Hardik Pandya and Natasa Stankovic Announce Divorce: ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଓ ନତାଶା ଷ୍ଟାନକୋଭିକ୍ ଅଲଗା ହୋଇଛନ୍ତି। ଗୁରୁବାର ଦିନ(୧୮ ଜୁଲାଇ) ହାର୍ଦ୍ଦିକ ଓ ନତାଶା ଛାଡପତ୍ର ବିଷୟରେ ଘୋଷଣା କରିଛନ୍ତି। ବିଗତ ଅନେକ ମାସ ଧରି, ସେମାନଙ୍କ ସଂପର୍କରେ ମତଭେଦ ବିଷୟରେ କଳ୍ପନାଜଳ୍ପନା ଚାଲିଥିଲା, ଯାହା ବର୍ତ୍ତମାନ ସତ୍ୟ ବୋଲି ପ୍ରମାଣିତ ହୋଇଛି। ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପରସ୍ପରଠାରୁ ଅଲଗା ହେବା ବିଷୟରେ ହାର୍ଦ୍ଦିକ-ନତାଶା ସୂଚନା ଦେଇଛନ୍ତି। ଚାରି ବର୍ଷ ପୂର୍ବେ ଦୁହେଁ ବିବାହ କରିଥିଲେ। ହାର୍ଦ୍ଦିକ ଏବଂ ନତାଶାଙ୍କର ଅଗସ୍ତ୍ୟ ନାମକ ଏକ ପୁତ୍ର ସନ୍ତାନ ଅଛି।


COMMERCIAL BREAK
SCROLL TO CONTINUE READING

ହାର୍ଦ୍ଦିକ ଇନଷ୍ଟାଗ୍ରାମରେ ଲେଖିଛନ୍ତି, "ଚାରି ବର୍ଷ ଏକାଠି ରହିବା ପରେ, ନତାଶା ଓ ମୁଁ ପାରସ୍ପରିକ ସହମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ ... ଏହି ସମ୍ପର୍କକୁ ବଞ୍ଚାଇବା ପାଇଁ ଆମେ ଚେଷ୍ଟା କରିଥିଲୁ ଓ ଏହାକୁ ଆମର ସର୍ବୋତ୍ତମ ଦେଇଥିଲୁ, କିନ୍ତୁ ବର୍ତ୍ତମାନ ଆମେ ଅନୁଭବ କରୁଛୁ ଯେ ଏହା ଆମ ଦୁହିଁଙ୍କ ପାଇଁ ସଠିକ୍ ନିଷ୍ପତ୍ତି। ଏହା ଆମ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ ନିଷ୍ପତ୍ତି ଥିଲା, ଏକତ୍ର ବିତାଇଥିବା ଖୁସିର ମୁହୂର୍ତ୍ତ, ପାରସ୍ପରିକ ସମ୍ମାନ ଏବଂ ପରସ୍ପରର ସହଯୋଗ, ଯାହା ଆମେ ଏକାଠି ବିତାଇ ଉପଭୋଗ କରୁଥିଲୁ, ଆମେ ଏକ ପରିବାର ଭାବରେ ଆଗକୁ ବଢ଼ିଥିଲୁ ।"



ହାର୍ଦ୍ଦିକ ନିଜ ପୋଷ୍ଟରେ ଏହା ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ଅଗସ୍ତ୍ୟ ପାଇ ଆମେ ବହୁତ ଖୁସି। ଆମେ ତାଙ୍କୁ ଦୁନିଆର ସମସ୍ତ ସୁଖ ଦେବାକୁ ଚେଷ୍ଟା କରିବୁ। ସେ ସର୍ବଦା ଆମ ଜୀବନର ଆଧାର ହୋଇ ରହିବ। ଆମେ ଦୁହେଁ ଏକାଠି ତାଙ୍କର ଯତ୍ନ ନେବୁ। ପାଣ୍ଡ୍ୟା କହିଛନ୍ତି ଯେ ଆମେ ଦୁହେଁ ପ୍ରଶଂସକଙ୍କ ଠାରୁ ଆମର ଗୋପନୀୟତା ଆଶା କରୁଛୁ। ସୂଚନାଯୋଗ୍ୟ ଯେ ଅଗସ୍ତ୍ୟଙ୍କୁ ୪ ବର୍ଷ ବୟସ ହୋଇଛି। ସେ ୩୦ ଜୁଲାଇ ୨୦୨୧ ରେ ଜନ୍ମଗ୍ରହଣ କରିଥିଲେ। ଆପଣଙ୍କୁ କହିରଖୁଛୁ ଯେ ନିକଟରେ ନତାଶା ପୁଅ ଅଗସ୍ତ୍ୟଙ୍କ ସହ ସର୍ବିଆ ଯାଇଛନ୍ତି। ସେ ଘରେ ପହଞ୍ଚିବା ପରେ ହିଁ ଏହି ଘୋଷଣା କରାଯାଇଥିଲା।


ବିସିସିଆଇ ଗୁରୁବାର ଦିନ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ରୋହିତଙ୍କ ଅବସର ପରେ ସୂର୍ଯ୍ୟକୁମାର ଯାଦବଙ୍କୁ ନୂତନ ଅଧିନାୟକ କରାଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଅଧିନାୟକତ୍ୱ ରେସରେ ଥିଲେ, କିନ୍ତୁ ତାଙ୍କୁ ଅଧିନାୟକ କରାଯାଇ ନଥିଲା। କେବଳ ଏତିକି ନୁହେଁ, ଉପ-ଅଧିନାୟକ ପଦ ମଧ୍ୟ ହାର୍ଦ୍ଦିକଙ୍କଠାରୁ ଦୂରେଇ ଯାଇଛି। ODI ଓ T20 ରେ ଶୁବମନ ଗିଲଙ୍କୁ ନୂତନ ଉପ-ଅଧିନାୟକ କରାଯାଇଛି।


Also Read: India Squad: ଶ୍ରୀଲଙ୍କା ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଟି-୨୦ ଦଳର ଅଧିନାୟକ ହେଲେ ସୁର୍ଯ୍ୟକୁମାର