ଟି-୨୦ ବିଶ୍ୱକପରେ ଓପନିଂ କରିବେ କି କୋହଲି? କ୍ୟାପଟେନ ରୋହିତ ଦେଲେ ଏହି ଜବାବ
Advertisement
Article Detail0/zeeodisha/odisha1356939

ଟି-୨୦ ବିଶ୍ୱକପରେ ଓପନିଂ କରିବେ କି କୋହଲି? କ୍ୟାପଟେନ ରୋହିତ ଦେଲେ ଏହି ଜବାବ

Rohit Sharma on Virat Kohli: ଅଷ୍ଟ୍ରେଲିଆରେ ଆସନ୍ତା ମାସ ଟି-୨୦ ବିଶ୍ୱକପ ୨୦୨୨ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ବିରାଟ କୋହଲି ମଧ୍ୟ  ଏହି ସମୟରେ ଟିମ୍ ଇଣ୍ଡିଆର ଓପନିଂ ବିକଳ୍ପ ଭାବରେ ଅଛନ୍ତି । ଏହାକୁ ନେଇ ବର୍ତ୍ତମାନ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ପ୍ରତିକ୍ରିୟା ରଖିଛନ୍ତି ।

ସୌ: ସୋସିଆଲ ମିଡିଆ

Rohit Sharma on Virat Kohli: ଅଷ୍ଟ୍ରେଲିଆରେ ଆସନ୍ତା ମାସ ଟି-୨୦ ବିଶ୍ୱକପ ୨୦୨୨ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଟିମ୍ ଇଣ୍ଡିଆ ଏହାର ପ୍ରସ୍ତୁତିକୁ ମଜବୁତ କରିବାର ସମ୍ପୂର୍ଣ୍ଣ ସୁଯୋଗ ପାଇଛି । ଟିମ୍ ଇଣ୍ଡିଆକୁ ୨୦ ସେପ୍ଟେମ୍ବର ଅର୍ଥାତ ମଙ୍ଗଳବାର ଦିନ ଠାରୁ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବାକୁ ପଡିବ । ଏହି ସିରିଜର ପ୍ରଥମ ମ୍ୟାଚ୍ ପୂର୍ବରୁ ରୋହିତ ଶର୍ମାଙ୍କୁ ପଚରାଯାଇଥିଲା କି ବିରାଟ କୋହଲି ଟି-୨୦ ବିଶ୍ୱକପରେ ଓପନିଂ କରିବେ କି ନାହିଁ, ତେବେ ଅଧିନାୟକ ରୋହିତ ଏହାକୁ ନେଇ ଏକ ସଠିକ୍ ଜବାବ ଦେଇଛନ୍ତି । ଭାରତ ତରଫରୁ ବିରାଟ ଓପନିଂ କରି ଆଫଗାନିସ୍ତାନ ବିପକ୍ଷ ଏସିଆ କପ୍ ୨୦୨୨ ର ଶେଷ ମ୍ୟାଚରେ ଏକ ଶତକ ହାସଲ କରିଥିଲେ ।

ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କୁ ଦଳର ପ୍ରଥମ ଅଭ୍ୟାସ ଅଧିବେଶନ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ପଚରାଯାଇଥିଲା ଯେ ବିରାଟ କୋହଲି ଏହି ମେଗା ଇଭେଣ୍ଟରେ ଓପନିଂ କରିବେ କି? ଏହାର ଜବାବରେ ରୋହିତ କହିଛନ୍ତି, "ବିରାଟ କୋହଲି ନିଶ୍ଚିତ ଭାବରେ ଟି-୨୦ ବିଶ୍ୱକପ ପାଇଁ ଆମ ପାଇଁ ଓପନିଂ ବିକଳ୍ପ ଓ ଆମେ ଏହାକୁ ସର୍ବଦା ଧ୍ୟାନରେ ରଖିବୁ । ଯେହେତୁ ଆମେ ତୃତୀୟ ଓପନର୍ ନେଇ ନାହୁଁ, ସେ ନିଜ ଫ୍ରାଞ୍ଚାଇଜ୍ ଆରସିବି ପାଇଁ ଓପନିଂ କରନ୍ତି ଓ ସେ ବାସ୍ତବରେ ଭଲ ପଦର୍ଶନ କରିଛନ୍ତି, ତେଣୁ ଏହା ନିଶ୍ଚିତ ଭାବରେ ଆମ ପାଇଁ ଏକ ବିକଳ୍ପ ଅଟେ ।"

ତେବେ ଟି-୨୦ ବିଶ୍ୱକପ୍‌ରେ କେ.ଏଲ୍ ରାହୁଲ ତାଙ୍କ ସହ ଖୋଲିବାକୁ ଯାଉଛନ୍ତି ବୋଲି ସେ ନିଶ୍ଚିତ କରିଛନ୍ତି । ରାହୁଲଙ୍କ ବିଷୟରେ ରୋହିତ କହିଛନ୍ତି, "ଟି-୨୦ ବିଶ୍ୱକପରେ କେ.ଏଲ୍ ରାହୁଲ ଓପନିଂ କରିବେ । ତାଙ୍କର ପ୍ରଦର୍ଶନ ବେଳେବେଳେ କାହାରିକୁ ଧ୍ୟାନ ଯାଇ ନ ଥାଏ ।" ଆଇପିଏଲ୍ ପରେ ଏସିଆ କପରେ କେ.ଏଲ୍ ରାହୁଲ ଟି-୨୦ ଫର୍ମାଟରେ ଦେଖାଦେଇଥିଲେ, ଯେଉଁଠାରେ ତାଙ୍କ ବ୍ୟାଟ୍ ପ୍ରାୟ ଶାନ୍ତ ରହିଥିଲା ଓ ତାଙ୍କ ବ୍ୟାଟିଂ ଷ୍ଟ୍ରାଇକ୍ରେଟ୍ ମଧ୍ୟ ପ୍ରାୟ ୧୨୦ ଥିଲା ।

ଏହି ସନ୍ଦର୍ଭରେ ଗୌତମ ଗମ୍ଭୀର ଷ୍ଟାର ସ୍ପୋର୍ଟସରେ କହିଛନ୍ତି, "ଆପଣ ଜାଣନ୍ତି ଭାରତରେ କ’ଣ ହୁଏ? ଯେତେ ଶୀଘ୍ର କେହି ଜଣେ ଭଲ କାମ କରିବା ଆରମ୍ଭ କରନ୍ତି ... ଉଦାହରଣ ସ୍ୱରୂପ, ଯେତେବେଳେ ବିରାଟ କୋହଲି ଗତ ମ୍ୟାଚରେ ଏକ ଶତକ ହାସଲ କରିଥିଲେ, ଆମେ ସମସ୍ତେ ଭୁଲିଯାଉଛୁ ଯେ ଦୀର୍ଘ ସମୟ ଧରି ରାହୁଲ ଓ ରୋହିତ କ’ଣ କରିଛନ୍ତି? ।"

ଏହା ବି ପଢ଼ନ୍ତୁ: Football: ମହିଳା ଫୁଟବଲ୍ ଖେଳାଳିଙ୍କ ସର୍ଟସ୍ ଉପରେ ପାକିସ୍ତାନୀ ସାମ୍ବାଦିକଙ୍କ ଲୋଲୁପ ଦୃଷ୍ଟି

ଏହା ବି ପଢ଼ନ୍ତୁ: T20 World Cup: ସ୍କ୍ୱାଡ୍ ଘୋଷଣା କଲେ ଭାରତ ସମେତ ୧୩ ଦେଶ, ଏହି ତିନି ଦଳ ଉପରେ ସମସ୍ତଙ୍କ ନଜର