GT vs KKR Match Result: ଚଳିତ ଆଇପିଏଲ ସଂସ୍କରଣରେ ଅପ୍ରେଲ ୨୯ ତାରିଖ ଶନିବାର ଅନୁଷ୍ଠିତ ହୋଇଯାଇଛି ଦୁଇଟି ମ୍ୟାଚ୍। ଶନିବାର କୋଲକାତାରସ୍ଥିତ ଇଡେନ୍ ଗାର୍ଡେନ୍ସ ଠାରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ଗୁଜୁରାଟ ଘରୋଇ ମଇଦାନରେ କୋଲକାତାକୁ ୭ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଗୁଜୁରାଟ ଟାଇଟାନ୍ସ ପଏଣ୍ଟ ଟେବୁଲ ଶୀର୍ଷରେ ପହଞ୍ଚିଛି। ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ ରାଇଡର୍ସ ଧାର୍ଯ୍ୟ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୯ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଗୁଜୁରାଟ ବ୍ୟାଟ୍ସମ୍ୟାନ୍ ୧୭.୫ ଓଭରରେ ୧୮୦ ରନ୍ ସ୍କୋର କରି କୋଲକାତା ବିରୋଧରେ ଦଳୀୟ ବିଜୟ ପଞ୍ଜୀକରଣ କରିଥିଲେ।


COMMERCIAL BREAK
SCROLL TO CONTINUE READING

ଗୋଟିଏ ଛକା ମାରି ଜିତାଇଲେ ବିଜୟ ଶଙ୍କର 
ଗୁଜୁରାଟ ଟାଇଟାନ୍ସ ପାଇଁ ଚତୁର୍ଥ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ବିଜୟ ଶଙ୍କର ଏକ ଚମତ୍କାର ମ୍ୟାଚ୍ ଜିତାଇବା ଭଳି ଇନିଂସ ଖେଳିଥିଲେ। ଗୁଜୁରାଟ ଟାଇଟାନ୍ସ କୋଲକାତା ନାଇଟ ରାଇଡର୍ସ ମ୍ୟାତ ଜିତିବା ସହିତ ବିଜୟ ଶଙ୍କର ଅପରାଜିତ ଫେରିଥିଲେ। ସେ ୨୪ ବଲ ଖେଳି ୫୧ ରନ୍ ସଂଗ୍ରହ କରିଥିଲେ। ଗୁଜୁରାଟ ବ୍ୟାଟ୍ସମ୍ୟାନ ବିଜୟ ଶଙ୍କରଙ୍କ ପାଳିରେ ୨ ଚୌକା ଏବଂ ୫ ଛକା ରହିଥିଲା। ତାଙ୍କ ବ୍ୟତୀତ ଡେଭିଡ ମିଲର ମଧ୍ୟ ୧୮ ବଲ ଖେଳି ୩୨ ରନ ସ୍କୋର କରିବା ପରେ ଅପରାଜିତ ଫେରିଥିଲେ। ଗୁଜୁରାଟ ଟାଇଟାନ୍ସ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ୨୬ ରନ୍ ସଂଗ୍ରହ କରିଥିବାବେଳେ ଓପନିଂ କରିବାକୁ ଆସିଥିବା ଶୁଭମାନ ଗିଲ ମାତ୍ର ୧ ରନ୍ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ଶୁଭମାନ ଗିଲ ୪୯ ରନ୍ ସ୍କୋର କରିଥିଲେ। ରିଦ୍ଧିମାନ ଶାହ ୧୦ ରନ୍ ସଂଗ୍ରହ କରିଥିଲେ।


କେକେଆର ପାଇଁ ସର୍ବାଧିକ ରନ ସ୍କୋର କରିଥିଲେ ରହମାନୁଲ୍ଲା ଗୁରୁବାଜ
ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା କୋଲକାତା ଦଳ ଗୁଜୁରାଟକୁ ୧୮୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। କୋଲକାତା ପାଇଁ ରହମାନୁଲ୍ଲା ଗୁରୁବାଜ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ସେ ୩୯ ବଲରେ ୮୧  ରନ୍‌ର ଏକ ଇନିଂସ ଖେଳିଥିଲେ। ତାଙ୍କ ବ୍ୟାଟିଂ ପାଳିରେ ୫ ଚୌକା ଏବଂ ୭ ଛକା ସାମିଲ ରହିଥିଲା। ତାଙ୍କ ବ୍ୟତୀତ ଆନ୍ଦ୍ରେ ରସେଲ ମଧ୍ୟ ୩୪ ରନ୍ ସ୍କୋର କରିଥିଲେ। ରହମାନୁଲ୍ଲା ଗୁରୁବାଜ ଏବଂ ଆନ୍ଦ୍ରେ ରସେଲ ବ୍ୟତୀତ କୋଲକାତ  ଦଳର କୌଣସି ଖେଳାଳି ବଡ଼ ରନ୍ ସ୍କୋର କରିବାରେ ବିଫଳ ହୋଇଥିଲେ।


ଗୁଜୁରାଟ ଟାଇଟାନ୍ସ ପକ୍ଷରୁ ଜବରଦସ୍ତ ବୋଲିଂ କରିଥିଲେ ମହମ୍ମଦ ଶାମି 
ଗୁଜୁରାଟ ଟାଇଟନ୍ସ ପକ୍ଷରୁ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ଚମତ୍କାର ବୋଲିଂ କରିଥିଲେ। ଏହା ସହିତ ସେ ସର୍ବାଧିକ ତିନୋଟି ୱିକେଟ୍ ନେଇଥିଲେ। ତାଙ୍କ ବ୍ୟତୀତ ନୂର ଅହମ୍ମଦ ଏବଂ ଜୋଶୁଆ ଲିଟିଲ ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ। ଯଦି କୋଲକାତା ନାଇଟ ରାଇଡର୍ସ ବୋଲିଂ କଥା କୁହାଯାଏ, ତାହେଲେ କୋଲକାତା ପକ୍ଷରୁ ଦଳର କୌଣସି ବୋଲର ସେପରି ଚମତ୍କାର ବୋଲିଂ କରି ପାରି ନଥିଲେ। ସୁନୀଲ ନାରିନ, ଆଣ୍ଡ୍ରେ ରସେଲ ଏବଂ ହର୍ଷିତ ରାଣାଙ୍କ ଗୋଟିଏ ଲେଖାଁଏ ୱିକେଟ୍ ମିଳିଥିଲା। ସେମାନଙ୍କ ବ୍ୟତୀତ ବରୁଣ ଚକ୍ରବର୍ତ୍ତୀ ୪ ଓଭର ବୋଲିଂ କରି ୪୨ ରନ୍ ବ୍ୟୟ କରିଥିଲେ। ସୁୟଶ ଶର୍ମା ମଧ୍ୟ  ୪ ଓଭର ବୋଲିଂ କରି ୩୭ ରନ୍ ବ୍ୟୟ କରିଥିବା ବେଳେ, ଅଧିନାୟକ ନୀତୀଶ ରାଣା ୫ ବଲ ବୋଲିଂ କରି ୧୪ ରନ୍ ଦେଇଥିଲେ।