India vs New Zealand T20 Series: ଅଷ୍ଟ୍ରେଲିଆରେ ଆୟୋଜିତ ଆଇସିସି ଟି-20 ବିଶ୍ୱକପ ୨୦୨୨ (ICC T20 World Cup 2022) ଶେଷ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଇଂଲଣ୍ଡ ପାକିସ୍ତାନକୁ ପରାସ୍ତ କରି ବିଶ୍ୱକପ ଟାଇଟଲ (T20 World Cup Trophy) ଜିତିଛି । ସେପଟେ ବର୍ତ୍ତମାନ ଭାରତୀୟ ଦଳ (Indian Cricket Team) ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଯାଇଛି । ଏଠାରେ ଟିମ୍ ଇଣ୍ଡିଆ (Team India) ଟି-20 ଓ ଏକଦିବସୀୟ ସିରିଜ ଖେଳିବ । ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ୍ (India vs New Zealand T20 Series) ଖେଳାଯିବ । ଏହାସହ ୩ଟି ଏକ ଦିବସୀୟ ମ୍ୟାଚ (IND vs NZ ODI Series) ର ସିରିଜ ମଧ୍ୟ ଖେଳାଯିବ । ଟି-20 ସିରିଜ (IND vs NZ T20 Series) ର ପ୍ରଥମ ମ୍ୟାଚ୍ ୱେଲିଙ୍ଗଟନରେ ଖେଳାଯିବ । ଏହି ମ୍ୟାଚ୍ ନଭେମ୍ବର ୧୮ରେ ଖେଳାଯିବ । ଅନ୍ୟପକ୍ଷେ ଭାରତ ବିପକ୍ଷ ଟି-20 ସିରିଜ୍ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍ ୱିଲିୟମସନ (Kane Williamson) ଟିମ୍ ଇଣ୍ଡିଆ ବିଷୟରେ ଏପରି ମନ୍ତବ୍ୟ ଦେଇଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । 


COMMERCIAL BREAK
SCROLL TO CONTINUE READING

କେନ୍ ୱିଲିୟମସନ (Kane Williamson) କହିଛନ୍ତି ଯେ, "ଆମେ ଜାଣିଛୁ ଭାରତୀୟ ପ୍ରଶଂସକମାନେ କେତେ ପରିମାଣରେ ଭାବପ୍ରବଣ ଓ ମୁଁ ନିଶ୍ଚିତ ଯେ ସେମାନେ ନିଜ ଦଳର ସାଥ୍ ଛାଡିବେ ନାହିଁ ।" କେନ୍ ୱିଲିୟମସନଙ୍କ କହିବାନୁସାରେ, ନୂଆ ଚେହେରା ସତ୍ତ୍ୱେ ଭାରତ ଏବେ ମଧ୍ୟ ଏକ ଅଜୟ ଦଳ । ସେ ଏହି ସିରିଜକୁ ଅପେକ୍ଷା କରିଛନ୍ତି । କେନ୍ ୱିଲିୟମସନ ଆହୁରି କହିଛନ୍ତି ଯେ, ରୋହିତ ଶର୍ମା (Rohit Sharma) ଓ ବିରାଟ କୋହଲି (Virat Kohli) ଙ୍କ ଭଳି ଖେଳାଳିଙ୍କ ଅନୁପସ୍ଥିତି ଭାରତ ଦଳରେ ପ୍ରତିଭା ଓ ଗଭୀରତାର ଅନୁଭବ ଦେବ, ଯାହାର ଅର୍ଥ ହେଉଛି ସିରିଜ୍ ସର୍ବୋଚ୍ଚ ସ୍ତରରେ ହେବାକୁ ଯାଉଛି ।


ଏଠାରେ କହି ରଖୁଛୁ ଯେ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳର ଅନେକ ବରିଷ୍ଠ ଖେଳାଳିଙ୍କୁ ବ୍ରେକ୍ ଦିଆଯାଇଛି । ରୋହିତ ଶର୍ମା (Rohit Sharma) ଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କୁ ଟି-20 ସିରିଜର ଅଧିନାୟକ କରାଯାଇଛି । ବୁଧବାର କେନ୍ ୱିଲିୟମସନ (Kane Williamson) କହିଛନ୍ତି ଯେ, "କିଛି ଖେଳାଳି ବିଶ୍ରାମ ନେଉଛନ୍ତି ଓ ନୂତନ ଖେଳାଳି ଆଣୁଛନ୍ତି ଏବଂ କଣ ଏଥରୁ କ୍ରିକେଟର ପ୍ରକୃତି ବଦଳିଯିବ? ମୁଁ ଭାବୁନାହିଁ ଯେ ଏପରି ହେବ, ଯେଉଁ ଖେଳାଳିମାନେ ଏଠାରେ ନାହାଁନ୍ତି ସେମାନେ ବଡ଼ ନାମର ଖେଳାଳି, କିନ୍ତୁ ଭାରତରେ ପ୍ରତିଭା ଓ ଖେଳାଳିଙ୍କ ଅଭାବ ନାହିଁ, ଯାହାର ଅର୍ଥ ହେଉଛି କ୍ରିକେଟ୍ ସର୍ବୋଚ୍ଚ ସ୍ତରରେ ହେବାକୁ ଯାଉଛି ।"


କେନ୍ ୱିଲିୟମସନ (Kane Williamson) କହିଛନ୍ତି ଯେ , 'ଆମେ ଭାରତୀୟ ଦଳ ଦେଖିଛୁ, ଯେଉଁମାନଙ୍କ ପାଖରେ ଏପରି ଖେଳାଳି ଅଛନ୍ତି ଯିଏ ଦୁନିଆ ଭ୍ରମଣ କରୁଛନ୍ତି ଏବଂ ଅନ୍ୟ ଦଳ ସହ କିଛି ଅଦ୍ଭୁତ ପ୍ରଦର୍ଶନ କରୁଛନ୍ତି । ଆମେ ଜାଣୁ ଭାରତୀୟ ପ୍ରଶଂସକମାନେ କେତେ ଭାବପ୍ରବଣ ଓ ମୁଁ ନିଶ୍ଚିତ ଯେ ସେମାନେ ସେମାନଙ୍କ ଦଳର ସାଥ୍ ଛାଡିବେ ନାହିଁ, ଏହାସହ କିୱି ପ୍ରଶଂସକମାନେ ମଧ୍ୟ ଏଠାକୁ ଆସିବେ ।"


ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆରୁ ବାଦ୍ ପଡ଼ିଥିବା ଏହି ଖେଳାଳିଙ୍କୁ IPL ଟିମରୁ ବି କରିଦିଆଗଲା ଆଉଟ୍


ଅଧିକ ପଢ଼ନ୍ତୁ:-ଶୋଏବ କହିଲେ-ଗୋଡ଼ ଭାଙ୍ଗିଲେ ବି ଶାହିନ୍ ଆଫ୍ରିଦିଙ୍କୁ ଖେଳିବାର ଥିଲା, ସମାଲୋଚକଙ୍କ ଦ୍ୱାରା ଷ୍ଟାର୍ ପେସରଙ୍କ ଅପମାନ ପରେ ମୁହଁତୋଡ଼ ଜବାବ ଦେଲେ ୱାସିମ ଆକ୍ରମ 


ଅଧିକ ପଢ଼ନ୍ତୁ:-ପୁରୁଷ ଓ ମହିଳାଙ୍କୁ ସର୍ବଦା ଗୁପ୍ତ ରଖିବା ଉଚିତ୍ ଏହି ୫ଟି କଥା


 


ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ସିରିଜରେ ଭାରତୀୟ ଦଳ କିଛି ଏପରି ରହିଛି:-ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଋଷଭ ପନ୍ତ (ଉପ-ଅଧିନାୟକ, ୱିକେଟ୍ କିପର), ଶୁଭମାନ ଗିଲ, ଇଶାନ କିଶନ, ଦୀପକ ହୁଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ସଞ୍ଜୁ ସାମସନ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ହର୍ଷଦୀପ ସିଂ ପଟେଲ, ମହମ୍ମଦ ସିରାଜ, ଭୁବନେଶ୍ୱର କୁମାର, ଉମ୍ରାନ ମଲିକ । ସୂଚନାଯୋଗ୍ୟ, ଭାରତୀୟ ଦଳ ଟି-20 ବିଶ୍ୱକପ ୨୦୨୨ ପରେ ନ୍ୟୁଜିଲ୍ୟାଣ୍ଡ ଓ ବାଂଲାଦେଶ ଗସ୍ତ କରିବାର ଅଛି । ଏଥିପାଇଁ ବିସିସିଆଇ ୪ଟି ଅଲଗା ଅଲଗା ଦଳ ଘୋଷଣା କରିଛି । ନଭେମ୍ବର ୧୮ରୁ ୩୦ ପର୍ଯ୍ୟନ୍ତ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତିନୋଟି ଟି-20 ଓ ତିନୋଟି ଏକ ଦିବସୀୟ ମ୍ୟାଚ୍ ଖେଳିବ । ଏହା ପରେ ଡିସେମ୍ବର ୪ରୁ ୨୬ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ବାଂଲାଦେଶରେ ତିନୋଟି ଏକ ଦିବସୀୟ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ ।