India vs Australia T20I: T-20ରେ ଟିମ୍ ଇଣ୍ଡିଆର ନୂଆ କିର୍ତ୍ତିମାନ୍ । ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଭାରତ ଅଧିକ T-20 ମ୍ୟାଚ୍  ଜିତି ପାକିସ୍ତାନର ରେକର୍ଡ ଭାଙ୍ଗିଛି (India breaks Pakistan’s record) । ରବିବାର ହାଇଦ୍ରାବାଦରେ ଅନୁଷ୍ଠିତ ତୃତୀୟ ତଥା ସିରିଜର ଅନ୍ତିମ ଟି-ଟ୍ୱେଣ୍ଟିରେ ଅଷ୍ଟ୍ରେଲିଆ (Australia) ଉପରେ ବିଜୟ ହାସଲ କରି ଭାରତ ଏହି କିର୍ତ୍ତୀମାନ ସ୍ଥାପନ କରିଛି । ତେବେ ୨୦୨୨ରେ ଖେଳାଯାଇଥିବା ୨୮ଟି ମ୍ୟାଚରୁ ଭାରତ ୨୧ଟିରେ ବିଜୟ ହାସଲ କରି ନୂଆ ରେକର୍ଡର ଅଧିକାରୀ ହୋଇଛି। ଯାହାକି ରୋହିତ ଶର୍ମାଙ୍କ ଦଳ ୨୦୨୧ ମସିହାରେ ପାକିସ୍ତାନର ୨୦ଟି ବିଜୟର ରେକର୍ଡଠାରୁ ଆଗରେ ରଖିଛି।


COMMERCIAL BREAK
SCROLL TO CONTINUE READING

ରବିବାର ହାଇଦ୍ରାବାଦ (Hyderabad)ରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ (three-match series)କୁ ୨-୧ରେ ସମାପ୍ତ କରି ଭାରତ ଏକ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଟି-୨୦ ବିଜୟ ପାଇ ପାକିସ୍ତାନର ରେକର୍ଡ ଭାଙ୍ଗିଛି । ଏହି ବିଜୟ ୨୦୨୨ରେ ଖେଳାଯାଇଥିବା ୨୮ଟି ମ୍ୟାଚରୁ ଭାରତର ୨୧ତମ ଟି-୨୦ ମ୍ୟାଚ୍  ବିଜୟକୁ ସୁନିଶ୍ଚିତ କରିଥିବାବେଳେ ରୋହିତ ଶର୍ମା (Rohit Sharma)ଙ୍କ ଦଳକୁ ପାକିସ୍ତାନ ଠାରୁ ଆଗୁଆ କରିଛି । ବିରାଟ କୋହଲି (Virat Kohli) (୬୩), ସୂର୍ଯ୍ୟକୁମାର ଯାଦବ (Suryakumar Yadav) (୬୯) ଏବଂ ଆକ୍ସର ପଟେଲ (Axar Patel) (୩/୩୩) ଙ୍କ ଚମତ୍କାର ପ୍ରଦର୍ଶନ ପାଇଁ ଟିମ୍ ଇଣ୍ଡିଆ ଏହି ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛି ।


Also Read: T-20 World Cup: ଆହତ ଖେଳାଳୀଙ୍କ ଯୋଗୁଁ ବଢିଲା ଭାରତର ଚିନ୍ତା


ଭାରତ ଚଳିତ ବର୍ଷ ଟି-୨୦ରେ ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya), କେ.ଏଲ୍ ରାହୁଲ (KL Rahul) ଏବଂ ଋଷଭ ପନ୍ତ (Rishabh Pant) ଙ୍କ ଭଳି ଚାରିଜଣ ଅଧିନାୟକଙ୍କ ନେତୃତ୍ୱରେ ଦମଦାର ପ୍ରଦର୍ଶନ କରିଆସିଛି। ରବିବାର ବିଜୟ ଭାରତର ଟି-୨୦ ଅଧିନାୟକ ଭାବରେ ରୋହିତଙ୍କ ୩୩ତମ ବିଜୟ ହୋଇଥିବାବେଳେ କୋହଲିଙ୍କଠାରୁ ଆଗରେ ରଖିଛି। ତେବେ ୪୧ଟି ବିଜୟ ସହ ଏମଏସ ଧୋନି ଏବେ ବି ଅଗ୍ରଣୀ ଅଧିନାୟକ ଭାବରେ ଆଗରେ ରହିଛନ୍ତି । ୨୦୨୧ ଟି-୨୦ ବିଶ୍ୱକପ ପରେ ପୂର୍ଣ୍ଣକାଳୀନ ଅଧିନାୟକତ୍ୱ ଗ୍ରହଣ କରିବା ପରଠାରୁ ରୋହିତ, ଭାରତକୁ କ୍ରମାଗତ ଭାବରେ ନଅଟି ଟି-୨୦ ସିରିଜ ଭେଟି ଦେଇଛନ୍ତି ।


ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜର ତୃତୀୟ ତଥା ଶେଷ ମ୍ୟାଚ ଅତି ରୋମାଞ୍ଚକର ହୋଇଥିଲା। ସୂର୍ଯ୍ୟକୁମାର ଯାଦବ ଏବଂ ବିରାଟ କୋହଲିଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଭାରତ ନିର୍ଣ୍ଣାୟକ ଟି-୨୦ ମୁକାବିଲାରେ ବିଜୟ ହାସଲ କରିଥିଲା । ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟ୍‌ରେ ହରାଇ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌କୁ ଭାରତ ୨-୧ରେ ଜିତି ନେଇଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍ ହରାଇ ୧୮୬ ରନ କରିଥିଲା । ଜବାବରେ ଭାରତ ସୂର୍ଯ୍ୟକୁମାର ଯାଦବଙ୍କ ୬୯ ରନ ଏବଂ ବିରାଟ କୋହଲିଙ୍କ ୬୩ ରନ ବଳରେ ୧୯.୫ ଓଭରରେ ୪ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ୨୫ ରନର ଉପଯୋଗୀ ଇନିଂସ ଖେଳିଥିଲେ । 


Also Read: Jhulan Goswami: ଆସୁଛି ଦ୍ରୁତ ବୋଲର ଝୁଲନଙ୍କ ବାୟୋପିକ୍, ଏହି କ୍ରିକେଟରଙ୍କ ସ୍ତ୍ରୀ ହେବେ ହିରୋଇ


ବୋଲିଂରେ ଅକ୍ଷର ପଟେଲ୍ ୩୩ ରନ ଦେଇ ୩ ଓ୍ଵିକେଟ୍ ନେଇଥିଲେ । ୨୦୨୧ ପରଠାରୁ ଭାରତ ରନର ପିଛା କରି ୧୪ଟି ମ୍ୟାଚ୍‌ରୁ ୧୩ଟିରେ ବିଜୟ ହାସଲ କରିଛି । ଅଧିନାୟକ ଭାବେ ଟି-୨୦ ଅନ୍ତର୍ଜାତୀୟରେ ଅଧିକ ମ୍ୟାଚ୍ ଜିତିବା ମାମଲାରେ ରୋହିତ ଶର୍ମା କୋହଲିଙ୍କୁ ପଛରେ ପକାଇଛନ୍ତି । ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିବା ସୂର୍ଯ୍ୟକୁମାର ଯାଦବ ପ୍ଲେୟାର ଅଫ ଦ ମ୍ୟାଚ୍ ଏବଂ ସିରିଜ୍‌ରେ ସର୍ବାଧିକ ଓ୍ଵିକେଟ୍ ନେଇଥିବା ଅକ୍ଷର ପଟେଲ୍ ପ୍ଲେୟାର ଅଫ ଦ ସିରିଜ୍ ପୁରସ୍କାର ପାଇଛନ୍ତି ।