IPL 2023: ରିଲାଏନ୍ସ ଜିଓ (Reliance Jio) ଆଗାମୀ ଆଇପିଏଲ୍ ସିଜନ (IPL Season) ରେ ଏକ ବଡ଼ ଧମାକା କରିବା ପାଇଁ ପ୍ରସ୍ତୁତ ହେଉଛି । ଖବର ଅନୁଯାୟୀ, କମ୍ପାନ ଜିଓ କନେକଶନ୍ ସହିତ ବଣ୍ଡଲ ଅଫରରେ ମାଗଣାରେ ଆଇପିଏଲ (IPL 2023) ଦେଖାଇବାକୁ ପ୍ରସ୍ତୁତ ହେଉଛି । ଇଣ୍ଡିଆନ୍ ପ୍ରିମିୟର ଲିଗ୍ (Indian Premier League) ର ପରବର୍ତ୍ତୀ ସଂସ୍କରଣ ଚଳିତ ବର୍ଷ ମାର୍ଚ୍ଚ-ଏପ୍ରିଲ୍ ମାସରେ ହେବାର ସମ୍ଭାବନା ଅଛି । ରିଲାଏନ୍ସ ନିଜର କମ୍ପାନୀ Viacom18 ସହିତ ୨୦୨୩ର IPL ସିଜନକୁ ମାଗଣାରେ ଦେଖାଇପାରେ । ଦି ହିନ୍ଦୁ ବିଜନେସ୍ ଲାଇନ୍ ଖବର ଅନୁଯାୟୀ, ରିଲାଏନ୍ସ ନିଜର ଏହି ପଦକ୍ଷେପରୁ ଭାରତର ଖେଳର ପ୍ରସାରଣରେ ହଇଚଇ ସୃଷ୍ଟି କରିପାରେ । ତଥାପି, Viacom18 ପ୍ରଥମ ଥର ପାଇଁ ଏହା କରୁନାହିଁ ।


COMMERCIAL BREAK
SCROLL TO CONTINUE READING

ଗତ ବର୍ଷ କାତାରରେ ଖେଳାଯାଇଥିବା ଫୁଟବଲ୍ ବିଶ୍ୱକପ୍ (FIFA World Cup 2022) ମଧ୍ୟ ଜିଓ ସିନେମା ଆପ୍ (Jio Cinema App) ରେ ମାଗଣାରେ ପ୍ରସାରଣ ହୋଇଥିଲା । ଆପଣଙ୍କର ସୂଚନା ପାଇଁ ଏଠାରେ କହି ରଖୁଛୁ ଯେ,  Viacom18 ପାଖରେ IPL ର ଡିଜିଟାଲ୍ ପ୍ରସାରଣର ଅଧିକାର ଅଛି । କମ୍ପାନୀ ୨୦୨୩-୨୭ ସିଜନ ପାଇଁ ୨୩,୫୮ କୋଟିରେ ଡିଜିଟାଲ ମିଡିଆ ଅଧିକାର କିଣିଛି । 


ରିପୋର୍ଟରେ ସୂତ୍ରରୁ ଉଦ୍ଧୃତ ସୂଚନା ଦିଆଯାଇଛି ଯେ, ହିନ୍ଦୀ ଓ ଇଂରାଜୀ ବ୍ୟତୀତ ଆଇପିଏଲର ଲାଇଭ ଟେଲିକାଷ୍ଟ ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ମଧ୍ୟ କରାଯାଇପାରେ । ଏହି ପୁରା ପ୍ୟାକେଜ୍ ଜିଓର ବଣ୍ଡଲ୍ଡ ଅଫରର ଏକ ଅଂଶ ହେବ, ଯାହା ବର୍ତ୍ତମାନ ରିଚାର୍ଜ କିମ୍ବା ପୋଷ୍ଟ ପେଡ୍ ସେବାରେ ଉପଭୋକ୍ତାମାନଙ୍କ ପାଇଁ ଉପଲବ୍ଧ ହେବ । କମ୍ପାନୀ ନା କେବଳ ଏହାର ସବସ୍କ୍ରିପସନ୍ ପ୍ୟାକେଜ୍ ସହିତ ଏକ ପ୍ରିମିୟମ୍ ମ୍ୟାଚ୍ ଦେଖିବାର ଅଭିଜ୍ଞତା ପ୍ରଦାନ କରିବ, ବରଂ ଲାଇଭ୍ ପ୍ରସାରଣ ଖେଳ ଗୁଡ଼ିକକୁ ଷ୍ଟ୍ରିମ୍ କରିବା ପାଇଁ ସେ ଅନେକ ମାଗଣା ଅଫର ମଧ୍ୟ ପ୍ରଦାନ କରିପାରେ । ଫୁଟବଲ ବିଶ୍ୱକପର ଅଭିଜ୍ଞତା ପରେ କମ୍ପାନୀ ଦେଶର ପ୍ରାୟ ୬ କୋଟି ଲୋକଙ୍କ ପାଖରେ ପହଞ୍ଚିବାକୁ ମଧ୍ୟ ପ୍ରସ୍ତୁତ ହେଉଛି, ଯେଉଁମାନେ ଡିସ୍ ଟିଭି ବ୍ୟବହାର କରନ୍ତି ନାହିଁ ଏବଂ ଯଦିଓ ସେମାନେ କରନ୍ତି, ସେମାନେ ମାଗଣା 'ଡାଇରେକ୍ଟ ଟୁ ହୋମ୍' ସେବା ବ୍ୟବହାର କରନ୍ତି ।


ଅଧିକ ପଢ଼ନ୍ତୁ:-୪୭ ବର୍ଷ ପୂର୍ବେ ଏହି ବ୍ୟକ୍ତି କରିଥିଲେ ଭବିଷ୍ୟବାଣୀ; 'ଯୋଶୀମଠ ମାଟି ଧସିବ, ଏହି ଉପାୟରେ ଏଡ଼ାଇ ହେବ ସଂକଟ'


ଅଧିକ ପଢ଼ନ୍ତୁ:-ରୋହିତ ଓ ବିରାଟ ସବୁଦିନ ପାଇଁ ଟି-20 ଦଳରୁ ହେବେ ବାହାର! ସିଲେକ୍ଟର୍ସ ନେଇପାରନ୍ତି ଏହି ବଡ଼ ନିଷ୍ପତ୍ତି


ଅଧିକ ପଢ଼ନ୍ତୁ:-ଭାରତ-ଶ୍ରୀଲଙ୍କା ସିରିଜ୍ ମଧ୍ୟରେ କ୍ରିକେଟ୍ ଜଗତରେ ଶୋକର ଛାୟା, ଏହି ଭେଟେରାନ୍ ଖେଳାଳିଙ୍କ ନିଧନ


ଏହା ସ୍ପଷ୍ଟ ଯେ ଟେଲିକମ୍ ବଜାରରେ ନିଜ ଦବଦବା ବନାଇବା ପରେ ରିଲାଏନ୍ସର ଏହି ପଦକ୍ଷେପ ଭାରତରେ ଖେଳର ଲାଇଭ୍ ପ୍ରସାରଣରେ ଏକ ଗେମ୍ ଚ୍ୟାଞ୍ଜେର ବୋଲି ପ୍ରମାଣିତ ହୋଇପାରେ । ଜିଓର ଏହି ପଦକ୍ଷେପ ଡିସ୍ନି-ହଟଷ୍ଟାର  (Disney-HotStar) ଉପରେ ସିଧାସଳଖ ପ୍ରଭାବ ପକାଇପାରେ । ଏହି କମ୍ପାନୀ ପାଖରେ ଭାରତରେ ଟିଭିରେ ଲାଇଭ କ୍ରିକେଟ୍ ମ୍ୟାଚ୍ ପ୍ରସାରଣ କରିବାର ଅଧିକାର ଅଛି । କମ୍ପାନୀ ଏହାର ସ୍ପୋର୍ଟସ୍ ନେଟୱାର୍କ ସହିତ ଡିଜିଟାଲ୍ ପ୍ଲାଟଫର୍ମରେ ଥିବା ଆପ୍ ମାଧ୍ୟମରେ ଏହାକୁ ପ୍ରସାରଣ କରୁଛି । କିନ୍ତୁ ବର୍ତ୍ତମାନ ଡିଜିଟାଲ୍ ଅଧିକାର Viacom18 ପାଖରେ ଅଛି । ଏପରି ପରିସ୍ଥିତିରେ ବର୍ତ୍ତମାନ ଯାହା ଘଟିବ ତାହା ଅତ୍ୟନ୍ତ ଆକର୍ଷଣୀୟ ହେବ ।