India vs South Africa: ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ (Rishabh Pant) ପାଇଁ ଆଜି ଅର୍ଥାତ୍ ୯ ଜୁନ୍ ୨୦୨୨ ତାଙ୍କ କ୍ରିକେଟ୍ କ୍ୟାରିୟରର ସବୁଠାରୁ ବଡ ଦିନ ବୋଲି ପ୍ରମାଣିତ ହୋଇଛି, କାରଣ ସେ ଆଜି ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଟିମ୍ ଇଣ୍ଡିଆର (Team India) ଅଧିନାୟକତ୍ବ ଭାବେ ପଡିଆକୁ ଓହ୍ଲାଇଛନ୍ତି । ଏହା ସହ ସେ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ଭାରତର ଅଷ୍ଟମ ଅଧିନାୟକ ହୋଇଛନ୍ତି । ଯଦିଓ ଟିମ୍ ଇଣ୍ଡିଆ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ରେ ଅଷ୍ଟମ ଅଧିନାୟକ ଭାବରେ ଗୌରବ କେ.ଏଲ୍ ରାହୁଲଙ୍କୁ (KL Rahul) ମିଳିଥାନ୍ତା, କିନ୍ତୁ ସେ ପ୍ରଥମ ଟି -୨୦ ମ୍ୟାଚ୍ ପୂର୍ବରୁ ଆହତ ହୋଇଥିଲେ ଏବଂ ପୂରାରା ସିରିଜରୁ ବାଦ ପଡିଥିଲେ । ଏହି କାରଣରୁ ବୋର୍ଡ ଋଷଭ ପନ୍ତଙ୍କୁ ଅଧିନାୟକ ଭାବରେ ବାଛିଥିଲା ।


COMMERCIAL BREAK
SCROLL TO CONTINUE READING

ଦକ୍ଷିଣ ଆଫ୍ରିକା ବିପକ୍ଷ ଟସ୍ ସମୟରେ ଟି-୨୦ ଦଳର ନୂଆ ଅଧିନାୟକ ଋଷଭ ପନ୍ତ କହିଛନ୍ତି ଯେ ଏହା ମୋର କ୍ରିକେଟ୍ କ୍ୟାରିୟରର ଏକ ଗର୍ବର ମୂହୁର୍ତ୍ତ, କାରଣ ଦିଲ୍ଲୀର ଜଣେ ବାଳକ, ଦିଲ୍ଲୀରେ ସେହି (ଅଧିନାୟକ) ସମ୍ମାନ ପାଇଛି, ମୋର ଏହା ମୋ ପାଇଁ ବଡ କଥା । ମୋତେ ଏହି ସୁଯୋଗ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ।" ଏହି ସିରିଜ ପାଇଁ ପ୍ରଥମେ ଋଷଭ ପନ୍ତଙ୍କୁ ଉପ-ଅଧିନାୟକ ଭାବେ ଦାୟିତ୍ୱ ଦିଆଯାଇଥିଲା, କିନ୍ତୁ ବର୍ତ୍ତମାନ ସେ ଅଧିନାୟକ ଏବଂ ବିସିସିଆଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦେଇଛି ।


ବିସିସିଆଇ ଓ ଚୟନକର୍ତ୍ତାମାନେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ୍ ଟି-୨୦ ସିରିଜ୍ ପାଇଁ ପ୍ରଥମେ କେ.ଏଲ୍ ରାହୁଲଙ୍କୁ ଦଳର ଅଧିନାୟକ ଭାବରେ ନିଯୁକ୍ତ କରିଥିଲେ, କିନ୍ତୁ କେ.ଏଲ୍ ରାହୁଲ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଆହତ ହୋଇଥିଲେ । ଏବଂ ସେ ଟି -୨୦ ସିରିଜରୁ ବାଦ୍ ପଡିଥିଲେ । ଏଭଳି ପରିସ୍ଥିତିରେ ସେ ଭାରତର ଅଷ୍ଟମ ଟି-୨୦ ଅଧିନାୟକ ହୋଇପାରି ନ ଥିଲେ । ପନ୍ତ ହେଉଛନ୍ତି ଅଷ୍ଟମ ଅଧିନାୟକ, କିନ୍ତୁ ଆପଣ ଜାଣନ୍ତି କି କେଉଁ କେଉଁ ଖେଳାଳି ଏପର୍ଯ୍ୟନ୍ତ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ଭାରତ ପାଇଁ ଅଧିନାୟକତ୍ବ କରିଛନ୍ତି? ଯଦି ଆପଣ ଜାଣି ନାହାଁନ୍ତି, ତେବେ ଏଠାରେ ଜାଣନ୍ତୁ ...


ଭାରତର T20I କ୍ୟାପଟେନ ତାଲିକା 


୧. ବିରେନ୍ଦ୍ର ସେହୱାଗ (୧ ଟି  ମ୍ୟାଚ୍)
୨. ଏମଏସ ଧୋନି (୭୨ ଟି  ମ୍ୟାଚ୍)
୩. ସୁରେଶ ରାଇନା (୩ ଟି  ମ୍ୟାଚ୍)
୪. ଅଜିଙ୍କ୍ୟ ରାହାଣେ (୨ ଟି ମ୍ୟାଚ୍)
୫. ବିରାଟ କୋହଲି (୫୦ ଟି ମ୍ୟାଚ୍)
୬. ରୋହିତ ଶର୍ମା (୨୮ ଟି ମ୍ୟାଚ୍)
୭. ଶିଖର ଧାୱନ (୩ ଟି ମ୍ୟାଚ୍)
୮. ଋଷଭ ପନ୍ତ (ପ୍ରଥମ ମ୍ୟାଚ୍*) 


ଏହା ବି ପଢ଼ନ୍ତୁ: କିଏ ହେବ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି? ଆଶ୍ଚର୍ଯ୍ୟ କରାଇପାରନ୍ତି ପିଏମ ମୋଦି, ଚର୍ଚ୍ଚାରେ ଏସବୁ ନାମ


ଏହା ବି ପଢ଼ନ୍ତୁ: FIR ପଞ୍ଜିକୃତ ହେବା ନେଇ ରାଗିଗଲେ ଓୱେସି; କହିଲେ- ଦିଲ୍ଲୀ ପୋଲିସର ସାହସ ନାହିଁ ...