India vs Australia 1st Test: ଭାରତୀୟ ଦଳ ଓ ଅଷ୍ଟ୍ରେଲିଆ ଦଳ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ସିରିଜ (Border-Gavaskar Series) ର ପ୍ରଥମ ଟେଷ୍ଟ ମ୍ୟାଚ୍ (IND vs AUS 1st Test) ନାଗପୁରରେ ଖେଳାଯାଉଛି । ଏହି ମ୍ୟାଚରେ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଦଳ ୧୭୭ ରନରେ ଅଲଆଉଟ୍ ହୋଇଯାଇଛି । ଏହି ମ୍ୟାଚ (Nagpur Test) ରେ ସ୍ପିନର ରବିନ୍ଦ୍ର ଜାଡେଜା (Ravindra Jadeja) ୫ ୱିକେଟ୍ ନେଇଛନ୍ତି । ଭାରତୀୟ ଦଳ ପାଇଁ ଏହି ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଓ ୱିକେଟ୍ କିପର କେ.ଏସ୍ ଭରତ (KS Bharat) ଟେଷ୍ଟରେ ଡେବ୍ୟୁ କରିଛନ୍ତି । ସେପଟେ ଟଡ ମର୍ଫି (Todd Murphy) ଅଷ୍ଟ୍ରେଲିଆ ଦଳରୁ ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ରୋହିତ ଶର୍ମା (Rohit Sharma) ତିନି ଜଣ ସ୍ପିନର ଓ ଦୁଇ ଦ୍ରୁତ ବୋଲରଙ୍କ ସହ ଏହି ମ୍ୟାଚ (IND vs AUS) ରେ ଓହ୍ଲାଇଛନ୍ତି । ଏହି ସିରିଜ ପାଇଁ ରୋହିତ ଶର୍ମା ଭାରତୀୟ ଅଧିନାୟକ ହୋଇଥିବାବେଳେ କେ.ଏଲ୍ ରାହୁଲ (KL Rahul) ଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଟେଷ୍ଟ ସିରିଜ (India vs Australia Test Series) ରେ ଟିମ୍ ଇଣ୍ଡିଆ (Team India) ଗତ କିଛି ବର୍ଷ ମଧ୍ୟରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରାଧାନ୍ୟ ବିସ୍ତାର କରିଛି । ଅଷ୍ଟ୍ରେଲିଆ ଦଳ ଶେଷ ଥର ପାଇଁ ୨୦୧୪ରେ ଭାରତୀୟ ଦଳ ବିପକ୍ଷରେ ନିଜ ଘରୋଇ ମାଟିରେ ଟେଷ୍ଟ ସିରିଜ୍ ଜିତିଥିଲା ।


ଅଧିକ ପଢ଼ନ୍ତୁ:-ଚିନ୍ତା ବଢ଼ାଉଛି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ୨ ରାଶି ପାଇଁ ଲାଭ ଓ ୩ ରାଶି ପାଇଁ କ୍ଷତିର ଯୋଗ


ଅଧିକ ପଢ଼ନ୍ତୁ:-ଲାଇଭ୍ ମ୍ୟାଚରେ ବିରାଟ କୋହଲି କରିଦେଲେ ଏହି ବଡ଼ ଭୁଲ୍, ଟିମ୍ ଇଣ୍ଡିଆକୁ ପଡ଼ିପାରେ ମହଙ୍ଗା


ଅଧିକ ପଢ଼ନ୍ତୁ:-ପୁରୁଣା ପେନସନକୁ ନେଇ ଯାହା କେହିଁ କରିନାହାଁନ୍ତି, ତାହା କରିଦେଖାଇଛନ୍ତି ଏହି ସରକାର


ନାଗପୁର ଟେଷ୍ଟ ମ୍ୟାଚ (Nagpur Test Match) ରେ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଦଳ ପ୍ରଥମ ଇନିଂସରେ ୧୭୭ ରନରେ ଅଲଆଉଟ ହୋଇଯାଇଛି । ମାର୍ନସ୍ ଲାବୁଶେନ୍ (Marnus Labushen) ୪୯ ରନ୍ ସଂଗ୍ରହ କରିଥିଲେ । ସ୍ପିନର ରବିନ୍ଦ୍ର ଜାଡେଜା (Ravindra Jadeja) ୫ ୱିକେଟ୍ ନେଇଥିବା ବେଳେ ଆର ଅଶ୍ୱିନ (R Ashwin) ୩ ୱିକେଟ୍ ନେଇଛନ୍ତି । ମହମ୍ମଦ ସିରାଜ (Muhammad Siraj) ଓ ମହମ୍ମଦ ଶାମି (Mohammed Shami) ଙ୍କୁ ୧-୧ ସଫଳତା ମିଳିଛି । ରବିନ୍ଦ୍ର ଜାଡେଜା (Jadeja) ଏହି ମ୍ୟାଚରେ ୫ ୱିକେଟ୍ ହାସଲ କରିଛନ୍ତି । ସେ ପିଟର ହ୍ୟାଣ୍ଡସକମ୍ବଙ୍କୁ ତାଙ୍କର ପଞ୍ଚମ ଶିକାର କରିଥିଲେ । ରବିନ୍ଦ୍ର ଜାଡେଜା ତାଙ୍କ ଟେଷ୍ଟ କ୍ୟାରିୟରରେ ଏକାଦଶ ଥର ପାଇଁ ଏକ ଇନିଂସରେ ୫ ୱିକେଟ୍ ନେଇଛନ୍ତି ।