T20 World Cup 2022 Final: 'ଭଲ ହୋଇଥାନ୍ତା ଶାହିନ ଆଫ୍ରିଦିଙ୍କ ମୃତ ଶରୀର ବାହାରକୁ ଆସିଥାନ୍ତା', ରାଗି ପାଚି ଲାଲ ହେଲେ ୱାସିମ ଆକ୍ରମ, ଦେଲେ କଡ଼ା ଜବାବ
Advertisement

T20 World Cup 2022 Final: 'ଭଲ ହୋଇଥାନ୍ତା ଶାହିନ ଆଫ୍ରିଦିଙ୍କ ମୃତ ଶରୀର ବାହାରକୁ ଆସିଥାନ୍ତା', ରାଗି ପାଚି ଲାଲ ହେଲେ ୱାସିମ ଆକ୍ରମ, ଦେଲେ କଡ଼ା ଜବାବ

T20 World Cup 2022 Final: ଟି-20 ବିଶ୍ୱକପ ୨୦୨୨ର ଏହି ମ୍ୟାଚ୍ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳା ଯାଇଥିଲା । ଏହି ମ୍ୟାଚରେ ଯେତେବେଳେ ଇଂଲଣ୍ଡକୁ ୨୯ ବଲରେ ୪୧ ରନର ଆବଶ୍ୟକତା ଥିଲା । ସେତେବେଳେ ପାକିସ୍ତାନର ଷ୍ଟାର୍ ଦ୍ରୁତ ବୋଲର ଶାହିନ୍ ଆଫ୍ରିଦି ଆହତ ହୋଇଯାଇଥିଲେ । ଫଳରେ ଶାହିନ ଆଫ୍ରିଦିଙ୍କୁ ଖେଳ ମୈଦାନ ଛାଡିବାକୁ ପଡ଼ିଥିଲା ।

T20 World Cup 2022 Final: 'ଭଲ ହୋଇଥାନ୍ତା ଶାହିନ ଆଫ୍ରିଦିଙ୍କ ମୃତ ଶରୀର ବାହାରକୁ ଆସିଥାନ୍ତା', ରାଗି ପାଚି ଲାଲ ହେଲେ ୱାସିମ ଆକ୍ରମ, ଦେଲେ କଡ଼ା ଜବାବ

T20 World Cup 2022 Final: ଆଇସିସି ଟି-20 ବିଶ୍ୱକପ ୨୦୨୨ (ICC T20 World Cup 2022) ର ଫାଇନାଲ ମ୍ୟାଚରେ (ନଭେମ୍ବର ୧୩) ପାକିସ୍ତାନକୁ ଇଂଲଣ୍ଡ (Pakistan vs England Final) ୫ ୱିକେଟ୍ ପରାସ୍ତ କରିଥିଲା ।  ଏହି ପରାଜୟ ପରେ ପାକିସ୍ତାନୀ ଦିଗ୍ଗଜ ଓ ଫ୍ୟାନ୍ସ ମାନେ ଅତ୍ୟନ୍ତ ନିରାଶ ହୋଇଥିଲେ । ଅନେକ ଲୋକ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠାଉଛନ୍ତି । ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ ୨୦୨୨ (T20 World Cup Final) ର ଏହି ମ୍ୟାଚ୍ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳା ଯାଇଥିଲା । ଏହି ମ୍ୟାଚରେ ଯେତେବେଳେ ଇଂଲଣ୍ଡ (England Team) କୁ ୨୯ ବଲରେ ୪୧ ରନର ଆବଶ୍ୟକତା ଥିଲା । ସେତେବେଳେ ପାକିସ୍ତାନର ଷ୍ଟାର୍ ଦ୍ରୁତ ବୋଲର ଶାହିନ୍ ଆଫ୍ରିଦି (Shaheen Afridi) ଆହତ ହୋଇଯାଇଥିଲେ । ଫଳରେ ଶାହିନ ଆଫ୍ରିଦିଙ୍କୁ ଖେଳ ମୈଦାନ ଛାଡିବାକୁ ପଡ଼ିଥିଲା ।

ତେବେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର (Shoaib Akhtar) ମନେ କରନ୍ତି ଯେ, ନିଜ ଗୋଡ଼ ଭାଙ୍ଗି ଯାଇଥିଲେ ମଧ୍ୟ ଶାହିନ୍ ଆଫ୍ରିଦଙ୍କୁ ମୈଦାନ ଛାଡ଼ି ଉଚିତ୍ ନଥିଲା । ଶାହିନ୍ ଆଫ୍ରିଦି (Shaheen Afridi) ପଡ଼ିଆ ଛାଡିବା ପରେ କିଛି ପାକିସ୍ତାନୀ କ୍ରିକେଟ୍ ପ୍ରଶଂସକ ମଧ୍ୟ ରାଗିଛନ୍ତି । ସେପଟେ ପାକିସ୍ତାନର ଦିଗ୍ଗଜ ଖେଳାଳି ୱାସିମ ଆକ୍ରମ (Wasim Akram) ଜଣେ ବ୍ୟକ୍ତିଙ୍କ ଉପରେ ଅତ୍ୟଧିକ କ୍ରୋଧିତ ହୋଇଛନ୍ତି । ବାସ୍ତବରେ, ସାବିତ ରହମାନ ନାମକ ଜଣେ ୟୁଜର୍ସ ପାକିସ୍ତାନର ପେସର ଶାହିନ୍ ଶାହା ଆଫ୍ରିଦିଙ୍କ ପାଇଁ ଏକ ଟ୍ୱିଟ୍ ଲେଖିଥିଲେ । ଟ୍ୱିଟ୍‌ରେ ଲେଖିଛନ୍ତି ଯେ, "ଜଣେ ନୱାଜ ସରିଫ ପଳାତକ ଓ ଜଣେ ହେଉଛନ୍ତି ଶାହିନ୍ ଶାହା । ଶାହିନ୍ ଆପଣଙ୍କୁ ଆଉ ପାଞ୍ଚଟି ବଲ୍ ବୋଲିଂ କରିବାର ଥିଲା, କିନ୍ତୁ ଆପଣ ମୈଦାନରୁ ପଳାଇ ଗଲେ । ଏହାଠାରୁ ବଡ଼ ଇଭେଣ୍ଟ ହୋଇପାରିବ ନାହିଁ ।  ଏଠାରୁ ଭଲ ହୋଇଥାନ୍ତା ମୈଦାନରୁ ଆପଣଙ୍କ ମୃତ ଶରୀର ବାହାରକୁ ଆସିଥାନ୍ତା । ମୈଦାନରେ ମୃତ୍ୟୁବରଣ କରିଥାନ୍ତେ ତ ଶହୀଦ କୁହାଯାଇଥାନ୍ତା, ଅନ୍ତତଃ ପକ୍ଷେ ପଳାତକ ନୁହେଁ..."

ସେପଟେ ଟିଭି ଶୋ' ସମୟରେ ସେହି ବ୍ୟକ୍ତିଙ୍କ ନାମ ନେଇ ୱାସିମ ଆକ୍ରମ (Wasim Akram) କହିଛନ୍ତି ଯେ, "ଏ ଯେଉଁ ଆପଣଙ୍କ ପ୍ରଶ୍ନ ରହିଛି, ଯାହା ଆପଣ ଦୁର୍ବ୍ୟବହାର କରିଛନ୍ତି । ଯଦି ଆପଣଙ୍କୁ ଆଚରଣ ଜଣା ନାହିଁ, ଛୋଟ ଓ ବଡ଼ଙ୍କର ... ଆପଣ ନିଜ ଖେଳାଳୀଙ୍କ ସହିତ ଅସଦାଚରଣ କରୁଛନ୍ତି । କୌଣସି ଲଜ୍ଜା ନାହିଁ କି । ଟିକେ ଦେଖନ୍ତୁ ସେ ଶାହିନ୍ ଆଫ୍ରିଦିଙ୍କ ବିଷୟରେ ସେ କ’ଣ କହିଛନ୍ତି । ମୋତେ ରାଗ ଲାଗୁଛି । ଯଦି ତୁ ମୋର ଆଗରେ ହୋଇଥାନ୍ତୁ ।"

ଅନ୍ୟପଟେ, ଶୋଏବ ଅଖତର (Shoaib Akhtar) ଜୀ ନ୍ୟୁଜକୁ କହିଛନ୍ତି ଯେ, "ଶାହିନ୍ ଆଫ୍ରିଦି (Shaheen Afridi) କେବେ ବି ଫିଟ୍ ନଥିଲେ, କିନ୍ତୁ ଆମେ ତାଙ୍କ ଉପରେ ସମ୍ପୂର୍ଣ୍ଣ ଦୋଷ ଦେଇ ପାରିବା ନାହିଁ, କାରଣ ଗତ ୨-୩ ମ୍ୟାଚରେ ସେ ଭଲ ବୋଲିଂ କରିଛନ୍ତି । କିନ୍ତୁ ଏହା ହେଉଛି ବିଶ୍ୱକପ ଫାଇନାଲ । ଯଦିଓ ଗୋଡ ଭାଙ୍ଗି ଯାଇଛି । କିଛି ବି ଘଟେ, ଏପରି ହୁଏ । କେବଳ ଦୌଡ଼ିବା ଜାରି ରଖ ଓ କିଛି କର । କିନ୍ତୁ ଏହା ଆମ ଭାଗ୍ୟରେ ନଥିଲା ।" ତାଙ୍କ ଆଘାତକୁ ଦୃଷ୍ଟିରେ ରଖି ଇଂଲଣ୍ଡ ବିପକ୍ଷରେ ଆଇସିସି ଟି-20 ବିଶ୍ୱକପ ୨୦୨୨ ଫାଇନାଲରେ ପାକିସ୍ତାନକୁ ଶାହିନ ଆଫ୍ରିଦି (Shaheen Afridi) ଙ୍କୁ ବିଶ୍ରାମ ଦେବା ଉଚିତ ଥିଲା କି ବୋଲି ପଚରାଯାଇଥିଲା । ଯାହାର ଜବାବରେ ଶୋଏବ ଅଖତର କହିଛନ୍ତି ଯେ, ଶାହିନ୍ ଶାହା ଆଫ୍ରିଦି (Shaheen Shah Afridi) ଯନ୍ତ୍ରଣା କମ୍ କରିବାର ଔଷଧ ବ୍ୟବହାର କରିପାରିଥାନ୍ତେ ।

ଅଧିକ ପଢ଼ନ୍ତୁ:-ପୁରୁଷ ଓ ମହିଳାଙ୍କୁ ସର୍ବଦା ଗୁପ୍ତ ରଖିବା ଉଚିତ୍ ଏହି ୫ଟି କଥା

ଅଧିକ ପଢ଼ନ୍ତୁ:-ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଖେଳିବେ ଏହି ଘାତକ ବୋଲର, ମାତ୍ର କିଛି ମ୍ୟାଚ ପରେ ହିଁ ଟିମ୍ ଇଣ୍ଡିଆରୁ କରିଦିଆଯାଇଥିଲା ବାହାର

ଅଧିକ ପଢ଼ନ୍ତୁ:-କେନ୍ ୱିଲିୟମସନଙ୍କ ସ୍ଥାନରେ ଏହି ଖେଳାଳି ହେବେ ହାଇଦ୍ରାବାଦର ଅଧିନାୟକ! ମୈଦାନରେ ଧୋନିଙ୍କ ପରି ନେବେ ନିଷ୍ପତ୍ତି

ରାୱଲପିଣ୍ଡି ଏକ୍ସପ୍ରେସ ନାମରେ ଜଣାଶୁଣା ଶୋଏବ ଅଖତର (Shoaib Akhtar) କହିଛନ୍ତି ଯେ, "ଯେତେବେଳେ ଆପଣ ନିଜର ପାଦକୁ ନିସ୍ତେଜ କରନ୍ତି, ସେତେବେଳେ ଯନ୍ତ୍ରଣା ଅନୁଭବ ହୁଏନାହଁ । ହଁ, ଆପଣ ଯୁବକଙ୍କର କ୍ୟାରିଅରକୁ ବିପଦରେ ପକାଉଛ । ଏହା ଏକ ବିଶ୍ୱକପ୍ ଫାଇନାଲ୍, ଆପଣ ରିସ୍କ ନେଇପାରିବେ କି ନାହିଁ, ଆପଣଙ୍କୁ ଜଣେ ଅଧିନାୟକ ଭାବରେ ଭାବିବାକୁ ପଡିବ । ଏହା ଏକ କଠିନ ନିଷ୍ପତ୍ତି ।"