India vs West Indies 1st ODI: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଆଜି ଖେଳାଯିବ । ଭାରତୀୟ ସମୟ ଅନୁଯାୟୀ ଏହି ମ୍ୟାଚ୍ ସନ୍ଧ୍ୟା ୭ ଟାରୁ ଆରମ୍ଭ ହେବ । ଆଜି ବାରବାଡୋସର କେନ୍ସିଙ୍ଗଟନ୍ ଓଭାଲରେ (Kensington Oval) ଉଭୟ ଦଳ ମୁହାଁମୁହିଁ ହେବେ । ଟେଷ୍ଟ ସିରିଜ୍ ପରି ଦିନିକିଆରେ ଟିମ୍ ଇଣ୍ଡିଆ (Team India) ଏକ ବିଜୟ ସହ  ସିରିଜ ଆରମ୍ଭ କରିବାକୁ ଚାହୁଁଛି । ଏଥି ସହିତ ଆୟୋଜକ ଦଳ ୱେଷ୍ଟଇଣ୍ଡିଜର (West indies) ଆଖି ମଧ୍ୟ ବିଜୟ ସହ ସିରିଜ ଆରମ୍ଭ କରିବା ଉପରେ ରହିବ ।


COMMERCIAL BREAK
SCROLL TO CONTINUE READING

ହେଡ୍ ଟୁ ହେଡ୍ ରିପୋର୍ଟ
ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଏକଦିବସୀୟ କ୍ରିକେଟରେ ପରସ୍ପର ବିପକ୍ଷରେ ହେଡ୍ ଟୁ ହେଡ୍ ରେକର୍ଡ ବିଷୟରେ ଆଲୋଚନା କଲେ, ଏପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ୧୩୯ ଟି ମ୍ୟାଚ୍ ଖେଳାଯାଇଛି । ଏଥିମଧ୍ୟରୁ ୱେଷ୍ଟଇଣ୍ଡିଜ୍ ଦଳ ୬୩ ଟି ମ୍ୟାଚ୍ ଜିତିଥିବା ବେଳେ ଭାରତ ୭୦ ଟି ମ୍ୟାଚରେ ବିଜୟୀ ହୋଇଛି । ଏଥି ସହିତ ୪ଟି ମ୍ୟାଚ୍ ଡ୍ର ଆକାରରେ ଶେଷ ହୋଇଥିବାବେଳେ, ୪ ଟି ମ୍ୟାଚରେ କୌଣସି ଫଳାଫଳ ମିଳିପାରି ନାହିଁ ।


ପିଚ୍ ରିପୋର୍ଟ
ଗତ ବର୍ଷ ବାରବାଡୋସର କେନ୍ସିଙ୍ଗଟନ୍ ଓଭାଲରେ ନ୍ୟୁଜିଲ୍ୟାଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ସିରିଜ୍ ଖେଳାଯାଇଥିବା ବେଳେ ଅନେକ ଲୋ-ସ୍କୋରିଂ ମ୍ୟାଚ୍ ଦେଖିବାକୁ ମିଳିଥିଲା ​​।ଏଥି ସହିତ ଦ୍ରୁତ ବୋଲରମାନେ ପିଚରୁ ବହୁତ ସାହାଯ୍ୟ ପାଇଥିଲେ । ଏଠାରେ ଟସ୍ ଜିତିଥିବା ଦଳ ପ୍ରଥମେ ବୋଲିଂ କରିବାକୁ ଚାହିଁବ ।


ଲାଇଭ୍ ବୋର୍ଡକାସ୍ଟ ଓ ଲାଇଭ୍ ଷ୍ଟ୍ରିମିଂ ଡିଟେଲ୍ସ
ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଟିଭିରେ ଡିଡି ସ୍ପୋର୍ଟସ ଚ୍ୟାନେଲରେ ପ୍ରସାରିତ ହେବ । ଏଥି ସହିତ, ଏହି ମ୍ୟାଚର ଅନଲାଇନ୍ ଲାଇଭ୍ ଷ୍ଟ୍ରିମିଂ ଜିଓ ସିନେମା ଆପ୍ ଓ ଫାନକୋଡ୍ ଆପ୍ ରେ ଦେଖିବାକୁ ମିଳିବ ।


ଭାରତର ସମ୍ଭାବ୍ୟ ପ୍ଲେଇଁ ଇଲେଭେନ - ରୋହିତ ଶର୍ମା (କ୍ୟାପଟେନ), ଶୁଭମନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, କୁଲଦୀପ ଯାଦବ ଓ ଉମ୍ରାନ ମଲ୍ଲିକ୍ ।


ୱେଷ୍ଟଇଣ୍ଡିଜ୍ ସମ୍ଭାବ୍ୟ ପ୍ଲେଇଁ ଇଲେଭେନ - ବ୍ରାଣ୍ଡାନ୍ କିଙ୍ଗ, କାଇଲ୍ ମାୟର୍ସ, କେସି କାର୍ଟି, ଶାଇ ହୋପ୍ (ଅଧିନାୟକ ତଥା ୱିକେଟ୍ କିପର), ଶିମ୍ରନ୍ ହେଟମିୟର, ରୋଭମାନ ପାୱେଲ, ରୋମାରିଓ ଶେଖର, ଓଶାନ ଥୋମାସ, ଅଲଜାରି ଜୋସେଫ, କେଭିନ ସିନ୍କ୍ଲେୟାର ଓ ୟାନିକ କାରିଆ ।


ଏହା ବି ପଢ଼ନ୍ତୁ: Virat Kohli Records: ସଚିନ ତେନ୍ଦୁଲକର ଓ ରିକି ପଣ୍ଟିଙ୍ଗଙ୍କ ଅପେକ୍ଷା ବିରାଟ କୋହଲି ଅଧିକ ଭଲ ବ୍ୟାଟ୍ସମ୍ୟାନ! ଏଠାରେ ଦେଖନ୍ତୁ ରେକର୍ଡ


ଏହା ବି ପଢ଼ନ୍ତୁ: MS Dhoni Job letter: ଭାଇରାଲ ହେଉଛି ମହେନ୍ଦ୍ର ସିଂ ଧୋନିଙ୍କ ଜବ ଲେଟେର୍! ଜାଣନ୍ତୁ କ୍ୟାପଟେନ କୁଲଙ୍କ ମାସିକ ଦରମା


ଏହା ବି ପଢ଼ନ୍ତୁ: Asia Cup 2023: ଏସିଆ କପରେ ଏହି ୧୫ ଖେଳାଳିଙ୍କୁ ମିଳିବ ଟିମ୍ ଇଣ୍ଡିଆରେ ସ୍ଥାନ! ବାଦ୍ ପଡିବେ ସୂର୍ଯ୍ୟକୁମାରଙ୍କ ସମେତ ଅନେକ ବଡ଼ ଖେଳାଳି