Highest Score of IPL 2023: ଶୁକ୍ରବାର ମୋହାଲି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ମୁକାବିଲା ଚୌକା-ଛକା ବର୍ଷା କରିଥିଲେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବ୍ୟାଟ୍ସମ୍ୟାନ୍। ଏହି ମୁକାବିଲାରେ ଲକ୍ଷ୍ନୌ ଟିମ୍ ବ୍ୟାଟ୍ସମ୍ୟାନ୍ ହଇଚଇ ସୃଷ୍ଟି କରିଥିଲେ। କେ.ଏଲ୍ ରାହୁଲଙ୍କ ଅଧିନାୟକତ୍ୱରେ ଲକ୍ଷ୍ନୌ ଟିମ ଚଳିତ ଆଇପିଏଲ ସଂସ୍କରଣରେ ପଞ୍ଜାବ କିଙ୍ଗ୍ସ ବିପକ୍ଷ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୨୫୭ ରନ୍ ସ୍କୋର କରିଛି। ପଞ୍ଜାବ ଅଧିନାୟକ ଶିଖର ଧାୱନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ଲାଗି ଲକ୍ଷ୍ନୌ ଦଳକୁ ଆମନ୍ତ୍ରଣ କରିଥିଲେ।


COMMERCIAL BREAK
SCROLL TO CONTINUE READING

ଚଳିତ ଆଇପିଏଲ ସଂସ୍କରଣରେ ସର୍ବାଧିକ ସ୍କୋର
ଚଳିତ ଆଇପିଏଲ ସଂସ୍କରଣରେ ବର୍ତ୍ତମାନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ସର୍ବାଧିକ ରନ୍ ସ୍କୋର କରିବାରେ ସଫଳ ହୋଇଛି। ଭେଟେରାନ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱାଧିନ ଚେନ୍ନାଇ ସୁପର କିଙ୍ଗ୍ସ କୁ ପଛରେ ପକାଇ ଦେଇଛି ଏଲଏସଜି। ଗତ ୨୩ ତାରିଖରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମୁକାବିଲାରେ ସିଏସକେ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୨୩୫ ରନ୍ ସ୍କୋର କରିଥିଲା। ଏବେ ସର୍ବାଧିକ ରନ ସଂଗ୍ରହ କରିବା ତାଲିକାରେ ଲକ୍ଷ୍ନୌ ଟିମ ଶୀର୍ଷରେ ପହଞ୍ଚିଛି।


ଆଇପିଏଲ ଇତିହାସରେ ସର୍ବାଧିକ ରନ୍ ସ୍କୋର


  • ୨୦୧୩ ଆଇପିଏଲ ସଂସ୍କରଣରେ ବାଙ୍ଗାଲୋର ଠାରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ପୁଣେ ୱାରିୟର୍ସ ବିରୋଧରେ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୨୬୩ ରନ୍ ସ୍କୋର କରିଥିଲା।

  • ୨୦୨୩  ଆଇପିଏଲ ସଂସ୍କରଣରେ ମୋହାଲି ବାଙ୍ଗାଲୋର ଠାରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍, ପଞ୍ଜାବ କିଙ୍ଗ୍ସ ୱାରିୟର୍ସ ବିରୋଧରେ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୨୫୭ ରନ୍ ସ୍କୋର କରିଛି।

  • ୨୦୧୬ ଆଇପିଏଲ ସଂସ୍କରଣରେ ବାଙ୍ଗାଲୋର ଠାରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ଗୁଜୁରାଟ ଟାଇଟନ୍ସ ବିରୋଧରେ ବିରୋଧରେ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୨୪୮ ରନ୍ ସ୍କୋର କରିଥିଲା।


ଲକ୍ଷ୍ନୌ ଦଳର ସର୍ବୋତ୍ତମ ପ୍ରଦର୍ଶନ
ଆଇପିଏଲ୍ ଇତିହାସରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ସର୍ବୋତ୍ତମ ପ୍ରଦର୍ଶନ କରି ସର୍ବବୃହତ୍ତ ଦଳଗତ ସ୍କୋର କରିବାରେ ସଫଳ ହୋଇଛି। ଆଇପିଏଲ ଇତିହାସରେ ଏହା ହେଉଛି ଦ୍ୱିତୀୟ ସର୍ବାଧିକ ଦଲୀୟ ରନ୍ ସ୍କୋର। ଏହା ଉପରେ କେବଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ରହିଛି। ଯିଏ ୨୦୧୩ ଆଇପିଏଲ ସଂସ୍କରଣରେ ବେଙ୍ଗାଲୁରୁ ଠାରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ପୁଣେ ୱାରିୟର୍ସ (ଯିଏ ଏବେ ଆଉ ଆଇପିଏଲ ଦଳ ହୋଇ ରହିନାହିଁ) ବିପକ୍ଷରେ  ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୨୬୩ ରନ୍ ସ୍କୋର କରିଥିଲା। ଏହି ମୁକାବିଲାରେ ସର୍ବାଧିକ ବାଉଣ୍ଡ୍ରି ରନ୍ ସ୍କୋର ହୋଇଥିଲା। ଯେଉଁଥିରେ ୨୭ ଚୌକା ଏବଂ ୧୪ ଛକା ସାମିଲ ରହିଥିଲା। 


ବ୍ୟାଟିଂ ବେଳେ ହଇଚଇ ସୃଷ୍ଟି କରିଥିଲେ ଲକ୍ଷ୍ନୌ ସୁପର ଜିଆଣ୍ଟସ ବ୍ୟାଟ୍ସମ୍ୟାନ୍ 
ଲକ୍ଷ୍ନୌ ସୁପର ଜିଆଣ୍ଟ୍ସବ୍ୟାଟ୍ସମ୍ୟାନ୍ ପଞ୍ଜାବ ଦଳର ସମସ୍ତ ବୋଲରଙ୍କୁ ଟାର୍ଗେଟ କରିଥିଲେ। ମାର୍କସ୍ ଷ୍ଟୋଇନିସ୍ ଦଳ ପାଇଁ ସର୍ବାଧିକ ୭୪ ରନ୍ ସଂଗ୍ରହ କରିଥିଲେ। ମାର୍କସ୍ ଷ୍ଟୋଇନିସ୍ ୪୦ ବଲ ଖେଳି ୬ ଚୌକା ଏବଂ ୫ ଛକା ସହାୟତାରେ ୭୪ ରନ୍ ସ୍କୋର କରିଥିଲେ। ତାଙ୍କ ବ୍ୟତୀତ ଓପନର୍ କାଇଲ୍ ମେରେସ୍ ୨୪ ବଲ ଖେଳି ୭ ଚୌକା ଏବଂ ୪ ଛକା ସହାୟତାରେ ୫୪ ରନ୍ ସଂଗ୍ରହ କରିଥିଲେ। ସେହିପରି ଆୟୁଷ ବାଡୋନି ୨୪ ବଲ ଖେଳି ୩ ଚୌକା ଏବଂ ୩ ଛକା ସହାୟତାରେ ୪୩ ରନ ସ୍କୋର କରିଥିଲେ। ୱିକେଟ୍ କିପର ନିକୋଲାସ୍ ପୁରନ୍ ୧୯ ବଲ ଖେଳି ୭ ଚୌକା ଏବଂ ୧ ଛକା ସହାୟତାରେ ୪୫ ରନ ସଂଗ୍ରହ କରିଥିଲେ। ସେହିପରି ୬ ବଲ ଖେଳି 11 ରନ୍ ସ୍କୋର କରିବା ପରେ ଦୀପକ ହୁଡା ଅପରାଜିତ ରହିଥିଲେ। ଯିଏ ତାଙ୍କ ପାଳିରେ ଦୁଇଟି ଚୌକା ମାରିଥିଲେ।


ପଞ୍ଜାବ ବୋଲରଙ୍କୁ ନିର୍ଘାତ ପ୍ରହାର କଲେ ଲକ୍ଷ୍ନୌ ବ୍ୟାଟ୍ସମ୍ୟାନ୍ 
ଏହି ମୁକାବିଲାରେ ଘରୋଇ ପଡ଼ିଆରେ ମ୍ୟାଚ ଖେଳୁଥିବା ପଞ୍ଜାବ ଦଳର ବୋଲରଙ୍କୁ ନିର୍ଘାତ ପ୍ରହାର କରିଥିଲେ ଲକ୍ଷ୍ନୌ ବ୍ୟାଟ୍ସମ୍ୟାନ୍। ପ୍ରଥମ ମ୍ୟାଚ୍ ଖେଳିଥିବା ଗୁରୁନୁର ବରାର ୩ ଓଭର ବୋଲି ୪୨ ରନ୍ ବ୍ୟୟ କରିଥିଲେ। ଯୁବ ପେସର୍ ଅର୍ଶଦୀପ ସିଂହ ୪ ଓଭର ବୋଲିଂ ୫୪ ରନ୍ ଏବଂ କାଗିସୋ ରାବାଡା ୫୨ ବ୍ୟୟ କରିଥିଥିଲେ। ସିକନ୍ଦର ରଜା କେବଳ ଗୋଟିଏ ଓଭର ବୋଲିଂ କରିଥିଲେ ଏବଂ କାଇଲ୍ ମେରେସ୍ ୧୭ ରନ୍ ସଂଗ୍ରହ କରିଥିଲେ। ସାମ କରେନା ୩ ଓଭର ବୋଲିଂ କରି ୩୮ ରନ ବ୍ୟୟ କରିଥିଲେ। ସ୍ପିନର ରାହୁଲ ଚହର ୪ ଓଭର ବୋଲି ୨୯ ବ୍ୟୟ କରିଥିଲେ। କାଗିସୋ ରାବାଡା ଦୁଇଟି ୱିକେଟ୍ ନେଇଥିବା ବେଳେ,  ଅର୍ଶଦୀପ ସିଂହ ଏବଂ ସାମ କରେନ୍ ଗୋଟିଏ ଲେଖାଁଏ ୱିକେଟ୍ ନେଇଥିଲେ।