Jhulan Goswami: ଆସୁଛି ଦ୍ରୁତ ବୋଲର ଝୁଲନଙ୍କ ବାୟୋପିକ୍, ଏହି କ୍ରିକେଟରଙ୍କ ସ୍ତ୍ରୀ ହେବେ ହିରୋଇନ
Advertisement

Jhulan Goswami: ଆସୁଛି ଦ୍ରୁତ ବୋଲର ଝୁଲନଙ୍କ ବାୟୋପିକ୍, ଏହି କ୍ରିକେଟରଙ୍କ ସ୍ତ୍ରୀ ହେବେ ହିରୋଇନ

Jhulan Goswami Biopic: ଝୁଲନଙ୍କ ବିଦାୟରେ ଭାରତୀୟ ଦଳର ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଶନିବାର କହିଛନ୍ତି ଯେ, କିମ୍ବଦନ୍ତୀ ଦ୍ରୁତ ବୋଲର ଝୁଲନ ଗୋସ୍ୱାମୀ ଅନେକ ମହିଳାଙ୍କୁ ଧୈର୍ଯ୍ୟ ଏବଂ ଦୃଢ ସଙ୍କଳ୍ପ ସହିତ ଏହି ଖେଳକୁ ଗ୍ରହଣ କରିବାକୁ ପ୍ରେରଣା ଦେଇଛନ୍ତି। 

Jhulan Goswami: ଆସୁଛି ଦ୍ରୁତ ବୋଲର ଝୁଲନଙ୍କ ବାୟୋପିକ୍, ଏହି କ୍ରିକେଟରଙ୍କ ସ୍ତ୍ରୀ ହେବେ ହିରୋଇନ

Jhulan Goswami Biopic: ଇଂଲଣ୍ଡକୁ ୩-୦ରେ କ୍ଲିନସ୍ୱିପ୍ କଲା ପରେ ଭାରତୀୟ ମହିଳା କ୍ରିକେଟ୍ (Indian Women Cricket) କିମ୍ବଦନ୍ତୀ ଝୁଲନ୍ ଗୋସ୍ୱାମୀ (Jhulan Goswami) ଅନ୍ତର୍ଜାତୀୟ କ୍ରିକେଟ୍ ଜଗତକୁ ସବୁଦିନ ପାଇଁ ବିଦାୟ ଦେଇଛନ୍ତି। ଝୁଲନଙ୍କ ବିଦାୟରେ ଭାରତୀୟ ଦଳର ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି (Virat Kohli) ଶନିବାର କହିଛନ୍ତି ଯେ, କିମ୍ବଦନ୍ତୀ ଦ୍ରୁତ ବୋଲର ଝୁଲନ ଗୋସ୍ୱାମୀ ଅନେକ ମହିଳାଙ୍କୁ ଧୈର୍ଯ୍ୟ ଏବଂ ଦୃଢ ସଙ୍କଳ୍ପ ସହିତ ଏହି ଖେଳକୁ ଗ୍ରହଣ କରିବାକୁ ପ୍ରେରଣା ଦେଇଛନ୍ତି। ୨୦ ବର୍ଷ ଧରି ଚାଲିଥିବା ଏକ ସଫଳ ଆନ୍ତର୍ଜାତୀୟ କ୍ୟାରିଅରରେ ଝୁଲନ୍ ଗୋସ୍ୱାମୀ ଶନିବାର ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ, ଯେତେବେଳେ ଭାରତ ସିରିଜର ତୃତୀୟ ODIରେ ଇଂଲଣ୍ଡକୁ ପରାସ୍ତ କରିଥିଲା। କୋହଲି, ଝୁଲନଙ୍କୁ ଏହି ଆନ୍ତର୍ଜାତୀୟ କ୍ୟାରିୟର ପାଇଁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ଆପଣଙ୍କ ଧୈର୍ଯ୍ୟ ଏବଂ ଆକ୍ରାମକ ରୂପ ସବୁବେଳେ ପଡ଼ିଆରେ ଦୃଶ୍ୟମାନ ହେଉଥିଲା।

କୋହଲି କୁ ଆପରେ ଲେଖିଥିଲେ 'ଭାରତୀୟ କ୍ରିକେଟର ମହାନ ସେବକ'। ଏକ ଚମତ୍କାର କ୍ୟାରିୟର ପାଇଁ ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ, ମୁଁ ଆପଣଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଉଛି। କୌତୁହଳର ବିଷୟ ହେଉଛି ଯେ, କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଚକଦା ଏକ୍ସପ୍ରେସ'ରେ ଝୁଲନ ଗୋସ୍ୱାମୀଙ୍କ ଭୂମିକାରେ ନଜର ଆସିବେ। ତେବେ ଫିଲ୍ମର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଜଣାପଡି ନାହିଁ।

ଏହି ଅବସରରେ ଝୁଲନ ଗୋସ୍ୱାମୀଙ୍କୁ ଇଂଲଣ୍ଡ ଏବଂ ଭାରତୀୟ ଖେଳାଳି ମାନେ ଗାର୍ଡ ଅଫ ଅନର୍ ଦଇଥିଲେ, କାରଣ ଶନିବାର ଅନ୍ତର୍ଜାତୀୟ କ୍ରିକେଟରେ ସେ ଶେଷ ଥର ପାଇଁ ପଡିଆକୁ ଓହ୍ଲାଇଥିଲେ। ତେବେ ମହାନ ଦ୍ରୁତ ବୋଲରଙ୍କୁ ତାଙ୍କ ଅନ୍ତିମ ଇନିଂସରେ ଗୋଲଡେନ ଡକ୍ ରେ ଆଉଟ ହୋଇଯାଇଥିଲେ। ଏହି ଷ୍ଟାର ଦ୍ରୁତ ବୋଲର ଭାରତ ପାଇଁ ମୋଟ ୧୨ଟି ଟେଷ୍ଟ, ୨୦୪ଟି ODI ଏବଂ ୬୮ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ଯଥାକ୍ରମେ ୪୪, ୨୫୩ ଓ ୫୬ ଓ୍ବିକେଟ ନେଇଛନ୍ତି।