IND vs ENG Test Series 2024: ଜାନୁୟାରୀ ୨୫ ରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆ ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛି। ଦଳର ଷ୍ଟାର ଫାଷ୍ଟ ବୋଲର ମହମ୍ମଦ ଶାମି ସମସ୍ତ ୫ଟି ଟେଷ୍ଟରୁ ବାଦ ପଡିପାରନ୍ତି। ଗୋଡରେ ଆଘାତ ଲାଗିଥିବା ମହମ୍ମଦ ଶାମି ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଦଳରେ ସ୍ଥାନ ପାଇନାହାଁନ୍ତି। ଶେଷ ତିନିଟି ଟେଷ୍ଟ ପାଇଁ ଶାମିଙ୍କ ଦଳକୁ ଫେରିବା ନେଇ ଆଶା ଥିଲା। କିନ୍ତୁ ଶାମିଙ୍କ ଆଘାତ ଅତ୍ୟନ୍ତ ଗୁରୁତର ହୋଇଥିବାରୁ ଶୀଘ୍ର ଫେରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ। କେବଳ ଏତିକି ନୁହେଁ, ଶାମିଙ୍କୁ ଭଲ ଚିକିତ୍ସା ପାଇଁ ଲଣ୍ଡନ ପଠାଇବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇପାରେ।


COMMERCIAL BREAK
SCROLL TO CONTINUE READING

ବିଶ୍ୱକପରେ ୭ଟି ମ୍ୟାଚ୍ ଖେଳି ମହମ୍ମଦ ଶାମି ସର୍ବାଧିକ ୨୪ ୱିକେଟ୍ ନେଇଥିଲେ। କିନ୍ତୁ ବିଶ୍ୱକପ ପରେ ଶାମିଙ୍କ ଗୋଡରେ ଆଘାତ ଲାଗିଥିଲା ଓ ସେ ଦଳରୁ ବାଦ ପଡିଥିଲେ। କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ମହମ୍ମଦ ଶାମିଙ୍କୁ ଲଣ୍ଡନ ପଠାଇବାକୁ ପ୍ରସ୍ତୁତି ଚାଲିଛି। କ୍ରିକବଜ୍ ରିପୋର୍ଟରେ ଦର୍ଶାଯାଇଛି ଯେ ଶାମି ନ୍ୟାସନାଲ କ୍ରିକେଟ୍ ଏକାଡେମୀର ସ୍ପୋର୍ଟ୍ସ ସାଇନ୍ସ ମୁଖ୍ୟ ନିତିନ ପଟେଲଙ୍କ ସହ ଲଣ୍ଡନ ଯିବାକୁ ଯାଉଛନ୍ତି।


ସୂର୍ଯ୍ୟ ଓ ପନ୍ତ ମଧ୍ୟ କରିଥିଲେ ବିଦେଶରେ ଚିକିତ୍ସା 
ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଗୁରୁବାର ଦିନ ଶାମି ଏନସିଏରେ ପଟେଲଙ୍କ ଆଗରେ ବୋଲିଂ ଅଭ୍ୟାସ କରିଥିଲେ। ଏହା ପରେ ହିଁ ସାମ୍ନାକୁ ଆସିଲା ଯେ ଶାମି ଚିକିତ୍ସା ଆବଶ୍ୟକ କରନ୍ତି। ବର୍ତ୍ତମାନ ଶାମିଙ୍କୁ ଲଣ୍ଡନ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି। ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଆଧିକାରୀ ସୂଚନା ପ୍ରଦାନ କରାଯାଇ ନାହିଁ। କିନ୍ତୁ ଶୀଘ୍ର ବିସିସିଆଇ ଶାମିଙ୍କ ଫିଟନେସ୍ ଅପଡେଟ୍ ପ୍ରଦାନ କରିପାରିବ।


ଏହାପୂର୍ବରୁ ବିସିସିଆଇ ସୁର୍ଯ୍ୟକୁମାର ଯାଦବଙ୍କୁ ଚିକିତ୍ସା ପାଇଁ ଜର୍ମାନୀ ପଠାଇଥିଲା। ସୁର୍ଯ୍ୟକୁମାର ଯାଦବଙ୍କ ଜର୍ମାନୀରେ ସଫଳ ଗ୍ରୋଇନ ସର୍ଜରୀ ହୋଇଛି। ୧୭ ଜାନୁଆରୀରେ ସୂର୍ଯ୍ୟକୁମାର ଯାଦବ ଅସ୍ତ୍ରୋପଚାର କରିଥିଲେ। ଆଇପିଏଲରେ ସୂର୍ଯ୍ୟକୁମାର ଯାଦବ ଫେରିବେ ବୋଲି ଆଶା କରାଯାଉଛି। ତେବେ ପ୍ରାରମ୍ଭିକ ମ୍ୟାଚରୁ ସୂର୍ଯ୍ୟକୁମାର ଯାଦବ ବାହାରେ ରହିପାରନ୍ତି। ଏହା ବ୍ୟତୀତ, ଋଷଭ ପନ୍ତଙ୍କୁ ଚିକିତ୍ସା ପାଇଁ ଲଣ୍ଡନ ପଠାଇବା ପାଇଁ ବିସିସିଆଇ ମଧ୍ୟ ନିଷ୍ପତ୍ତି ନେଇପାରେ।