଟର ତୃତୀୟ ଦିନରେ ବିଗିଡିଲା ସ୍ୱାସ୍ଥ୍ୟାବସ୍ଥା
Australia vs West Indies Test: ଗତ କିଛି ମାସ ହେଲା ଅଷ୍ଟ୍ରେଲିଆ କ୍ରିକେଟରେ କାଳର କଳାବାଦଲ ଛାଇ ଯାଇଛି। ପ୍ରଥମେ ଡିନ ଜୋନ୍ସ, ରୋଡନୀ ମାର୍ଶଙ୍କ ଦେହାନ୍ତ ହୋଇଥିଲା। ପରେ ହୃଦଘାତରେ କିମ୍ବଦନ୍ତୀ ଲେଗ୍ ସ୍ପିନର ଶେନ ୱାର୍ଣ୍ଣଙ୍କ ନିଧନ ହେଲା। କିଛି ଦିନ ତଳେ ଏକ ସଡକ ଦୁର୍ଘଟଣାରେ ଏଣ୍ଡ୍ରୁ ସାଇମଣ୍ଡ ପ୍ରାଣ ହରାଇଛନ୍ତି। ନିକଟରେ ରିଆନ କାମ୍ପବେଲଙ୍କର ମଧ୍ୟ ହୃଦଘାତ ହୋଇଥିଲା। ହସ୍ପିଟାଲରେ ଭର୍ତ୍ତି କରିବା ପରେ ସେ ସୁସ୍ଥ ହୋଇ ଫେରିଛନ୍ତି। ରିଆନ ବର୍ତ୍ତମାନ ନେଦରଲାଣ୍ଡର କ୍ରିକେଟ କୋଚ ଅଛନ୍ତି।
Australia vs West Indies Test, ସିଡନୀ: କିମ୍ବଦନ୍ତୀ କ୍ରିକେଟର ତଥା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଅସୁସ୍ଥ ହୋଇଛନ୍ତି। ତାଙ୍କୁ ପର୍ଥରର ଏକ ହସ୍ପିଟାଲକୁ ନିଆଯାଇଛି। ମିଡିଆ ରିପୋର୍ଟ ଅନୁସାରେ ଅଷ୍ଟ୍ରେଲିଆ ବନାମ ୱେଷ୍ଟ ଇଣ୍ଡିଜ୍ ଟେଷ୍ଟ ମ୍ୟାଚ ଚାଲିଥିବା ବେଳେ ପଣ୍ଟିଂଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା। ତେଣୁ ଲଞ୍ଚ ସମୟରେ ତାଙ୍କୁ ହସ୍ପିଟାଲ ନିଆଯାଇଛି। ଅଷ୍ଟ୍ରେଲିଆ ବନାମ ୱେଷ୍ଟ ଇଣ୍ଡିଜ୍ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ରିକି ପଣ୍ଟିଂ କମେଣ୍ଟେଟିଂ କରୁଥିଲେ।
ସିଡନୀ ମୋର୍ଣ୍ଣିଂ ହେରାଲ୍ଡରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଅଷ୍ଟ୍ରେଲିଆ ବନାମ ୱେଷ୍ଟ ଇଣ୍ଡିଜ୍ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ରିକି ପଣ୍ଟିଂ କମେଣ୍ଟେଟିଂ କରୁଥିଲେ। ପ୍ରାୟ ଲଞ୍ଚ ସମୟରେ ସେ ଶ୍ୱାସକ୍ରୀୟାରେ କଷ୍ଟ ଅନୁଭବ କରିଥିଲେ। ପରେ ତାଙ୍କ ହୃତପିଣ୍ଡର ଯାଞ୍ଚ ପାଇଁ ହସ୍ପିଟାଲକୁ ନିଆଯାଇଥିଲା। ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି, କିନ୍ତୁ ତାଙ୍କୁ କିଛି ସମୟ ପାଇ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯିବ। ଅଷ୍ଟ୍ରେଲିଆ କ୍ରିକେଟ ଟିମର ଡାକ୍ତରଙ୍କ ପରାମର୍ଶ କ୍ରମେ ରିକି ପଣ୍ଟିଂଙ୍କୁ ପର୍ଥ ହସ୍ପିଟାଲ ନିଆଯାଇଥିବା ସୂଚନା ମିଳିଛି।
Also Read: ପାକ୍ ବୋଲରଙ୍କୁ ଦିନରେ ତାରା ଦେଖାଇଲେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍, ଏକ ଓଭରରେ ମାରିଲେ ୬ ବାଉଣ୍ଡ୍ରି
ରିକି ପଣ୍ଟିଂ, କ୍ରିକେଟର ଜଣେ ସଫଳ ଅଧିନାୟକ। ୧୯୯୯, ୨୦୦୩ ଓ ୨୦୦୭ ମସିହାରେ ଅଷ୍ଟ୍ରେଲିଆ ଟିମ ଦିନିକିଆ ବିଶ୍ୱକପ୍ ଚମ୍ପିଆନ ହୋଇଥିଲା। ଏହି ସମସ୍ତ ବିଶ୍ୱକପରେ ରିକି, କଙ୍ଗାରୁ ଦଳରେ ସାମିଲ ଥିଲେ। ୭୭ଟି ଗେମରେ ପଣ୍ଟିଂ, ଅଷ୍ଟ୍ରେଲିଆ ଦଳର ନେତୃତ୍ୱ ନେଇଛନ୍ତି। ଯେଉଁଥିରେ ତାଙ୍କର ବିଜୟ ହାର ୬୭.୯୧ ରହିଛି। ସେ ୨୨୯ଟି ଦିନିକିଆ ମ୍ୟାଚରେ ଅଧିନାୟତ୍ୱ କରିଥିବା ବେଳେ ମୋଟ ୩୭୫ଟି ମ୍ୟାଚ ଖେଳିଛନ୍ତି। ଏହା ବ୍ୟତୀତ ନିଜ କ୍ୟାରିୟର ମଧ୍ୟରେ ରିକି ପଣ୍ଟିଂ ୧୬୮ଟି ଟେଷ୍ଟ ଓ ୧୭ଟି ଟି-୨୦ ମ୍ୟାଚ ଖେଳିଛନ୍ତି।
ସୂଚନାଯୋଗ୍ୟ, ଗତ କିଛି ମାସ ହେଲା ଅଷ୍ଟ୍ରେଲିଆ କ୍ରିକେଟରେ କାଳର କଳାବାଦଲ ଛାଇ ଯାଇଛି। ପ୍ରଥମେ ଡିନ ଜୋନ୍ସ, ରୋଡନୀ ମାର୍ଶଙ୍କ ଦେହାନ୍ତ ହୋଇଥିଲା। ପରେ ହୃଦଘାତରେ କିମ୍ବଦନ୍ତୀ ଲେଗ୍ ସ୍ପିନର ଶେନ ୱାର୍ଣ୍ଣଙ୍କ ନିଧନ ହେଲା। କିଛି ଦିନ ତଳେ ଏକ ସଡକ ଦୁର୍ଘଟଣାରେ ଏଣ୍ଡ୍ରୁ ସାଇମଣ୍ଡ ପ୍ରାଣ ହରାଇଛନ୍ତି। ନିକଟରେ ରିଆନ କାମ୍ପବେଲଙ୍କର ମଧ୍ୟ ହୃଦଘାତ ହୋଇଥିଲା। ହସ୍ପିଟାଲରେ ଭର୍ତ୍ତି କରିବା ପରେ ସେ ସୁସ୍ଥ ହୋଇ ଫେରିଛନ୍ତି। ରିଆନ ବର୍ତ୍ତମାନ ନେଦରଲାଣ୍ଡର କ୍ରିକେଟ କୋଚ ଅଛନ୍ତି।