India vs Australia 1st Test Day 2 Highlights: ନାଗପୁରରେ ଭାରତ ଓ ଅଷ୍ଟ୍ରେଲିଆ (India vs Australia) ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନ ଆୟୋଜକ ଦଳ ଭାରତ ନାମରେ ରହିଛି । କ୍ୟାପଟେନ ରୋହିତ ଶର୍ମା (Rohit Sharma) ପ୍ରଥମ ଦିନରେ ଏକ ଶତକ ମାରି ଅନେକ ରେକର୍ଡ ଭାଙ୍ଗିଥିଲେ । ଏହାପରେ ରବିନ୍ଦ୍ର ଜାଡେଜା (Ravindra Jadeja) ଓ ଅକ୍ଷର ପଟେଲଙ୍କ (Axar Patel) ଅର୍ଦ୍ଧ ଶତକ ଭାରତକୁ ଏକ ଶକ୍ତିଶାଳୀ ସ୍ଥିତିରେ ପହଞ୍ଚାଇଛି । ଅଷ୍ଟମ ୱିକେଟ୍ ପାଇଁ ଅକ୍ଷର ଓ ଜାଡେଜା ୮୧ ରନ୍ ଭାଗିଦାରୀ କରିଥିଲେ । ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୭ ୱିକେଟ୍ ହରାଇ ୩୨୧ ରନ୍ କରିଛି । ରବିନ୍ଦ୍ର ଜାଡେଜା ୬୬ ଓ ଅକ୍ଷର ପଟେଲ ୫୨ ରନ କରି ଅପରାଜିତ ରହିଛନ୍ତି । ଟିମ୍ ଇଣ୍ଡିଆ ବର୍ତ୍ତମାନ ଅଷ୍ଟ୍ରେଲିଆଠାରୁ ୧୪୪ ରନ୍ ଆଗରେ ଅଛି ।


COMMERCIAL BREAK
SCROLL TO CONTINUE READING

ନାଗପୁର ଟେଷ୍ଟର ଦ୍ୱିତୀୟ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଭଲ ବ୍ୟାଟିଂ କରି ଅଷ୍ଟ୍ରେଲିଆକୁ ମ୍ୟାଚରେ ବହୁ ପଛରେ ପକାଇ ଦେଇଛନ୍ତି । କ୍ୟାପଟେନ ରୋହିତ ଶର୍ମାଙ୍କ ଶତକ ଆଧାରରେ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଭାରତ ୩୨୧ ରନ ସ୍କୋର କରି ଅଷ୍ଟ୍ରେଲିଆ ଉପରେ ୧୪୪ ରନର ଅଗ୍ରଣୀ ହାସଲ କରିଛି । ଯୁବ ସ୍ପିନର ଟଡ୍ ମର୍ଫି ଅଷ୍ଟ୍ରେଲିଆ ପାଇଁ ବହୁ ସଂଘର୍ଷ କରିଥିଲେ ଓ ଦଳର ସବୁଠାରୁ ସଫଳ ବୋଲର ଥିଲେ । ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ଅଲ୍ ଆଉଟ୍ ହୋଇନାହିଁ ଓ ତୃତୀୟ ଦିନରେ ମଧ୍ୟ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇବ ।


ବିଦର୍ଭ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ମ୍ୟାଚ୍ ର ପ୍ରଥମ ଦିନରେ ଭାରତ ଅଷ୍ଟ୍ରେଲିଆକୁ ମାତ୍ର ୧୭୭ ରନରେ ଅଲ ଆଉଟ କରି ଦେଇଥିଲା । ଟିମ୍ ଇଣ୍ଡିଆ ନିଜେ ପ୍ରଥମ ଦିନରେ ଗୋଟିଏ ୱିକେଟ୍ ହରାଇ ୭୭ ରନ୍ ସଂଗ୍ରହ କରିଥିଲା । ଫେବୃଆରୀ ୧୦ ଅର୍ଥାତ ଶୁକ୍ରବାର ଦିନ ମ୍ୟାଚର ଦ୍ୱିତୀୟ ଦିନରେ ଭାରତୀୟ ଦଳ ପୂରା ସମୟ ବ୍ୟାଟିଂ କରି ୧୪୪ ରନର ଅଗ୍ରଣୀ ହାସଲ କରିଛି ।


ନାଗପୁର ଟେଷ୍ଟରେ ପ୍ରଥମ ଦିନରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହି ସମୟ ମଧ୍ୟରେ କଙ୍ଗାରୁ ଦଳ ମାତ୍ର ୧୭୭ ରନ୍ ସ୍କୋରରେ ଆଉଟ୍ ହୋଇ ଯାଇଥିଲା । ଅଷ୍ଟ୍ରେଲିଆ ଦଳ ପାଇଁ ମାର୍ନସ୍ ଲାବୁଶେନ୍ ସର୍ବାଧିକ ୪୯ ରନ୍ ସଂଗ୍ରହ କରିଥିଲେ । ସେ ୧୨୩ ବଲରେ ସମ୍ମୁଖୀନ ହୋଇ ୮ ଟି ଚୌକା ମାରିଥିଲେ । ଆଲେକ୍ସ କେରି ୩୩ ବଲ ସମ୍ମୁଖ ହୋଇ ୩୬ ରନ ସ୍କୋର କରିଥିଲେ । କେରି ୭ ଟି ଚୌକା ମାରିଥିଲେ । ପିଟର ହ୍ୟାଣ୍ଡସକମ୍ବ ୮୪ ବଲରେ ୩୧ ରନ୍ ସଂଗ୍ରହ କରିଥିଲେ । ଓପନର୍ ଡେଭିଡ୍ ୱାର୍ଣ୍ଣର ଏବଂ ଉସମାନ ଖାୱାଜାଙ୍କୁ ୧ ରନ୍ ଲେଖାଏଁ ସ୍କୋର କରିବା ପରେ ଆଉଟ୍ ହୋଇ ଯାଇଥିଲେ ।