ICC Champions Trophy 2025: ମାର୍ଚ୍ଚ ୨୩ରେ ଭାରତ VS ପାକିସ୍ତାନ, ଜାଣନ୍ତୁ ସମସ୍ତ କାର୍ଯ୍ୟସୂଚୀ
ICC Champions Trophy 2025: ହାଇବ୍ରିଡ ମଡେଲରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଭାରତ ଦୁବାଇରେ ସମସ୍ତ ମ୍ୟାଚ୍ ଖେଳିବ। ଭାରତ ସହିତ ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡ ଏବଂ ବାଂଲାଦେଶର ଟିମ୍ ଗ୍ରୁପ୍ ଏରେ ରହିଛନ୍ତି।
ICC Champions Trophy 2025: ଆସନ୍ତା ଫେବୃଆରୀ ମାସରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି 2025 ପାଇଁ ଆଇସିସି ସୋମବାର ଟୁର୍ନାମେଣ୍ଟ କାର୍ଯ୍ୟସୂଚୀ ଘୋଷଣା କରିଛି। ଫେବୃଆରୀ 19 ରୁ ଏହି ଟୁର୍ନାମେଣ୍ଟ ପାକିସ୍ତାନର କରାଚିରେ ଆରମ୍ଭ ହୋଇଥିବାବେଳେ ଭାରତୀୟ ଟିମ୍ ଦୁବାଇରେ ସମସ୍ତ ମ୍ୟାଚ୍ ଖେଳିବ। ହାଇବ୍ରିଡ ମଡେଲରେ ଖେଳାଯିବାକୁ ଥିବା ଏହି ଟୁର୍ନାମେଣ୍ଟର ମ୍ୟାଚ୍ କରାଚି, ରାୱଲପିଣ୍ଡି ଏବଂ ଲାହୋର ବ୍ୟତୀତ ଦୁବାଇରେ ମଧ୍ୟ ଖେଳାଯିବ । କାରଣ ଭାରତ ଟୁର୍ଣ୍ଣାମେଣ୍ଟ ପାଇଁ ପୂର୍ବରୁ ପାକିସ୍ତାନ ଗସ୍ତ କରିବାକୁ ମନା କରିଦେଇଥିଲା। ଏହା ପରେ, ଆଇସିସି ପକ୍ଷରୁ ହାଇବ୍ରିଡ୍ ମଡେଲରେ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।
ଯଦି ଆମେ ଏହି ଟୁର୍ନାମେଣ୍ଟରେ ହେବାକୁ ଥିବା ଭାରତର କାର୍ଯ୍ୟସୂଚୀ ବିଷୟରେ ଆଲୋଚନା କରିବା ତେବେ, ଗ୍ରୁପ୍ ଏରେ ସାମିଲ ଥିବା ଟିମ୍ ଇଣ୍ଡିଆକୁ ଗ୍ରୁପ୍ ପର୍ଯ୍ୟାୟରେ 3 ଟି ମ୍ୟାଚ୍ ଖେଳିବାକୁ ପଡିବ । 20 ଫେବୃଆରୀ ଅର୍ଥାତ୍ ଗୁରୁବାର ଦିନ ବାଂଲାଦେଶ ବିପକ୍ଷରେ ମ୍ୟାଚ ଆରମ୍ଭ କରିବ । ସେହିପରି ଦ୍ୱିତୀୟ ମ୍ୟାଚ୍ 23 ଫେବୃଆରୀ ଅର୍ଥାତ୍ ରବିବାର ଦିନ ପାକିସ୍ତାନ ବିପକ୍ଷରେ ଖେଳାଯିବ । ଏହି ଟୁର୍ନାମେଣ୍ଟର ଏହା ପ୍ରଥମ ହାଇ ଭୋଲଟେଜ୍ ମ୍ୟାଚ୍ ହେବ । ଯଦି ଉଭୟ ଦଳ 2017 ଭଳି ଫାଇନାଲରେ ପହଞ୍ଚିବେ ତେବେ ଏହି ଟୁର୍ନାମେଣ୍ଟରେ ଦୁଇଥର ହାଇ ଭୋଲଟେଜ୍ ମ୍ୟାଚ୍ ଦେଖିବାକୁ ମିଳିବ ।
ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଭାରତର କାର୍ଯ୍ୟସୂଚୀ ସମ୍ପର୍କରେ କହିବାକୁ ଗଲେ ପ୍ରଥମେ 20 ଫେବୃଆରୀ 2025ରେ ବାଂଲାଦେଶ ସହ ଖେଳାଯିବ । ତାପରେ 23 ଫେବୃଆରୀ 2025ରେ ପାକିସ୍ତାନ ସହ, 02 ମାର୍ଚ୍ଚ 2025ରେ ନ୍ୟୁଜିଲ୍ୟାଣ୍ଡ ସହ, ଯଦି ଭାରତ ଯୋଗ୍ୟତା ହାସଲ କରେ ତେବେ 04 ମାର୍ଚ୍ଚ 2025ରେ ପ୍ରଥମ ସେମିଫାଇନାଲ, 09 ମାର୍ଚ୍ଚ 2025ରେ ଫାଇନାଲ୍ ଖେଳାଯିବ । ଏହି ସମସ୍ତ ମ୍ୟାଚ ଦୁବାଇରେ ଅନୁଷ୍ଠିତ ହେବ ।
ଆଇସିସି ଏବଂ ପିସିବି ମିଳିତ ଭାବେ ଫାଇନାଲ ପାଇଁ ଦୁଇଟି ସ୍ଥାନ ସ୍ଥିର କରିଛନ୍ତି। ଯଦି ଟିମ୍ ଇଣ୍ଡିଆ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରେ, ତେବେ ଏହି ଫାଇନାଲ୍ କେବଳ ଦୁବାଇରେ ଅନୁଷ୍ଠିତ ହେବ ଏବଂ ଯଦି ଫାଇନାଲ୍ ପୂର୍ବରୁ ଭାରତୀୟ ଦଳ ନିରାଶ ହୁଏ ତେବେ ଲାହୋରର ଗାଡଫି ଷ୍ଟାଡିୟମରେ ମଧ୍ୟ ଏହି ଟାଇଟଲ୍ ମ୍ୟାଚ୍ ଖେଳାଯାଇପାରେ ।
Also Read- ନିମାପଡ଼ା ଜନମଙ୍ଗଳ ଅଧିକାରୀଙ୍କୁ ୪ ବର୍ଷ ଜେଲ୍
Also Read- Allu Arjun: ୪ ଘଣ୍ଟା ଧରି ପୋଲିସ ପଚାରିଲା ପ୍ରଶ୍ନ, ଉତ୍ତର ରଖିଲେ ଅଲ୍ଲୁ ଅର୍ଜୁନ