IND vs PAK T20 World Cup 2022, Shan Masood: ଭାରତ ଓ ପାକିସ୍ତାନ (India vs Pakistan Match) ମଧ୍ୟରେ ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ର  ମ୍ୟାଚ୍ ଅକ୍ଟୋବର ୨୩ (ରବିବାର) ଦିନ ଖେଳାଯିବ । ଏହି ମହାମୁକାବିଲା ପୂର୍ବରୁ ପାକିସ୍ତାନ ପାଇଁ ଖରାପ ଖବର ସାମ୍ନାକୁ ଆସୁଛି । ନେଟ୍ ସେଶନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍ ଶାନ୍ ମାସୁଦ୍ (Shan Masood) ଆହତ ହେବା ପରେ ଡାକ୍ତରଖାନାରେ ପହଞ୍ଚିଛନ୍ତି । କୁହାଯାଉଛି ଯେ ନେଟ୍ ସେଶନ ସମୟରେ ମହମ୍ମଦ ନୱାଜଙ୍କ ଏକ ବଲ ଶାନ୍ ମାସୁଦଙ୍କ ମୁଣ୍ଡରେ ବାଜିଛି, ଏହା ପରେ ସେ ସେଠାରେ କିଛି ସମୟ ବସି ପଡ଼ିଥିଲେ । ଡାକ୍ତରଖାନାରେ ଡାକ୍ତରଙ୍କ ପରୀକ୍ଷା ପରେ ସେ କହିବେ ଯେ ତାଙ୍କ ଆଘାତ କେତେ ଗୁରୁତର । ଯଦି ମାସୁଦଙ୍କ ଆଘାତ ଗୁରୁତର ବୋଲି ଜଣାପଡୁଛି । ତେବେ ସେ ଭାରତ ବିପକ୍ଷ ପ୍ରଥମ ମ୍ୟାଚରୁ ବାଦ୍ ପଡ଼ିପାରେ ।


COMMERCIAL BREAK
SCROLL TO CONTINUE READING

ଏଠାରେ କହି ରଖୁଛୁ ଯେ, ଭାରତ ବିପକ୍ଷ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଇଂଲଣ୍ଡ ବିପକ୍ଷରେ ୱାର୍ମ ଅପ୍ ମ୍ୟାଚ୍ ଖେଳିଥିଲା । ​ଏହି ମ୍ୟାଚରେ ପାକ୍ ଦଳକୁ ୬ ୱିକେଟରେ ହରାଇ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । କିନ୍ତୁ ଓପନର୍ ଭାବରେ ଶାନ ମାସୁଦ ଏହି ମ୍ୟାଚରେ ୨୨ଟି ବଲରେ ୭ଟି ଚୌକା ସାହାଯ୍ୟରେ ୩୯ ରନର ଇଂନିସ ଖେଳିଥିଲେ । ଏହି ମ୍ୟାଚରେ ପାକିସ୍ତାନର ନିୟମିତ ଓପନର୍ ବାବର ଆଜମ ଓ ମହମ୍ମଦ ରିଜୱାନ ଖେଳି ନଥିଲେ । ଏଭଳି ପରିସ୍ଥିତିରେ ଅଧିନାୟକ ମାସୁଦଙ୍କୁ ଅଭ୍ୟାସ କରିବାର ସୁଯୋଗ ଦେଇଥିଲେ । ମାସୁଦ ପାକିସ୍ତାନ ପାଇଁ ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଭାବରେ ଖେଳନ୍ତି । ଦଳ ମଧ୍ୟ ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଖରାପ ଫର୍ମ ସହିତ ସଂଘର୍ଷ କରୁଛି । ଏଭଳି ପରିସ୍ଥିତିରେ ମାସୁଦଙ୍କ ଆଘାତ ପାକିସ୍ତାନର ସମସ୍ୟାକୁ ବଢ଼ାଇପାରେ ।


ପାକିସ୍ତାନର ଟି-20 ବିଶ୍ୱକପ ସ୍କ୍ୱାଡରେ ବାବର ଆଜମ (ଅଧିନାୟକ), ମହମ୍ମଦ ରିଜୱାନ, ହାଇଦର ଅଲି, ଶାନ ମାସୁଦ, ଶାଦବ ଖାନ, ମହମ୍ମଦ ନୱାଜ, ଖୁସଦିଲ ଶାହା, ଇଫ୍ତିଖାର ଅହମ୍ମଦ, ଆସିଫ ଅଲି (ୱିକେଟ୍ କିପର), ମହମ୍ମଦ ୱାସିମ ଜୁନିୟର, ନସୀମ ଶାହ, ମହମ୍ମଦ ହସନୈନ, ହାରିସ ରାଉଫ୍, ଫଖର ଜମାନ, ଶାହିନ୍ ଆଫ୍ରିଦି ।


ଅଧିକ ପଢ଼ନ୍ତୁ:-ଭାରତୀୟ ଦଳ ୭ ବର୍ଷ ପରେ ଏହି ଦେଶରେ କରିବ ଗସ୍ତ, ଖେଳିବ ODI ଓ ଟେଷ୍ଟ୍ ସିରିଜ୍


ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଏହି ଦମଦାର୍ ଅଲରାଉଣ୍ଡର ହଠାତ୍ ହେଲେ ଆହତ, ଗୋଡ଼ରେ ଆଘାତ ଲାଗିବାରୁ ଟୁର୍ଣ୍ଣାମେଣ୍ଟରୁ ହେଲେ ବାହାର


ଅଧିକ ପଢ଼ନ୍ତୁ:-ଅକ୍ଟୋବର ୨୨-୨୩ରେ କରିନିଅନ୍ତୁ ଏହି ଗୋଟିଏ କାମ, ଧନ କୁବେର ଓ ଶନି ଦେବଙ୍କ କୃପା କରିଦେବ ମାଲାମାଲ!


ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଟି-20 ବିଶ୍ୱକପ ୨୦୨୨ରେ ପ୍ରଥମ ମ୍ୟାଚ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରରେ, ଅକ୍ଟୋବର ୨୩ରେ ଦ୍ୱିତୀୟ ମ୍ୟାଚ୍ ଗ୍ରୁପ୍ ଏ ରନର୍ ଅପ୍ ସହ, ଅକ୍ଟୋବର ୩୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ମ୍ୟାଚ୍, ଏବଂ ନଭେମ୍ବର ୨ରେ ଚତୁର୍ଥ ମ୍ୟାଚ୍ ବାଂଲାଦେଶ ସହିତ ଏବଂ ପଞ୍ଚମ ମ୍ୟାଚ୍ ନଭେମ୍ବର ୬ରେ ଗ୍ରୁପ୍ ବି ବିଜେତା ସହିତ ଖେଳିବ ।


ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ 2022 ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ (ୱିକେଟ କିପର), ଦୀନେଶ କାର୍ତ୍ତିକ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟ ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ଶାମି ସାମିଲ ଅଛନ୍ତି । ସେପଟେ ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର, ଶ୍ରେୟସ୍ ଆୟର, ରବି ବିଷ୍ଣୋଇ, ମହମ୍ମଦ ସିରାଜ ଅଛନ୍ତି ।