କୋହଲି ଓ ହାର୍ଦ୍ଦିକଙ୍କ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଲଗାଇଲା ନିଆଁ! ଦେଖନ୍ତୁ Video
Hardik Pandya Virat Kohli Video: ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ବିରାଟ କୋହଲି ମିଳିତ ଭାବେ ଏକ ରିଲ ତିଆରି କରିଛନ୍ତି, ଯାହାକୁ ସୋସିଆଲ ମିଡ଼ିଆରେ କିଛି ଘଣ୍ଟା ମଧ୍ୟରେ ଲକ୍ଷ ଲକ୍ଷ ଲୋକ ଦେଖି ସାରିଲେଣି । ଆପଣ ମଧ୍ୟ ଏଠାରେ ଭିଡିଓଟିକୁ ଦେଖିପାରିବେ ।
Hardik Pandya Virat Kohli Video: ଭାରତ ଓ ଅଷ୍ଟ୍ରେଲିଆ (India Vs Australia) ମଧ୍ୟରେ ମଙ୍ଗଳବାର ଠାରୁ ଏକ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ । ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ୨୦ ସେପ୍ଟେମ୍ବରରେ ମୋହାଲିରେ (Mohali) ଅନୁଷ୍ଠିତ ହେବ । ଏଥିପାଇଁ ଉଭୟ ଦଳ ମୋହାଲିରେ ପହଞ୍ଚିଛନ୍ତି । ଶନିବାର ଦିନ ସନ୍ଧ୍ୟାରେ ଅଷ୍ଟ୍ରେଲିଆ ଦଳ ଅଭ୍ୟାସ ସେସନରେ ଅଂଶଗ୍ରହଣ କରିଥିବାବେଳେ ଭାରତୀୟ ଦଳ ଶନିବାର ଦିନ ସନ୍ଧ୍ୟାରେ ପହଞ୍ଚିଥିଲେ ଓ ଖେଳାଳିମାନେ ରବିବାର ଦିନ ଅପରାହ୍ନରେ ମଧ୍ୟ ଅଭ୍ୟାସ କରିଥିଲେ ।
ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପୂର୍ବରୁ ବିରାଟ କୋହଲିଙ୍କ (Virat Kohli) ନୂଆ ଲୁକ୍ ଭାଇରାଲ ହେଉଛି । ଏଥି ସହିତ, ସିରିଜ୍ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଓ ବିରାଟ କୋହଲିଙ୍କ ଏକ ରିଲ୍ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଜୋରଦାର ଭାଇରଲ ହେଉଛି । ପ୍ରଶଂସକମାନେ ମଧ୍ୟ ଏହାକୁ ବହୁଳ ଭାବରେ ପସନ୍ଦ କରୁଛନ୍ତି । ଏକ ଘଣ୍ଟା ମଧ୍ୟରେ, ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖି ସାରିଛନ୍ତି ।
ବାସ୍ତବରେ ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟା ନିଜ ନିଜ ସୋସିଆଲ ମିଡିଆରେ ଏକ ରିଲ ସେୟାର କରିଛନ୍ତି, ଯେଉଁଥିରେ ଉଭୟ ବିଟନାଟ୍ସର Se Acabo ରେ ଏକ ଭିଡିଓ ତିଆରି କରୁଥିବା ଦେଖିବାକୁ ମିଳିଛି । ଏହି ରିଲ୍ ସେୟାର କରି ହାର୍ଦ୍ଦିକ ପାଣ୍ଡ୍ୟା ଲେଖିଛନ୍ତି ଯେ ଆମେ ଏହା କିପରି କରୁଛୁ ତାହା ଆପଣ ଜାଣନ୍ତି । ହାର୍ଦ୍ଦିକଙ୍କ ଦ୍ୱାରା ସେୟାର କରାଯାଇଥିବା ଭିଡିଓ ଉପରେ ବିରାଟ କୋହଲି ମଧ୍ୟ କମେଣ୍ଟ ଦେଇଛନ୍ତି । ହାର୍ଦ୍ଦିକଙ୍କ କ୍ୟାପସନର ଉତ୍ତରରେ ବିରାଟ ଲେଖିଛନ୍ତି - ଶାକାବୁମ୍ ।
ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପରେ ଭାରତ ଦକ୍ଷିଣ ଆଫ୍ରିକା ସହ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବ ଓ ଏହାପରେ ଟି-୨୦ ବିଶ୍ୱକପ୍ ପାଇଁ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିବ । ଏହି ମାସ ଆରମ୍ଭରେ ଆଫଗାନିସ୍ତାନ ବିପକ୍ଷ ଏସିଆ କପ୍ରେ କୋହଲିଙ୍କ ଶତକ ସମ୍ପର୍କରେ ରୋହିତ କହିଛନ୍ତି, "ରାହୁଲ ଭାଇ (ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ) ଓ ମୋ ମଧ୍ୟରେ ଏକ ବାର୍ତ୍ତାଳାପ ଥିଲା ଯେ ଆମେ ବିରାଟଙ୍କୁ କିଛି ମ୍ୟାଚ୍ରେ ଓପନିଂ କରାଇବା ଉଚିତ । ସେ ହେଉଛନ୍ତି ତୃତୀୟ ଓପନର୍ । ଶେଷ ମ୍ୟାଚରେ ଆମ ଓପନର୍ ଭାବରେ ସେ କ’ଣ କରିଥିଲେ ଆମେ ଦେଖିଲୁ ଓ ତାଙ୍କ ପ୍ରଦର୍ଶନକୁ ନେଇ ଆମେ ବହୁତ ଖୁସି ।"
ଆଫଗାନିସ୍ତାନ ବିପକ୍ଷ ଏସିଆ କପ୍ରେ କୋହଲିଙ୍କ ଶତକ ହେଉଛି କୋହଲିଙ୍କର ୭୧ ତମ ଓ ସେ ନଭେମ୍ବର ୨୦୧୯ ପରେ ଅନ୍ତର୍ଜାତୀୟ କ୍ରିକେଟ୍ ରେଏହି ଶତକ ମାରିଥିଲେ । କୋହଲିଙ୍କୁ ତୃତୀୟ ଓପନର୍ ବୋଲି କହିବା ସହିତ ରୋହିତ ସ୍ପଷ୍ଟ କରିଛନ୍ତି ଯେ ରାହୁଲ ତାଙ୍କର ଓପନିଂ ପାର୍ଟନର ରହିବେ ।
ଏହା ବି ପଢ଼ନ୍ତୁ: ଟି-୨୦ ବିଶ୍ୱକପରେ ଓପନିଂ କରିବେ କି କୋହଲି? କ୍ୟାପଟେନ ରୋହିତ ଦେଲେ ଏହି ଜବାବ