T-20 World Cup: ଆହତ ଖେଳାଳୀଙ୍କ ଯୋଗୁଁ ବଢିଲା ଭାରତର ଚିନ୍ତା
Advertisement
Article Detail0/zeeodisha/odisha1367508

T-20 World Cup: ଆହତ ଖେଳାଳୀଙ୍କ ଯୋଗୁଁ ବଢିଲା ଭାରତର ଚିନ୍ତା

T-20 World Cup: ଜାଡେଜାଙ୍କ ପରେ ଆଉ ଜଣେ ଖେଳାଳି ଆହତ, ଟି-୨୦ ବିଶ୍ଵ କପ୍ ପୂର୍ବରୁ ବଢିଲା ଭାରତର ଚିନ୍ତା । ଭାରତୀୟ ଦଳର ଅଲରାଉଣ୍ଡର ଦୀପକ ହୁଡାଙ୍କ ପିଠିରେ ଆଘାତ ଲାଗିଛି। ଫଳରେ ଭାରତୀୟ ଦଳକୁ ଲାଗିଛି ବଡ଼ ଝଟକା ।

T-20 World Cup:  ଆହତ ଖେଳାଳୀଙ୍କ ଯୋଗୁଁ ବଢିଲା ଭାରତର ଚିନ୍ତା

T-20 World Cup: ଗୋଟେପଟେ ଟିମ୍ ଇଣ୍ଡିଆ ହାଇଦ୍ରାବାଦରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି -20 ମ୍ୟାଚ୍ ଖେଳୁଥିବାବେଳେ ମ୍ୟାଚ୍ ଜିତି ସିରିଜ ହାତେଇ ଇତିହାସ ସୃଷ୍ଟି କରିବାର ସୁଯୋଗ ଅଛି । ଅନ୍ୟପଟେ ଭାରତୀୟ ଦଳର ଅଲରାଉଣ୍ଡର ଦୀପକ ହୁଡାଙ୍କ ପିଠିରେ ଆଘାତ ଲାଗିବା ଯୋଗୁଁ ଟିମ୍ ଇଣ୍ଡିଆକୁ ଲାଗିଛି ଏକ ବଡ଼ ଝଟକା ।

ବିସିସିଆଇ ଦେଇଥିବା ସୂଚନା ଅନୁଯାୟୀ ଦୀପକ ହୁଡା ରବିବାର ଖେଳାଯାଉଥିବା ତୃତୀୟ ଟି -20 ମ୍ୟାଚରେ ଚୟନ ପାଇଁ ଉପଲବ୍ଧ ନଥିଲେ, ଯେଉଁଥିପାଇଁ ସେ ଚୂଡ଼ାନ୍ତ ଏକାଦଶରେ ଯୋଗ ଦେଇପାରିନଥିଲେ । ବୋର୍ଡ ର ସୂଚନା ଅନୁଯାୟୀ,ଦୀପକ ହୁଡାଙ୍କ ପିଠିରେ ଆଘାତ ଲାଗିଛି । ଡାକ୍ତରୀ ଦଳ ଦୀପକଙ୍କ ଉପରେ ନଜର ରଖିଥିବାବେଳେ ଚିନ୍ତାର ବିଷୟ ଦୀପକ ହୁଡ଼ା ଟି-୨୦ ବିଶ୍ଵ କପ୍ ଦଳର ସଦସ୍ୟ । ଯଦି ତାଙ୍କର ଆଘାତ ଗମ୍ଭୀର ଥାଏ ତେବେ ଭାରତୀୟ ଦଳ ପାଇଁ ବହୁତ ବଡ ଦୁଃଖଦ ଖବର ହୋଇପାରେ। ହୁଡ଼ା ଗତ କିଛି ଦିନ ଭିତରେ ଟି-୨୦ରେ ଦମଦାର ପ୍ରଦର୍ଶନ କରିଛନ୍ତି । ବ୍ୟାଟିଂ ସହିତ ସେ ଦଳ ଲାଗି ଉପଯୋଗୀ ବୋଲିଂ ମଧ୍ୟ କରିଥାନ୍ତି । ସେଥିପାଇଁ ଜଣେ ଅଲରାଉଣ୍ଡର ହିସାବରେ ତାଙ୍କର ଅନେକ ଯୋଗଦାନ ରହିଛି ।

ଅନ୍ୟପଟେ ଟି-୨୦ ବିଶ୍ଵ କପ୍ ଆରମ୍ଭ ହେବାକୁ ଆଉ ଏକ ମାସରୁ କମ୍ ସମୟ ରହିଛି । ମାତ୍ର ଭାରତୀୟ ଦଳ ଆହତ ସମସ୍ୟା ଦେଇ ଗତି କରୁଛି । ପ୍ରଥମେ ଆଣ୍ଠୁରେ ଆଘାତ କାରଣରୁ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଘରୋଇ ସିରିଜ୍ ସହ ଟି-୨୦ ବିଶ୍ଵ କପ୍‌ରୁ ବାଦ୍ ପଡିଛନ୍ତି । ଅନ୍ୟପଟେ ମହମ୍ମଦ ଶାମି କରୋନା ସଂକ୍ରମିତ କାରଣରୁ ଅଷ୍ଟ୍ରେଲିଆ ସିରିଜ୍‌ରୁ ବାଦ୍ ପଡିଥିଲେ। ଶାମିଙ୍କୁ ଟି-୨୦ ବିଶ୍ଵ କପ୍‌ ପାଇଁ ରିଜର୍ଭ ଖେଳାଳି ଭାବେ ଦଳରେ ସାମିଲ୍ କରାଯାଇଛି।

ଟି -20 ବିଶ୍ୱକପ ପାଇଁ ଭାରତୀୟ ଦଳ(Indian team for T20 World Cup) 

ରୋହିତ ଶର୍ମା(ଅଧିନାୟକ)(Rohit Sharma (capt)), କେ.ଏଲ ରାହୁଲ(ଉପ ଅଧିନାୟକ)(KL Rahul (vice-captain)), ବିରାଟ କୋହଲି(Virat Kohli), ସୂର୍ଯ୍ୟକୁମାର ଯାଦବ(Suryakumar Yadav), ଦୀପକ ହୁଡ଼ା(Deepak Hooda), ଋଷଭ ପନ୍ତ(ଓ୍ଵିକେଟ୍ କିପର)(Rishabh Pant (wk)), ଦିନେଶ କାର୍ତ୍ତିକ(ଓ୍ଵିକେଟ୍ କିପର)(Dinesh Karthik (wk)), ହାର୍ଦ୍ଦିକ ପାଣ୍ଡ୍ୟା(Hardik Pandya), ଆର ଅଶ୍ଵିନ(R.K. Ashwin), ୟୁଜବେନ୍ଦ୍ର ଚହଲ(Yuzvendra Chahal), ଅକ୍ଷର ପଟେଲ୍(Axar Patel), ଯଶପ୍ରୀତ ବୁମରା(Jasprit Bumrah), ଭୁବନେଶ୍ଵର କୁମାର(Bhuvneshwar Kumar), ହର୍ଷଲ ପଟେଲ୍(Harshal Patel), ଅର୍ଶଦୀପ ସିଂହ(Arshdeep Singh)।

ଏହା ବି ପଢନ୍ତୁ: Jhulan Goswami: ଆସୁଛି ଦ୍ରୁତ ବୋଲର ଝୁଲନଙ୍କ ବାୟୋପିକ୍, ଏହି କ୍ରିକେଟରଙ୍କ ସ୍ତ୍ରୀ ହେବେ ହିରୋଇନ

ଷ୍ଟାଣ୍ଡବାଇ ଖେଳାଳି(Standby Player): ମହମ୍ମଦ ଶାମି(Mohammed Shami), ଶ୍ରେୟସ୍ ଆୟର(Shreyas Iyer), ରବି ବିଷ୍ଣୋଇ(Ravi Bishnoi), ଦୀପକ ଚହର(Deepak Chahar) ।