LSG vs SRH IPL 2023: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲ ୨୦୨୩ (IPL 2023) ରେ ସନରାଇଜର୍ସ ହାଇଦ୍ରାବାଦ (Sunrisers Hyderabad) ର ଆରମ୍ଭ ବହୁତ ଖରାପ ହୋଇଛି । ଚଳିତ ଆଇପିଏଲ ସିଜିନ (IPL Season 16) ର  ଦ୍ୱିତୀୟ ମ୍ୟାଚ୍‌ (SRH vs LSG) ରେ ମଧ୍ୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ସନରାଇଜର୍ସ ହାଇଦ୍ରାବାଦ (Sunrisers Hyderabad) ଏଥର ଏକ ନୂତନ ଦଳ ସହିତ ଆଇପିଏଲରେ ଏଣ୍ଟ୍ରି କରିଥିଲା । ଦଳ (Sunrisers Hyderabad) ର ଅଧିନାୟକତ୍ୱ ମଧ୍ୟ ବଦଳାଇ ଦେଇଥିଲା । କିନ୍ତୁ ଫଳାଫଳ ସେମାନଙ୍କ ବିପକ୍ଷରେ ଯାଉଛି । ହାଇଦ୍ରାବାଦ (Sunrisers Hyderabad) ଆଇପିଏଲର ଚଳିତ ସିଜନର ଦ୍ୱିତୀୟ ମ୍ୟାଚ୍ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବିପକ୍ଷରେ ଖେଳିଛି (Super Giants Vs Sunrisers Hyderabad Match) । ଏହି ମ୍ୟାଚ (Super Giants Vs Sunrisers Hyderabad Match) ରେ ୧୩.୨୫ କୋଟି ମୂଲ୍ୟର ଖେଳାଳି ଦଳର ପରାଜୟର ପ୍ରମୁଖ କାରଣ ପାଲଟିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ପାଞ୍ଚ ୱିକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି (Super Giants Vs Sunrisers Hyderabad Match) । ହାଇଦ୍ରାବାଦ ଦଳ (Sunrisers Hyderabad) ର ବ୍ୟାଟିଂ ଏହି ମ୍ୟାଚରେ ସମ୍ପୂର୍ଣ୍ଣ ଫ୍ଲପ୍ ରହିଛି । ଏଥର ବ୍ୟାଟିଂକୁ ମଜବୁତ କରିବା ପାଇଁ ଦଳ ୧୩.୨୫ କୋଟି ଟଙ୍କା ଖର୍ଚ୍ଚ କରି ନିଜ ଦଳରେ ଜଣେ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରିଥିଲା । କିନ୍ତୁ ଏହି ଖେଳାଳିମାନେ ଏପର୍ଯ୍ୟନ୍ତ ନିଜ ନାମ ଅନୁସାରେ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି । ଏହି ଖେଳାଳି ଅନ୍ୟ କେହି ନୁହଁନ୍ତି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ହ୍ୟାରି ବ୍ରୁକ୍ (Harry Brook) ।



ମିନି ନିଲାମରେ ସନରାଇଜର୍ସ ହାଇଦ୍ରାବାଦ (Sunrisers Hyderabad) ଡ୍ୟାସିଂ ବ୍ୟାଟ୍ସମ୍ୟାନ୍ ହ୍ୟାରି ବ୍ରୁକ (Harry Brook) ଙ୍କୁ ନିଜ ଦଳରେ ଅନ୍ତର୍ଭୁକ୍ତ କରିଥିଲା । ସନରାଇଜର୍ସ ହାଇଦ୍ରାବାଦ (Sunrisers Hyderabad) ଏହି ୨୩ ବର୍ଷୀୟ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ୧୩ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି । କିନ୍ତୁ ଆଇପିଏଲର ଏହି ସିଜନରେ ହ୍ୟାରି ବ୍ରୁକ୍ ଏପର୍ଯ୍ୟନ୍ତ ନିଜର ପ୍ରଦର୍ଶନ ଦୋହରାଇ ପାରି ନାହାଁନ୍ତି । ସିଜିନର ପ୍ରଥମ ମ୍ୟାଚରେ ରାଜସ୍ଥାନ ବିପକ୍ଷରେ ହ୍ୟାରି ବ୍ରୁକ ୨୧ଟି ବଲରେ ମାତ୍ର ୧୭ ରନର ଇନିଂସ ଖେଳିଥିଲେ। ଏଥି ସହିତ ଲକ୍ଷ୍ନୌ ସୁପରଜିଆଣ୍ଟସ୍ ବିପକ୍ଷରେ ସେ ୪ଟି ବଲରେ ମାତ୍ର ୩ ରନ୍ ସ୍କୋର କରିପାରଥିଲେ ।


ଅଧିକ ପଢ଼ନ୍ତୁ-ମେଷ ରାଶିରେ ବକ୍ରୀ ହେବାକୁ ଯାଉଛନ୍ତି ବୁଧ, ଏହି ୪ଟି ରାଶିର ଲୋକଙ୍କ ବଦଳିଯିବ ଜୀବନ; ଦୂର ହେବ ଆର୍ଥିକ ସଙ୍କଟ


ଅଧିକ ପଢ଼ନ୍ତୁ-ଆଇପିଏଲ ମଝିରେ ଫ୍ୟାନ୍ସଙ୍କ ଆସିଲା ସବୁଠାରୁ ବଡ଼ ଖୁସି ଖବର, ଧୋନିଙ୍କୁ ନେଇ ହେଲା ବଡ଼ ଘୋଷଣା


ଅଧିକ ପଢ଼ନ୍ତୁ-କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ମହଙ୍ଗା ଭତ୍ତା ପରେ TAରେ ହେଲା ବମ୍ପର ବୃଦ୍ଧି, ଆକାଉଣ୍ଟରେ ଆସିବ ୧.୫ ଲକ୍ଷ ଟଙ୍କା!


ବାମହାତୀ ବ୍ୟାଟ୍ସମ୍ୟାନ୍ ହ୍ୟାରି ବ୍ରୁକ୍ (Harry Brook) ଏପର୍ଯ୍ୟନ୍ତ ୬ଟି ଟେଷ୍ଟ, ୩ଟି ODI ଏବଂ ୨୦ଟି ଟି-20 ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ହ୍ୟାରୀ ବ୍ରୁକ୍ (Harry Brook) ୪ଟି ଶତକ ଓ ଗୋଟିଏ ଅର୍ଦ୍ଧ ଶତକ ସାହାଯ୍ୟରେ ଟେଷ୍ଟରେ ୮୦୯ ରନ୍ କରିଛନ୍ତି । ହ୍ୟାରୀ ବ୍ରୁକ (Harry Brook) ବର୍ତ୍ତମାନ ଟେଷ୍ଟ ଫର୍ମାଟରେ ୮୦.୯ ଏଭେରେଜରେ ରନ କରିଛନ୍ତି । ଏଥି ସହିତ ହ୍ୟାରୀ ବ୍ରୁକ (Harry Brook) ଗୋଟିଏ ଅର୍ଦ୍ଧ ଶତକ ସହାୟତାରେ ଟି-20 ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୩୭୨ ରନ୍ ସଂଗ୍ରହ କରିଛନ୍ତି । ଏଥି ସହିତ ହ୍ୟାରୀ ବ୍ରୁକ୍ ODIରେ ୮୬ ରନ୍ ସଂଗ୍ରହ କରିଛନ୍ତି । ହ୍ୟାରୀ ବ୍ରୁକ୍ ତାଙ୍କର ମୋଟ ଟି-20 କ୍ୟାରିୟରରେ ୯୯ଟି ମ୍ୟାଚରେ ୨୪୩୨ ରନ୍ କରିଛନ୍ତି । ହ୍ୟାରୀ ବ୍ରୁକ୍ (Harry Brook) ପ୍ରଥମ ଶ୍ରେଣୀ କ୍ରିକେଟରେ ୩୫୪୭ ରନ୍ ସ୍କୋର କରିବା ବ୍ୟତୀତ ୮ ୱିକେଟ୍ ମଧ୍ୟ ନେଇଛନ୍ତି ।