IND vs WI:  ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ଟେଷ୍ଟର ପଞ୍ଚମ ଦିନର ଖେଳ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି। ବର୍ଷା କାରଣରୁ ପଞ୍ଚମ ତଥା ଅନ୍ତିମ ଦିନର ମ୍ୟାଚ ଆରମ୍ଭ ହୋଇ ପାରିନାହିଁ। ମ୍ୟାଚ୍‌ର ଶେଷ ଦିନରେ ଭ୍ରମଣକାରୀ ଦଳ ଭାରତକୁ ବିଜୟ ପାଇଁ ଆଉ ମାତ୍ର ୮ଟି ଓ୍ୱିକେଟର ଆବଶ୍ୟକ ରହିଛି। ସେପଟେ ମ୍ୟାଚକୁ ଜିତିବା ପାଇଁ ଘରୋଇ ଓ୍ୱେଷ୍ଟଇଣ୍ଡିଜ ଦଳକୁ ମାତ୍ର ୨୮୯ ରନର ଆବଶ୍ୟକତା ରହିଛି। ଏହି ମ୍ୟାଚ ଓ୍ୱେଷ୍ଟଇଣ୍ଡିଜ ଜିତିରେ ସିରିଜ ୧-୧ରେ ବରାବର ହେବ। ତେବେ ରିପୋର୍ଟ ଲେଖାଯିବା ବେଳକୁ ବର୍ଷା କାରଣରୁ ଆଜି ପଞ୍ଚମ ଦିନର ଖେଳ ଆରମ୍ଭ ହୋଇ ପାରିନଥିବା ଜଣାପଡ଼ିଛି। 


COMMERCIAL BREAK
SCROLL TO CONTINUE READING

ଭାରତୀୟ ସମୟ ସନ୍ଧ୍ୟା ସାଢେ ୭ଟା ବେଳକୁ ତ୍ରିନିଦାଦର କ୍ୱିନସ ପାର୍କଠାରେ ପ୍ରବଳ ବର୍ଷା ହୋଇଛି। କ୍ୱିନସ ପାର୍କରେ ପ୍ରବଳ ବର୍ଷା ହେବା କାରଣରୁ ପଡ଼ିଆରେ ପାଣି ଜମି ରହିଥିଲା। ରିପୋର୍ଟ ଲେଖାଯିବା ବେଳକୁ କ୍ୱିନସପାର୍କରେ ବର୍ଷା ଥମିଥିଲେ ହେଁ ମୈଦାନ ଓଦା ରହିଥିଲା। ଏଠାରେ କହି ରଖୁ କି ମ୍ୟାଚ୍ ଆରମ୍ଭ ପୂର୍ବରୁ ସାତଟା ସମୟରେ ଦିଆଯାଇଥିବା ରିପୋର୍ଟରେ କୁହାଯାଇଥିଲା ଯେ କୁଇନ୍ସ ପାର୍କରେ ପ୍ରବଳ ବର୍ଷା ହେଉଛି। ପାଗ ଅତ୍ୟନ୍ତ ଖରାପ ଏବଂ ଆକାଶ ଘନ ମେଘ ଦ୍ୱାରା ଆଚ୍ଛାଦିତ ହୋଇ ରହିଥିଲା। ବର୍ଷା ପ୍ରାୟ ସାଢେ ୭ଟାରେ ବର୍ଷା ବନ୍ଦ ହୋଇଯାଇଥିଲା। କିନ୍ତୁ ଆର୍ଦ୍ର ଭୂମି ଯୋଗୁଁ ମ୍ୟାଚ୍ ଆରମ୍ଭ ବିଳମ୍ବ ହେଉଥିବା ନେଇ ସୂଚନା ରହିଛି।


ସୂଚନାଯୋଗ୍ୟ ଆଜି ତ୍ରିନିଦାଦରେ ଭାରତ ବନାମ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପଞ୍ଚମ ଦିନରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଥିଲା। ଦିନ ଆରମ୍ଭରେ ମେଘୁଆ ହେବାର ଆଶା କରାଯାଉଛି, କିନ୍ତୁ ଖୁବ୍ ଶୀଘ୍ର ବଜ୍ରପାତ ହେବାର ସମ୍ଭାବନା ମଧ୍ୟ ପ୍ରକାଶ ପାଇଛି। ଯଦି ଏହା ଘଟେ ତେବେ ପୁନର୍ବାର ଖେଳ ଦୀର୍ଘ ସମୟ ପର୍ଯ୍ୟନ୍ତ ବନ୍ଦ ହୋଇପାରେ।


ସୂଚନାଯୋଗ୍ୟ ଯେ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୪୩୮ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ୱେଷ୍ଟଇଣ୍ଡିଜ୍ ମାତ୍ର ୨୫୫ ରନ୍ ପାଇଁ ଆଉଟ୍ ହୋଇଥିଲେ। ଏଥି ସହିତ ଭାରତ ଦ୍ୱିତୀୟ ଇନିଂସରେ ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ ଦୁଇଟି ୱିକେଟ୍ ହରାଇ ୧୮୧ ରନ୍ ସ୍କୋର କରି ୩୬୫ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ୱେଷ୍ଟଇଣ୍ଡିଜ୍ ଦୁଇଟି ୱିକେଟ୍ ହରାଇ ୭୬ ରନ୍ ସଂଗ୍ରହ କରିଛି। ବର୍ତ୍ତମାନ ତାଙ୍କୁ ଶେଷ ଦିନରେ ୨୮୯ ରନ୍ ଦରକାର।


Also Read: Note Exchange Deadline: ବଢିବକି ୨ହଜାର ଟଙ୍କା ବଦଳାଇବାର ସମୟସୀମା, ବନ୍ଦ ହେବ କି ୫ଶହ ଟଙ୍କା ନୋଟ, ପୁଣି ଫେରିବ କି ୧ ହଜାର ? ଆସିଲା ଉତ୍ତର


Also Read: Tomato Price: ୩୦ ଟଙ୍କାରେ ମିଳିବ ଟମାଟୋ: ମାତ୍ର ଏତିକି ଦିନର ଅପେକ୍ଷା...


Also Read: Bad Impact of Wearing Jeans: କଣ ଆପଣ ଜିନ୍ସ ପିନ୍ଧିବାକୁ ଭଲ ପାଆନ୍ତି, ତେବେ ଗୁପ୍ତାଙ୍ଗ ପାଇଁ ଆସିପାରେ ଏହି ସବୁ ସମସ୍ୟା