Advertisement
Article Detail0/zeeodisha/odisha2460766

Exit Poll Results 2024: ଆସିଗଲା ଏକଜିଟ୍ ପୋଲ୍; ଜାଣନ୍ତୁ ହରିୟାଣା ଏବଂ ଜମ୍ମୁ କାଶ୍ମୀର କିଏ କରିବ ସରକାର?

Exit Poll Results 2024: ଜମ୍ମୁ କାଶ୍ମୀରରେ ତିନୋଟି ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି। ଏହା ସମେତ ରିୟାଣାରେ ଶନିବାର ଦିନ ମସ୍ତ ୯୦ଟି ଆସନରେ ମତଦାନ ହୋଇଛି। ହରିୟାଣାର ଭୋଟ୍ ଶେଷ ହେବା ପରେ ଆଜି ସନ୍ଧ୍ୟା ୬ ଟାରେ ଏକଜିଟ୍ ପୋଲ୍ ଫଳାଫଳ ଆସିବା ଆରମ୍ଭ କରିଛି। ଏଠାରେ ଜାଣନ୍ତୁ କଜିଟ୍ ପୋଲ୍ ଅନୁଯାୟୀ ହରିୟାଣା ଏବଂ ଜମ୍ମୁ କାଶ୍ମୀର କିଏ କରିବ ସରକାର?

 

Exit Poll Results 2024
Exit Poll Results 2024

Exit Poll 2024: ଭାରତୀୟ ଜନତା ପାର୍ଟି (ବିଜେପି) କୁ ହରିୟାଣା, ଜମ୍ମୁ କାଶ୍ମୀରରେ ନିରାଶାର ସମ୍ମୁଖୀନ ହେବାକୁ ପଡିପାରେ। ଶନିବାର ଦନି ପ୍ରକାଶ ପାଇଥିବା ବିଭିନ୍ନ ଏକଜିଟ୍ ପୋଲରୁ ଏଭଳି ସୂଚନା ଆସୁଛି। ଏଥି ସହିତ INDI ମେଣ୍ଟ ଉଭୟ ରାଜ୍ୟରେ ଆଗୁଆ ରହିଛି। ଜମ୍ମୁ କାଶ୍ମୀର ଓ ହରିୟାଣାର ଉଭୟ ରାଜ୍ୟରେ ପ୍ରତ୍ୟକ ୯୦ ଟି ସିଟ୍ ଅଛି। ଜମ୍ମୁ-କଶ୍ମୀରରେ ୩ଟି ପର୍ଯ୍ୟାୟରେ ଏବଂ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇଛି।

କ’ଣ କହୁଛି ପରିସଂଖ୍ୟାନ?
ହରିୟାଣା ଏକଜିଟ୍ ପୋଲ୍:
ଦୈନିକ ଭାସ୍କର ଏକଜିଟ୍ ସର୍ଭେରୁ ଜଣାପଡିଛି ଯେ ହରିୟାଣାରେ ବିଜେପି ୧୫ ରୁ ୨୯ଟି ସିଟ୍ ପାଇପାରେ। ଯେଉଁଠାରେ କଂଗ୍ରେସ ୪୪ ରୁ ୫୪ଟି ସିଟ୍ ପାଇପାରେ। JJP + ୧, INLD + ୧ ରୁ ୫, ଆମ୍ ଆଦମୀ ପାର୍ଟି ୦ ରୁ ୧ ଓ ଅନ୍ୟମାନେ ୪ ରୁ ୯ ଟି ସିଟ୍ ପାଇବେ ବୋଲି ଆଶା କରାଯାଉଛି।

ଧ୍ରୁଭ ରିସର୍ଚ୍ଚ
ଏହି ଏକଜିଟ୍ ପୋଲରେ କଂଗ୍ରେସ ୫୦ ରୁ ୬୪ ଟି ଆସନ ପାଇ ହରିୟାଣାରେ ଏକ ସଂଖ୍ୟାଗରିଷ୍ଠ ସରକାର ଗଠନ କରିପାରିବ। ବିଜେପିକୁ ୨୨ ରୁ ୩୨ ଟି ଆସନ ହ୍ରାସ ପାଇପାରେ। ଧ୍ରୁବ ରିସର୍ଚ୍ଚ ପୂର୍ବାନୁମାନ କରିଛି ଯେ ଜେଜେପି, INLD ଏବଂ AAP ଗୋଟିଏ ବି ସିଟ୍ ପାଇବେ ନାହିଁ। ଯେଉଁଠାରେ ଅନ୍ୟମାନେ ୨ ରୁ ୮ ଟି ସିଟ୍ ପାଇପାରନ୍ତି।

Add Zee News as a Preferred Source

ପିପୁଲ୍ସ ସର୍ଭେ
ପରିସଂଖ୍ୟାନରୁ ଜଣାପଡିଛି ଯେ ବିଜେପି ଏଠାରେ ମାତ୍ର  ୨୦ ରୁ ୩୨ ଟି ଆସନରେ ସୀମିତ ରହିପାରିବ। ଏଥି ସହିତ ୪୯ ରୁ ୬୧ଟି ଆସନରେ କଂଗ୍ରେସ ଏକ ବିରାଟ ବିଜୟ ହାସଲ କରିପାରିବ। ଏକଜିଟ୍ ପୋଲ୍ ଅନୁଯାୟୀ, AAP ର ଆକାଉଣ୍ଟ ମଧ୍ୟ ଖୋଲୁଥିବା ପରି ମନେ ହେଉନାହିଁ। ଏଥି ସହିତ ଜେଜେପି 0 ରୁ ୧, INLD ୨ ରୁ ୩ଟି ଜିତିପାରେ ଏବଂ ଅନ୍ୟମାନେ ୩ ରୁ ୫ ଟି ସିଟ୍ ଜିତିପାରନ୍ତି।

ରିପବ୍ଲିକ୍ ଭାରତ ମ୍ୟାଟ୍ରିଜ୍
ରିପବ୍ଲିକ୍ ୱାର୍ଲ୍ଡର ମ୍ୟାଟ୍ରିକ୍ସ ସିଟ୍ ପ୍ରୋଜେକସନ ଅନୁଯାୟୀ କଂଗ୍ରେସ ରାଜ୍ୟରେ ୫୫ ରୁ ୬୨ଟି ସିଟ୍ ପାଇପାରେ। ଏଥି ସହିତ ଶାସକ ଭାରତୀୟ ଜନତା ପାର୍ଟି କେବଳ ୧୮ ରୁ ୨୪ ଟି ଆସନରେ ସୀମିତ ଥିବା ଜଣାପଡିଛି। ଏହା ବ୍ୟତୀତ INLD ଅର୍ଥାତ୍ ଭାରତୀୟ ଜାତୀୟ ଲୋକ ଦଳ ୩ ରୁ ୬ ଟି ସିଟ୍ ପାଇପାରିବ। ଯେଉଁଠାରେ ଅନ୍ୟମାନଙ୍କ ପାଖରେ ୨ ରୁ ୫ ଟି ସିଟ୍ ଯିବା ଅନୁମାନ କରାଯାଉଛି।

ଜାମ୍ମୁ କାଶ୍ମୀରରୁ ଏକଜିଟ୍ ପୋଲ୍:

ଦୈନିକ ଭାସ୍କର:
ଦୈନିକ ଭାସ୍କର ଏକଜିଟ୍ ପୋଲରେ ୯୦ଟି ମଧ୍ୟରୁ କଂଗ୍ରେସ ଏବଂ ନ୍ୟାସନାଲ କନଫରେନ୍ସ ମିଳିତ ମଞ୍ଚ ୩୫ ରୁ ୪୦ ଟି ସିଟ୍ ପାଇବ ବୋଲି ଆଶା କରାଯାଉଛି। ଏଥି ସହିତ ବିଜେପି ୨୦ ରୁ ୨୫ ଟି ସିଟ୍ ପାଇପାରେ। ପିଡିପି ୪ ରୁ ୭ଟି ସିଟ୍ ପାଇପାରେ ଏବଂ ଅନ୍ୟମାନେ ୧୨ ରୁ ୧୬ ସିଟ୍ ପାଇପାରନ୍ତି।

ଇଣ୍ଡିଆ ଟୁଡେ-ସି ଭୋଟର:
କଂଗ୍ରେସ ଏବଂ ନେସନାଲ କନ୍ଫେର୍ସ ୪୦ ରୁ ୪୮ ଟି ଆସନ ଜିତିପାରେ। ଏଥିସହ ବିଜେପିକୁ ୨୭ ରୁ ୩୨ ଟି ସିଟ୍ ମିଳିବ ବୋଲି ଆଶା କରାଯାଉଛି। ଏଠାରେ ପିଡିପି ୬ ରୁ ୧୨ ଟି ସିଟ୍ ପାଇବ ବୋଲି କୁହାଯାଉଛି। ଅନ୍ୟମାନେ ୬ ରୁ ୧୧ଟି ସିଟ୍ ପାଇପାରନ୍ତି।

ପିପୁଲ୍ସ ପଲ୍ସ:
ଏହି ଏକଜିଟ୍ ପୋଲରେ ମଧ୍ୟ ୪୬ ରୁ ୫୦ଟି ଆସନରେ କଂଗ୍ରେସ ଏକ ବଡ ବିଜୟ ହାସଲ କରୁଥିବା ଜଣାପଡିଛି। ଯେଉଁଠାରେ ବିଜେପି ୨୩ ରୁ ୨୭ ଟି ସିଟ୍ ପାଇବ ବୋଲି ଆଶା କରାଯାଉଛି। ପିଡିପି ୭ ରୁ ୧୧ ଟି ସିଟ୍ ପାଇପାରେ ଏବଂ ଅନ୍ୟମାନେ ୪ ରୁ ୬ ଟି ସିଟ୍ ପାଇପାରନ୍ତି।

About the Author