Diwali 2022: କାହିଁକି ପାଳନ କରାଯାଏ ଦୀପାବଳୀ, ଜାଣନ୍ତୁ ଆଲୋକର ପର୍ବର ମାହାତ୍ମ୍ୟ
Advertisement

Diwali 2022: କାହିଁକି ପାଳନ କରାଯାଏ ଦୀପାବଳୀ, ଜାଣନ୍ତୁ ଆଲୋକର ପର୍ବର ମାହାତ୍ମ୍ୟ

Diwali 2022: ସାଧରଣତଃ କାର୍ତ୍ତିକ ମାସ ଅମବାସ୍ୟା ଦିନ ଦୀପାବଳୀ (Deepavali) ପାଳନ କରାଯାଏ । ଦୀପାବଳୀ ରାତିକୁ ବିଶ୍ୱର ସବୁଠୁ ଅଧିକ କଳାରାତି ବୋଲି କୁହାଯାଏ । ତେଣୁ ଏହି ଦିନ ଲୋକେ ଦୀପ ବା କ୍ୟାଣ୍ଡେଲ ଜାଳି ଅନ୍ଧକାରକୁ ପରାଜିତ କରି ପରିବେଶକୁ ଆଲୋକିତ କରନ୍ତି । 

Diwali 2022: କାହିଁକି ପାଳନ କରାଯାଏ ଦୀପାବଳୀ, ଜାଣନ୍ତୁ ଆଲୋକର ପର୍ବର ମାହାତ୍ମ୍ୟ

Diwali 2022: ହିନ୍ଦୁ ଧର୍ମ (Hindu Religion) କୁ ବିଶ୍ୱର ସର୍ବ ପୁରାତନ ଧର୍ମ ଭାବରେ ବିବେଚନା କରାଯାଏ । ଆଉ ଏଥିରେ ପର୍ବ ପର୍ବାଣୀର ଅନେକ ଗୁରୁତ୍ୱ ରହିଛି । ସେଥିମଧ୍ୟରୁ ଦୀପାବଳୀ (Diwali) ଅନ୍ୟତମ । ପୁରାଣ ଅନୁସାରେ ତ୍ରେତେୟା ଯୁଗରୁ ଦୀପାବଳୀ ଆରମ୍ଭ ହୋଇଛି । କିନ୍ତୁ ଭୌଗୋଳିକ ସମ୍ପ୍ରଦାୟ ମଧ୍ୟରେ ଏହାର ଉତ୍ପତିକୁ ନେଇ ଭିନ୍ନ ଭିନ୍ନ ମତ ଶୁଣିବାକୁ ମିଳେ । ତଥାପି ଏହି ପର୍ବ ପଛରେ ଅନେକ ବିଜୟର କାହାଣୀ ଅଛି । ସାଧରଣତଃ କାର୍ତ୍ତିକ ମାସ ଅମବାସ୍ୟା ଦିନ ଦୀପାବଳୀ (Deepavali) ପାଳନ କରାଯାଏ । ଦୀପାବଳୀ ରାତିକୁ ବିଶ୍ୱର ସବୁଠୁ ଅଧିକ କଳାରାତି ବୋଲି କୁହାଯାଏ । ତେଣୁ ଏହି ଦିନ ଲୋକେ ଦୀପ ବା କ୍ୟାଣ୍ଡେଲ ଜାଳି ଅନ୍ଧକାରକୁ ପରାଜିତ କରି ପରିବେଶକୁ ଆଲୋକିତ କରନ୍ତି । ତେବେ ଆସନ୍ତୁ ଜାଣିବା ପୁରାଣ ଅନୁସାରେ ଦୀପାବଳିର କ'ଣ ସବୁ ମାହାତ୍ମ୍ୟ ରହିଛି...

ଉତ୍ତର ଭାରତରେ ଭଗବାନ ଶ୍ରୀରାମଙ୍କ ଜୀବନ କାହାଣୀ ସହିତି ଦୀପାବଳୀ ଜଡିତ । ସାବତ ମା’ଙ୍କ ଷଡଯନ୍ତ୍ରର ଶିକାର ହୋଇ ରାମ ୧୪ ବର୍ଷ ବନବାସ ଯାଇଥିଲେ । ଆଉ ଏହି କାର୍ତ୍ତିକ ମାସ ଅମବାସ୍ୟା ଦିନ ସେ ଅଯୋଧ୍ୟାକୁ ଫେରିଥିଲେ । ତେଣୁ ତାଙ୍କୁ ସ୍ୱାଗତ କରିବା ପାଇଁ ଅଯୋଧ୍ୟା ନଗରୀକୁ ଦୀପ ଜାଳି ଆଲୋକିତ କରାଯାଇଥିଲା । ସେବେଠାରୁ ଦୀପାବଳୀ ପାଳନ ହେଉଥିବା ମାନ୍ୟତା ରହିଛି ।

ସେପଟେ ଦକ୍ଷିଣ ଭାରତରେ କିନ୍ତୁ ଦୀପାବଳୀକୁ ନେଇ ଭିନ୍ନ ଏକ ମାନ୍ୟତା ରହିଛି ।  ସେମାନେଙ୍କ ବିଶ୍ୱାସ ରହିଛି ଯେ, ଭଗବାନ ଶ୍ରୀକୃଷ୍ଣଙ୍କ ଏହି ଦିନ ନରାକାସୁରକୁ ବଧ କରିଥିଲେ । ଆଉ ସେହି ଭୟଙ୍କର ରାକ୍ଷସ କବଳରୁ ୧୬୦୦୦ ମହିଳାଙ୍କୁ ଉଦ୍ଧାର କରିଥିଲେ । ସେପଟେ ପଶ୍ଚିମ ଭାରତରେ ଏହି ଉତ୍ସବ ଭଗବାନ ବିଷ୍ଣୁ ଓ ରାଜା ବାଲିଙ୍କ କାହାଣୀ ଉପରେ ଆଧାରିତ । ବାଳିଙ୍କ ଅପାର ଶକ୍ତି ଦେବତାମାନଙ୍କ ପାଇଁ ବିପଦ ପାଲଟିଥିଲା । ତେଣୁ ବିଷ୍ଣୁ ତାଙ୍କୁ ଏହି କାର୍ତ୍ତିକ ଅମବାସ୍ୟା ଦିନ ପାତାଳି କରିଥିଲେ ।

ଭାରତର ତିନୋଟି ସଂଖ୍ୟାଲଘୁ ଶିଖ୍, ଜୈନ ଏବଂ ବୌଦ୍ଧ ଧର୍ମରେ ବି ଦୀପାବଳୀକୁ ନେଇ ଅନେକ କାହଣୀ ରହିଛି । ପନ୍ଦର ଶହ ଶତାବ୍ଦୀର ଶେଷ ଭାଗରେ ହିନ୍ଦୁ ଧର୍ମ ମଧ୍ୟରେ ଏକ ଆନ୍ଦୋଳନ ଭାବରେ ଉଭା ହୋଇଥିଲା ଶିଖ୍ ଧର୍ମ । ସତର ଶହ ଶତାବ୍ଦୀରେ ଏହାର ଷଷ୍ଠ ଗୁରୁ-ଗୁରୁ ହରଗୋବିନ୍ଦଙ୍କୁ ମୋଗଲ ସମ୍ରାଟ ଜାହାଙ୍ଗୀର ବନ୍ଦି କରି ରଖିଥିଲେ । ଆଉ ଆଜିର ଦିନରେ ୧୨ ବର୍ଷ ପରେ ଗୁରୁ ହରଗୋବିନ୍ଦ ଓ ତାଙ୍କ ୫୨ ଜଣ ଅନୁଗାମୀ ଜେଲରୁ ମୁକୁଳିଥିଲେ ।

ଜୈନଙ୍କ ବିଶ୍ୱାସ ରହିଛି ଯେ , ଦୀପାବଳୀ ଖ୍ରୀଷ୍ଚପୂର୍ବ ପ୍ରଥମ ଶତାବ୍ଦୀରୁ ଆରମ୍ଭ । ଜୈନ ଧର୍ମର ୨୪ତମ ତୀର୍ଥଙ୍କର ମହାବୀର ଏହି ଦିନ ନିର୍ବାଣ ପାଇଥିଲେ । ସେହିପରି ବୌଦ୍ଧ ଧର୍ମରେ ବି ଦୀପାବଳୀର ବର୍ଣ୍ଣନା ରହିଛି । କାର୍ତ୍ତିକ ମାସ ଆମାବସ୍ୟା ଦିନ ସମ୍ରାଟ ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ଏହା ସହ ତାଙ୍କର ପ୍ରତ୍ୟକ ଜନପଦରେ ସ୍ତୁପ ନିର୍ମାଣ କରି ଗୋଟିଏ ଗୋଟିଏ ଦୀପ ଜାଳିବା ପାଇଁ ରାଜ୍ୟବାସୀଙ୍କୁ ନିବେଦନ କରିଥିଲେ । 

ଏହି କାହାଣୀଗୁଡିକ ବ୍ୟତୀତ, ଦୀପାବଳୀ ଧନ ଓ ଭାଗ୍ୟର ଦେବୀ ଲକ୍ଷ୍ମୀଙ୍କ ଉତ୍ସବ ଅଟେ । ଭାରତ ଏକ କୃଷି ପ୍ରାଧାନ୍ୟ ଦେଶ । ଶୀତ ପୂର୍ବରୁ ଚାଷୀମାନେ ସେମାନଙ୍କ ଶେଷ ଅମଳ କରିଥାନ୍ତି । ଯାହାକୁ ସେମାନେ ମାଆ ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତି । ସେପଟେ ବ୍ୟବସାୟୀମାନେ ଦୀପାବଳୀକୁ ଆର୍ଥିକ ନୂତନ ବର୍ଷର ପ୍ରଥମ ଦିନ ବୋଲି ବିଚାର କରନ୍ତି । ତେବେ ଦୀପାବଳୀ କେବଳ ଭାରତ ନୁହେଁ, ନେପାଳ, ଶ୍ରୀଲଙ୍କା, ଭିଏତନାମ ପରି ଅନେକ ବୌଦ୍ଧ ବହୁଳ ଦେଶରେ ପାଳନ କରାଯାଏ ।

ଅଧିକ ପଢ଼ନ୍ତୁ:-ଆକ୍ସନରେ ଏକନାଥ ସିନ୍ଦେ, ଉଦ୍ଧବ ସରକାରଙ୍କ ଏସବୁ ବଡ଼ ନିଷ୍ପତ୍ତି ଉପରେ ଲଗାଇଲେ ରୋକ୍

ଅଧିକ ପଢ଼ନ୍ତୁ:-ରାଜୀବ ଗାନ୍ଧୀ ଫାଉଣ୍ଡେସନର ଲାଇସେନ୍ସ ବାତିଲ କଲେ କେନ୍ଦ୍ର ସରକାର, ଏଣିକି ବିଦେଶୀ ଫଣ୍ଡ ନେଇପାରିବ ନାହିଁ କଂଗ୍ରେସର ସଂଗଠନ

କିପରି ପାଳନ କରାଯାଏ ଦୀପାବଳୀ?

ଯେପରି ଦୀପାବଳିର କିମ୍ବଦନ୍ତୀ ଅଞ୍ଚଳଠାରୁ ଭିନ୍ନ, ସେହିପରି ଏହାର ପାଳନ ପଦ୍ଧତି ମଧ୍ୟ ଭିନ୍ନ । କିନ୍ତୁ ସବୁସ୍ଥାନରେ ସାମଞ୍ଜସ୍ୟ ହେଉଛି, ତାହା ହେଉଛି ମିଠା, ପାରିବାରିକ ସମାବେଶ, ଏବଂ ମାଟି ଦୀପ ଜାଳିବା । ଯାହା ଘରର ଆଧ୍ୟାତ୍ମିକ ଅନ୍ଧକାରରୁ ରକ୍ଷା କରିଥାଏ ।

ସାଧାରଣତଃ ଦୀପାବଳିର ପାଞ୍ଚ ଦିନ ପାଳନ କରାଯାଏ । ପ୍ରଥମ ଦିନରେ ଲୋକମାନେ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରନ୍ତି । ପିଠାପଣା ତିଆରି କରିବା ସହ ଦୀପ ଜାଳନ୍ତି ଏବଂ ରଙ୍ଗବେରଙ୍ଗର ଚିତା କାଟନ୍ତି । ତୃତୀୟ ଦିନ ଏହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ। ଏହି ଦିନ ଲୋକମାନେ ମନ୍ଦିରକୁ ଯାଇପାରନ୍ତି। ବନ୍ଧୁ ଏବଂ ପରିବାରଙ୍କ ସହ ଭୋଜିଭାତ ହୁଏ । ପ୍ରଥମ ଦିନ ପରି ଦୀପ ଜାଳିବା ସହ ବାଣ ଫୁଟାଇ ଖୁସି ମନାନ୍ତି ।

ଅନେକଙ୍କ ପାଇଁ ତୃତୀୟ ଅପକ୍ଷା ଚତୁର୍ଥ ଦିନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଏହାକୁ ନୂତନ ବର୍ଷର ଆରମ୍ଭ ବୋଲି କୁହନ୍ତି ଏବଂ ଶୁଭେଚ୍ଛା ସହ ଉପହାରର ଆଦାନ ପ୍ରଦାନ କରନ୍ତି। ଶେଷରେ, ପଞ୍ଚମ ଦିନ ସାଧାରଣତଃ ଭାଇ ଭଉଣୀମାନଙ୍କ ପାଳନ ପାଇଁ ଉତ୍ସର୍ଗୀକୃତ ।

ବର୍ଷ ବର୍ଷ ଧରି ଭାରତର ସବୁଠୁ ବଡ ଛୁଟିଦିନରେ ଦୀପାବଳି ପରିଣତ ହେଉଛି । ଦୋକାନୀମାନେ ଏହାର ଖୁବ ଫାଇଦା ଉଠାନ୍ତି । ଆତସବାଜି ଏହି ଉତ୍ସବର ଏକ ପ୍ରମୁଖ ଅଂଶ । କିନ୍ତୁ ମହାମାରୀ କୋରୋନା ପାଇଁ ଚଳିତବର୍ଷ ଦୀପାବଳୀ ଫିକା ପଡିଛି । ବାୟୂ ପ୍ରଦୂଷଣ ଓ କୋରୋନା ସଂକ୍ରମଣ ବୃଦ୍ଧି ଆଶଳଙ୍କାରେ ବିଭିନ୍ନ ରାଜ୍ୟରେ ବାଣ ବିକ୍ରି ଏବଂ ଫୁଟାଇବା ଉପରେ କଟକଣା ଲଗାଯାଇଛି। ତେବେ ଲକଡାଉନ ପାଇଁ ପରିବାର ସମାବେଶ ସାଧାରଣ ଅପେକ୍ଷା ଅଧିକ ଅନ୍ତରଙ୍ଗ ହେବ। ଠାକୁର ଦର୍ଶନ ପାଇଁ ବିଭିନ୍ନ ମନ୍ଦିରରେ ଅନଲାଇନ ଷ୍ଟ୍ରିମିଂ ବ୍ୟବସ୍ଥା କରାଯାଇଛି ।