RCB vs PBKS Match Highlights 2024: ୨୦୨୪ ଆଇପିଏଲ ସଂସ୍କରଣରେ ଗୋଟିଏ ପରେ ଗୋଟିଏ ମ୍ୟାଚ୍ ରୋମାଞ୍ଚକର ହେବାରେ ଲାଗିଛି। ଚଳିତ ବର୍ଷ ମାର୍ଚ୍ଚ ୨୫ ତାରିଖରେ ହୋଲି ଅବସରରେ ବେଙ୍ଗାଲୁରୁ ସ୍ଥିତ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ଠାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଜୋରଦାର ଲଢେଇ ହୋଇଥିଲା। ସୋମବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ଆରସିବି ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ହୋଲିଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଏହି ମ୍ୟାଚ୍ ରେ ୪ ୱିକେଟ୍ ରେ ବିଜୟୀ ହୋଇ ଚଳିତ ବର୍ଷ ଆୟୋଜିତ ୧୭ ତମ ଆଇପିଏଲ୍ ସଂସ୍କରଣରେ ବେଙ୍ଗାଲୁରୁ ଖାତା ଖୋଲିଛି। ଅନ୍ୟପକ୍ଷରେ ଏହି ମ୍ୟାଚ୍ ରେ ପଞ୍ଜାବ ଟିମ୍ ପରାଜୟ ବରଣ କରିଛି।


COMMERCIAL BREAK
SCROLL TO CONTINUE READING

ସୋମବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ବେଙ୍ଗାଲୁରୁ ଟିମ୍। ପଞ୍ଜାବ ପକ୍ଷରୁ ଦଳର ଅଧିନାୟକ ଶିଖର ଧାୱନ ୪୫ ରନ୍ ର ଇନିଂସ ଖେଳିଥିଲେ। ଏହା ବ୍ୟତୀତ ସର୍ଟ ଇନିଂସ କାରଣ ପଞ୍ଜାବ ଦଳ ୧୭୬ ରନ୍ ସଂଗ୍ରହ କରିଥିଲା। ହେଲେ ବେଙ୍ଗାଲୁରୁ ପକ୍ଷରୁ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ସଂକଟମୋଚକ ସାଜିଥିଲେ। ସେ ୭୭ ରନ୍ ର ଏକ ଚମତ୍କାର ଇନିଂସ ଖେଳିଥିଲେ। ଯେଉଁଥିରେ ୧୧ ଚୌକା ଏବଂ ୨ ଛକା ସାମିଲ ରହିଥିଲା। ବିରାଟ କୋହଲି ଆଉଟ ହେବା ପରେ ବେଙ୍ଗାଲୁରୁ ଦଳ ଅସୁବିଧାରେ ପଡ଼ିଯାଇଥିଲା।


ଇନିଂସ ସମ୍ଭାଳିଥିଲେ କାର୍ତ୍ତିକ-ଲୋମରୋର
ବିରାଟ କୋହଲି ଆଉଟ ହେବା ପରେ ଏହି ମ୍ୟାଚ୍ ବେଙ୍ଗାଲୁରୁ ହାତରୁ ଖସି ଯାଉଥିବାର ଜଣାପଡ଼ିଥିଲା। ହେଲେ ମହିପାଲ ଲୋମରର ଏବଂ ଦୀନେଶ କାର୍ତ୍ତିକ ବାଜି ଓଲଟାଇ ଦେଇଥିଲେ। ଉଭୟ ବ୍ୟାଟ୍ସମ୍ୟାନ୍ ଙ୍କ ମଧ୍ୟରେ ଏକ ଜବରଦସ୍ତ ଭାଗିଦାରୀ ଦେଖିବାକୁ ମିଳିଥିଲା​। ଦିନେଶ କାର୍ତ୍ତିକ ୧୦ ବଲ ଖେଳି ୩ ଚୌକା ଏବଂ ୨ ଛକା ସହାୟତାରେ ୨୮ ରନ ସ୍କୋର କରିଥିଲେ। ଅନ୍ୟପକ୍ଷରେ ମହିପାଲ ଲାମରୋର ୮ ବଲ ଖେଳି ୧୭ ରନ୍ ସଂଗ୍ରହ କରିଥିଲେ। ଏହି ବିସ୍ଫୋରକ ଇନିଂସ କାରଣରୁ ଆରସିବି ୪ ୱିକେଟ୍ ରେ ମ୍ୟାଚ୍ ଜିତି ନେଇଥିଲା।


ଯଦି ବୋଲି କଥା କୁହାଯାଏ ତାହେଲେ ଆରସିବି ପକ୍ଷରୁ ମହମ୍ମଦ ସିରାଜ ଏବଂ ଗ୍ଲେନ୍ ମ୍ୟାକ୍ସୱେଲ ଉଭୟେ ୨-୨ ଲେଖାଁଏ ୱିକେଟ୍ ନେଇଥିଲେ। ଏହା ସହିତ ଯଶ ଦୟାଲ ଏବଂ ଅଲଜାରୀ ଜୋସେଫ ମଧ୍ୟ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ଅନ୍ୟପଟେ ପଞ୍ଜାବ ଟିମ୍ ପକ୍ଷରୁ କାଗିସୋ ରାବାଡା ଏବଂ ହରପ୍ରୀତ ବରାର ଉଭୟେ ୨-୨ ଲେଖାଁଏ ୱିକେଟ୍ ନେଇଥିଲେ। ସାମ କରନ୍ ଏବଂ ହର୍ଷଲ ପଟେଲ ମଧ୍ୟ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ଏପରି ସୋମବାର (୨୫ ମାର୍ଚ୍ଚ) ଅନୁଷ୍ଠିତ ହୋଇଥିବା ମୁକାବିଲାରେ ଆରସିବି ଏହାର ଘରୋଇ ମଇଦାନ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ଠାରେ ଏହାର ଦବଦବା ଜାହିର କରିଥିଲା।