Hardik Pandya T20 World Cup 2022: ଭାରତୀୟ କ୍ରିକେଟ୍ ଦଳର ଅଭିଜ୍ଞ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ପାକିସ୍ତାନ (Pakistan) ବିପକ୍ଷ ରୋମାଞ୍ଚକର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଟିମ୍ ଇଣ୍ଡିଆ ପାକିସ୍ତାନ (IND Vs PAK) କୁ ପରାସ୍ତ କରି ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ରେ ନିଜ ଅଭିଯାନ ଆରମ୍ଭ କରିଛି । ଏହି ମ୍ୟାଚ (India vs Pakistan Match) ରେ ହାର୍ଦ୍ଦିକ ପାଣ୍ଡ୍ୟା ନିଜ ନାମରେ ଏକ ବଡ଼ ରେକର୍ଡ କରିନେଇଛନ୍ତି । ଏହି ସଫଳତା ହାସଲ କରିବାରେ ହାର୍ଦ୍ଦିକ ପାଣ୍ଡ୍ୟା ହେଉଛନ୍ତି ପ୍ରଥମ ଭାରତୀୟ ଖେଳାଳି । ପ୍ରଥମେ ବୋଲିଂରେ ହାର୍ଦ୍ଦିକ ପାଣ୍ଡ୍ୟା ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ଚାରି ଓଭରର କୋଟାରେ ୩୦ ରନ୍ ଦେଇ ପାକିସ୍ତାନର ୩ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନକୁ ପଠାଇଥିଲେ । 


COMMERCIAL BREAK
SCROLL TO CONTINUE READING

ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଟାର୍ଗେଟକୁ ପିଛା କରୁଥିବା ବେଳେ ମୂଲ୍ୟବାନ ୪୦ ରନର ଇଂନିସ ଖେଳିଛନ୍ତି । ବିରାଟ କୋହଲିଙ୍କ ସହ ହାର୍ଦ୍ଦିକ ପଞ୍ଚମ ୱିକେଟ୍ ପାଇଁ  ୧୦୦ରୁ ଅଧିକ ରନର ପାର୍ଟନରଶିପ୍ ଖେଳି ଦଳକୁ ରୋମାଞ୍ଚକର ବିଜୟ ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ୧୦୦୦ ରନ୍ ଓ ୫୦ ୱିକେଟ୍ ପୂରା କରିନେଇଛନ୍ତି । ଏହି ଫର୍ମାଟରେ ଏହି ସଫଳତା ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ କ୍ରିକେଟର । 


ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୭୪ଟି ଟି-20 ମ୍ୟାଚରେ ୧,୦୨୯ ରନ୍ କରିଛନ୍ତି । ଏହାସହ ତାଙ୍କ ନାମରେ ୫୭ ୱିକେଟ୍ ରହିଛି । ଏହା ସହିତ ପାଣ୍ଡ୍ୟା ମଧ୍ୟ ପାକିସ୍ତାନର ପୂର୍ବତନ ଅଧିନାୟକ ସହିଦ ଆଫ୍ରିଦି, ମହମ୍ମଦ ହାଫିଜ, ଆୟରଲାଣ୍ଡର କେଭିନ ଓ'ବ୍ରାଏନ୍, ଆଫଗାନିସ୍ତାନର ମହମ୍ମଦ ନବୀ, ୱେଷ୍ଟଇଣ୍ଡିଜ୍ ର ଡ୍ୱେନ୍ ବ୍ରାଭୋ ଏବଂ ଶ୍ରୀଲଙ୍କାର ପୂର୍ବତନ ଅଲରାଉଣ୍ଡର ଥିଷାରା ପେରେରାଙ୍କ କ୍ଲବରେ ଏଣ୍ଟ୍ରି କରିଛନ୍ତି ।


ଏହି ସମସ୍ତ କ୍ରିକେଟରଙ୍କର ଟି-20 ଅନ୍ତର୍ଜାତୀୟ କ୍ରିକେଟରେ ୧୦୦୦ କିମ୍ବା ଅଧିକ ରନ୍ ରହିଛି ଓ ୫୦ କିମ୍ବା ଅଧିକ ୱିକେଟ୍ ନେଇଛନ୍ତି । ଏଠାରେ ଆପଣଙ୍କୁ ଜଣାଇ ରଖୁଛୁ ଯେ, ଟି-20 ବିଶ୍ୱକପ ୨୦୨୨ର ପ୍ରଥମ ମ୍ୟାଚ୍‌ରେ ଭାରତ ଶେଷ ବଲରେ ପାକିସ୍ତାନକୁ ପରାସ୍ତ କରିଛି । ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ୪ ୱିକେଟରେ ଜିତି ନେଇଛି । ବିଜୟ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଥିଲେ । ଏହି ସ୍ମରଣୀୟ ପ୍ରଦର୍ଶନ ଅବସରରେ ସେ ତାଙ୍କ ସ୍ୱର୍ଗତ ପିତାଙ୍କୁ ମନେ ପକାଇଥିଲେ ଯିଏ ତାଙ୍କୁ କ୍ରିକେଟର କରିବାରେ ବହୁ ଯୋଗଦାନ ଦେଇଥିଲେ । କେବଳ ପିତାଙ୍କ କାରଣରୁ ସେ ଏଠାରେ ପହଞ୍ଚିବାରେ ସଫଳ ହୋଇଛନ୍ତି ବୋଲି ହାର୍ଦ୍ଦିକ କହିଛନ୍ତି ।


ଅଧିକ ପଢ଼ନ୍ତୁ:-ପାକିସ୍ତାନ ବିପକ୍ଷରେ ଚମତ୍କାର ବିଜୟ ପାଇଁ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଲେ ପିଏମ ମୋଦି, କୋହଲିଙ୍କ ପାଇଁ କହିଲେ ଏହି ବଡ଼ କଥା


ଅଧିକ ପଢ଼ନ୍ତୁ:-ବିରାଟ କୋହଲି ହେଲେ ଟି-20 କ୍ରିକେଟର ନୂଆ ବାଦଶାହ, ରୋହିତ ଶର୍ମାଙ୍କୁ ପଛରେ ପକାଇ ନିଜ ନାମରେ କଲେ ଏହି ଡବଲ ରେକର୍ଡ


ଅଧିକ ପଢ଼ନ୍ତୁ:-କାହିଁକି ପାଳନ କରାଯାଏ ଦୀପାବଳୀ, ଜାଣନ୍ତୁ ଆଲୋକର ପର୍ବର ମାହାତ୍ମ୍ୟ


ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଟି-20 ବିଶ୍ୱକପ ୨୦୨୨ରେ ପ୍ରଥମ ମ୍ୟାଚ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରରେ ଖେଳି ସାରିଛନ୍ତି । ବର୍ତ୍ତମାନ ଅକ୍ଟୋବର ୨୭ରେ ଦ୍ୱିତୀୟ ମ୍ୟାଚ୍ ନେଦରଲ୍ୟାଣ୍ଡ ସହ, ଅକ୍ଟୋବର ୩୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚ୍, ଏବଂ ନଭେମ୍ବର ୨ରେ ଚତୁର୍ଥ ମ୍ୟାଚ୍ ବାଂଲାଦେଶ ସହିତ ଏବଂ ପଞ୍ଚମ ମ୍ୟାଚ୍ ନଭେମ୍ବର ୬ରେ ଗ୍ରୁପ୍ ବି ବିଜେତା ସହିତ ଖେଳିବ ।


ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ 2022 ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ୱିକେଟ କିପର), ଦୀନେଶ କାର୍ତ୍ତିକ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟ ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି ସାମିଲ ଅଛନ୍ତି । ସେପଟେ ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର, ଶ୍ରେୟସ୍ ଆୟର, ରବି ବିଷ୍ଣୋଇ, ମହମ୍ମଦ ସିରାଜ ଅଛନ୍ତି ।