Pak vs Eng: ପାକିସ୍ତାନୀ ବୋଲରଙ୍କୁ ଦିନରେ ତାରା ଦେଖାଇଲେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍, ବ୍ରୁକ୍ ଏକ ଓଭରରେ ମାରିଲେ ୬ ବାଉଣ୍ଡ୍ରି
Advertisement

Pak vs Eng: ପାକିସ୍ତାନୀ ବୋଲରଙ୍କୁ ଦିନରେ ତାରା ଦେଖାଇଲେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍, ବ୍ରୁକ୍ ଏକ ଓଭରରେ ମାରିଲେ ୬ ବାଉଣ୍ଡ୍ରି

Pakistan vs England: ରାୱଲପିଣ୍ଡି ଟେଷ୍ଟର ପ୍ରଥମ ଦିନରେ କୌଣସି ଦଳ ପୂର୍ବରୁ ଆୟୋଜକ ପାକିସ୍ତାନର ବୋଲରମାନଙ୍କୁ ଏପରି ମାଡ଼ ମାରି ନଥିବେ । ଗୋଟିଏ ଦିନରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ୫୦୦ ରୁ ଅଧିକ ରନ୍ ସଂଗ୍ରହ କରିଥିଲେ ଓ ୪ ବ୍ୟାଟ୍ସମ୍ୟାନ୍ ଶତକ ହାସଲ ମାରିଥିଲେ । ଏସବୁ ମଧ୍ୟରେ ହ୍ୟାରି ବ୍ରୁକ୍ ପାକ ବୋଲୋର ସାଉଦ୍ ଶକିଲଙ୍କୁ ଦିନରେ ତାରା ଦେଖାଇଥିଲେ।

ସୌ: ସୋସିଆଲ ମିଡିଆ

Pakistan vs England: Harry Brook, ଦୀର୍ଘ ଦିନ ବ୍ୟବଧ୍ୟାନ ପରେ ପାକିସ୍ତାନ କ୍ରିକେଟ୍ ଦଳ ବିପକ୍ଷରେ ଇଂଲଣ୍ଡ ଦଳ ଟେଷ୍ଟ ମ୍ୟାଚ୍ ଖେଳିବାକୁ ପାକ୍ ଆସିଛି । ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ମାନେ ଏହି ସ୍ମରଣୀୟ ମ୍ୟାଚରେ ପାକ୍ ଦଳ ପାଇଁ ଏକ ଆଶ୍ଚର୍ଯ୍ୟ ଜନକ କାମ କରିଥିଲେ । ମ୍ୟାଚର ପ୍ରଥମ ଦିନରେ କୌଣସି ଦଳ ଆୟୋଜକ ଦଳର ବୋଲରମାନଙ୍କୁ ଏହିପରି ପିଟି ନଥିବେ, ଆଜି ଯେପରି ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ମାନେ ପିଟିଛନ୍ତି । ଗୋଟିଏ ଦିନରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ୫୦୦ ରୁ ଅଧିକ ରନ୍ ସଂଗ୍ରହ କରିଥିଲେ ଓ ୪ ଜଣ ବ୍ୟାଟ୍ସମ୍ୟାନ୍ ଶତକ ହାସଲ କରିଥିଲେ । ଏସବୁ ମଧ୍ୟରେ ହ୍ୟାରି ବ୍ରୁକ୍ ସାଉଦ୍ ଶକିଲଙ୍କୁ ଦିନରେ ତାରା ଦେଖାଇବା ପରି ଖେଳିଥିଲେ ।

ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୧ ଅର୍ଥାତ ଗୁରୁବାର ଦିନ ରାୱଲପିଣ୍ଡିରେ ଆରମ୍ଭ ହୋଇଥିଲା । ମ୍ୟାଚର ପ୍ରଥମ ଦିନରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ମାନେ ପାକିସ୍ତାନୀ ବୋଲରଙ୍କ ଉପରେ ଜୋରଦାର ଆକ୍ରମଣ କରିଥିଲେ ଓ ପ୍ରଥମ ଦିନର ଖେଳ ଶେଷ ହେବା ବେଳକୁ 4 ୱିକେଟ୍ ହରାଇ 506 ରନ୍ ସଂଗ୍ରହ କରିଥିଲେ । ଟପ୍ ୫ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ୪ ଜଣ ଶତକୀୟ ଇନିଂସ ଖେଳିଥିଲେ । ଏକ ଶତକୀୟ ଇନିଂସ ଖେଳିବା ସହିତ ବ୍ରୁକ୍ ଏପରି ଏକ କାର୍ଯ୍ୟ କରିଥିଲେ ଯାହା ପାକିସ୍ତାନ ଦଳ ସବୁଦିନ ପାଇଁ ମନେ ରଖିବ । ଏହି ବ୍ୟାଟ୍ସମ୍ୟାନ୍ ଶକିଲଙ୍କ କ୍ରମାଗତ ୬ ଟି ବଲରେ ୬ ଟି ବାଉଣ୍ଡ୍ରି ମାରିଥିଲେ ।

କ୍ୟାପଟେନ ବାବର ଆଜମ, ଆଗା ସଲମାନଙ୍କ ସ୍ଥାନରେ ସାଉଦ ଶକିଲଙ୍କୁ ଇଂଲଣ୍ଡର ୬୮ ତମ ଓଭର କରିବାର ଦାୟିତ୍ୱ ଦେଇଥିଲେ । ହ୍ୟାରି ଏହି ଓଭରରେ ଏପରି କିଛି କରିଥିଲେ ଯାହା କ୍ରିକେଟ୍ ଇତିହାସରେ ସର୍ବଦା ସ୍ମରଣୀୟ ହୋଇ ରହିବ । ଏହି ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଏହି ଓଭରରେ ଲଗାତାର ୬ ଟି ଚୌକା ମାରିଥିଲେ । ଓଭର ଆରମ୍ଭ ପୂର୍ବରୁ ୫୮ ବଲରୁ ୬୦ ରନ ସ୍କୋର କରି ବ୍ୟାଟିଂ କରୁଥିବା ବ୍ରୁକ ଓଭର ଶେଷ ହେବା ପରେ ୬୪ ବଲରୁ ୮୪ ରେ ପହଞ୍ଚିଥିଲେ ।

ପାକିସ୍ତାନୀ ଅଧିନାୟକ ବାବର ଆଜାମ, ବୋଲରମାନଙ୍କ ମାଡ ଖାଇବା ଦେଖିଶକିଲଙ୍କୁ ବୋଲିଂ କରିବାକୁ ଏକ ଉଭର ଦେଇଥିଲେ କିନ୍ତୁ ତାଙ୍କ ପଛରେ ବ୍ରୁକ ପଡିଯାଇଥିଲେ। ସେ ୨ ଓଭରର ବୋଲିଂରେ ମୋଟ ୩୦ ରନ୍ ଦେଇଥିଲେ । ଏଥିମଧ୍ୟରୁ ବ୍ରୁକ ୧ ଓଭରରେ ୬ ଚୌକା ସହ ୨୪ ରନ୍ ସ୍କୋର କରିଥିଲେ ।

ଏହା ବି ପଢ଼ନ୍ତୁ: BCCI: ଏହି ପୂର୍ବ ଖେଳାଳୀ ହୋଇପାରନ୍ତି ଭାରତର ପରବର୍ତ୍ତୀ ମୁଖ୍ୟ ଚୟନ କର୍ତ୍ତା

ଏହା ବି ପଢ଼ନ୍ତୁ: BCCI: ଏହି ୩ ଭେଟେରାନଙ୍କୁ ମିଳିଲା ନୂତନ ଚୟନ କମିଟି ବାଛିବାର ଦାୟିତ୍ୱ, ଜଣେ ଅଛନ୍ତି ପୂର୍ବ ଚୟନକର୍ତ୍ତା